Odisha news

ଆପେଲ୍ ସାଇଡର୍ ଭିନେଗାର୍ ଗରମ ଦିନେ ଥଣ୍ଡା କମାଇବାରେ ସାହାଯ୍ୟ କରେ

0

ଖରା ଦିନରେ ଥଣ୍ଡା କାଶ ହେବାଟା ଏକ ସାଧାରଣ ସମସ୍ୟା l କିନ୍ତୁ ଗରମ ଦିନରେ ହେଉଥିବା ଥଣ୍ଡା କାଶ ଅନ୍ୟଦିନ ଅପେକ୍ଷା ଅଧିକ କଷ୍ଟ ଦେଇ ଥାଏ l ଆସନ୍ତୁ ଜାଣିବା କେମିତି ଘରୋଇ ଉପଚାରରେ ଥଣ୍ଡା କାଶ ରୁ ଉପଚାର ପାଇବା l

* ଗୋଟିଏ କପ ଉଷୁମ ପାଣିରେ ଏକ ଚାମଚ ଆପେଲ୍ ସାଇଡର୍ ଭିନେଗାର୍ ଓ ଏକ ଚାମଚ ମହୁ ମିଶାନ୍ତୁ ଏହି ମିଶ୍ରଣକୁ ଦିନକୁ ଦୁଇ ଥର ପିଅନ୍ତୁ l ଏପରି କଲେ ଆପଣଙ୍କୁ କାଶରୁ ଆରମ୍ ମିଳିବ l

 

* ଗରମ ଦିନରେ ଅଦା ଥଣ୍ଡା ପାଇଁ ରାମବାନ ଅଟେ l ଅଦା ର ଏକ ଛୋଟ ଖଣ୍ଡ କାଟି ଏକ କପ ପାଣିରେ ସିଝାଇ ନିଅନ୍ତୁ ଓ ସେଥିରେ ଏକ ଚାମଚ ମହୁ ଓ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ ଏହା କୁ ଦିନକୁ ୨ -୩ ଥର ପିଇଲେ ଥଣ୍ଡାରୁ ଆରମ୍ଭ ମିଳିଥାଏ l

* ତୁଳସୀ ପତ୍ର ଆପଣଙ୍କ ଶରୀରରେ ଏନାଲ୍ ଜେସ୍କି ର ପ୍ରଭାବ ପକାଇ ଥାଏ l ତୁଳସୀ ପତ୍ର ଓ ଅଦା କୁ ଏକ ସାଙ୍ଗରେ ବାଟି ଗରମ ପାଣିରେ ମିଶାନ୍ତୁ l ଏହି ମିଶ୍ରଣକୁ ଦିନକୁ ଦୁଇ ଥର ପିଇଲେ ଥଣ୍ଡାରୁ ଆରମ ମିଳିଥାଏ l

* ରସୁଣ ଏକ ପ୍ରାକୃତିକ ରକ୍ତ ସ୍ଵଧକ ଅଟେ l ଏହା ମଧ୍ୟ ରୋଗ ପ୍ରତିଷେଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରେ l ଚାରି ପାଖୁଡା ରସୁଣ କୁ ଛେଚି ୭ ମିନିଟ ରଖନ୍ତୁ ତାପରେ ଏଥିରେ ଏକ ଚାମଚ ମହୁ ଓ ଏକ ଚାମଚ ଅଲିଭ୍‌ ଅଏଲ ମିଶାଇ ଦିନକୁ ତିନି ଥର ଖାଇବା ପୂର୍ବରୁ ପିଅନ୍ତୁ ଏହା ଦ୍ୱାରା କଫ ଓ କାଶରୁ ଉପଶମ ମିଳିବ l

Leave A Reply