ଆମେ ସମସ୍ତେ ଅପରାଜିତା ଫୁଲ ବିଷୟରେ ଜାଣିଛୁ । ଏହାକୁ ବିଶେଷ ଭାବରେ ମହାଦେବ , ହନୁମାନ ଓ ବିଷ୍ଣୁ ଙ୍କୁ ଅର୍ପଣ କରାଯାଇଥାଏ । କିନ୍ତୁ ବାସ୍ତୁ ଅନୁସାରେ କିଛିଟା ଜିନିଷକୁ ଉପଯୁକ୍ତ ସ୍ଥାନରେ ରଖିବା ଦ୍ଵାରା ଘରକୁ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ । ଏହାଛଡା ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ କିଛିଟା ଗଛ ଘରକୁ ସୁଖ ସମୃଦ୍ଧି ଆଣିଥାଏ । ସେହି ଗଛ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଅପରାଜିତା ।
– ଅପରାଜିତା ଗଛ ୨ ପ୍ରକାରର ହୋଇଥାଏ , ଗୋଟିଏ ଧଳା ଓ ଅନ୍ୟଟି ନୀଳ, ନୀଳ ଅପରାଜିତା ଘର ପାଇଁ ଖୁବ୍ ଶୁଭ ଅଟେ ।
– ନୀଳ ରଙ୍ଗର ଅପରାଜିତା ଘରେ ଲଗାଇବା ଦ୍ଵାରା ଆର୍ଥିକ ଅନାଟନ ଦୂର ହୋଇଥାଏ ଓ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।
– ଏହାର ଲଟା କୁ ଧନ ଲଟା କୁହାଯାଏ । ତେଣୁ ମାନ୍ୟତା ରହିଛି ଯେ ଯେପରି ଭାବରେ ଧନ ଅପରାଜିତା ଲଟା ଯେଭଳି ମାଡ଼ିଥାଏ ଘର ବୈଭବ ଓ ଲକ୍ଷ୍ମୀଙ୍କ କୃପା ରେ ପୁରୀ ଉଠିଥାଏ ।
– ଅପରାଜିତା ଗଛ କୁ ସର୍ବଦା ଉତ୍ତର ପୂର୍ବ ଦିଗ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ଲଗାଇବା ଦ୍ଵାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।
