ରାଉରକେଲା : ରବିବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ କରୋନା ଆକ୍ରାନ୍ତ ରାଉରକେଲାର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ଜଣେ ୨୩ ବର୍ଷିୟ ଓ ଅନ୍ୟଜଣେ ୬୦ ବର୍ଷିୟ ପୁରୁଷ ହୋଇଥିବା ବେଳେ ଆରଜଣକ ଜଣେ ୫୭ ବର୍ଷୀୟା ମହିଳା। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ୱେବସାଇଟରେ ଏହି ସୂଚନା ଦିଆଯାଇଛି।
Health Update, 26th April
03 New Positive Cases in Sundargarh (Rourkela)
23 Yr Male, 60 Yr Male & 57 Yr Female
(Two are confirmed close contacts of earlier positive case. One is a suspected contact)
Total Positive Case: 103
Contact tracing and followup action is being done.
ଆଉ ତିନିଟି କରୋନା ପଜିଟିଭ ଚି଼ହ୍ନଟl ପୂର୍ବରୁ ବିଶ୍ରା ଏସିଆନ କଲୋନୀରୁ ୨ଟି ଓ ଗୁଡ଼ୁଗୁଡ଼ୁ ଜୋର ଗୋଟିଏ କରୋନା ପଜିଟିଭ ଚିହ୍ନଟ ହୋଇଥିଲା l ଏହି ତିନିଜଣ ସୁସ୍ଥ ହୋଇ ଫେରିଥିଲେ l ଏବେ ଆଉ ତିନି ଚିହ୍ନଟ ହେବା ପରେ ସହରବାସୀଙ୍କ ଆତଙ୍କିତ ହୋଇପଡ଼ିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ସୂଚନା ସ୍ବାସ୍ଥ୍ୟ ବିଭାଗ ୱେବସାଇଟ୍ ଦେଇଛି। ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାରୁ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଏହା ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ଏଥିସହ ଓଡ଼ିଶାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବଢ଼ିଛି। ଗତକାଲି ରାତିରେ ଯାଜପୁର ଜିଲ୍ଲାରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଥିଲା।
ଅପରପକ୍ଷରେ ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଫଳରେ ଜିଲ୍ଲାର ସମସ୍ତ ୩ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ସୁନ୍ଦରଗଡ଼ କରୋନା ମୁକ୍ତ ହୋଇଥିଲା। ମାତ୍ର ଏହି ଘଟଣାକୁ ୨୪ ଘଣ୍ଟା ନପୂରୂଣୁ ପୁଣି ୩ ଜଣ ଆକ୍ରାନ୍ତ ହେବା ଜିଲ୍ଲାବାସୀଙ୍କୁ ଚିନ୍ତିତ କରିଛି।