Odisha news

ଆଉ ପାଞ୍ଚ କରୋନା ପଜିଟିଭ ଚିହ୍ନଟ,ଗ୍ରୀନ ଜୋନ୍‌ରେ ଥିବା ଜଗତସିଂହପୁର ଜିଲ୍ଲା ଆଜି କରୋନା ମାନଚିତ୍ରରେ ଯୋଡ଼ି ହେଲା

0

ଭୁବନେଶ୍ୱର:  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି। ତେବେ ପ୍ରଥମ ଥର ଲାଗି କରୋନା ସଂକ୍ରମଣର କବଳିତ ହୋଇଥିବା ଜଗତସିଂହପୁର ଜିଲ୍ଲାର ଏହି  ୪ଜଣ ଆକ୍ରାନ୍ତଙ୍କୁ ନାଉଁଗାଁ ଅଞ୍ଚଳରୁ ଚିହ୍ନଟ କରାଯାଇଥିବା ଜଣାଯାଇଛି । ୩ ଜଣ ଗୋଟିଏ ପରିବାରର ଓ ଚତୁର୍ଥ ଆକ୍ରାନ୍ତ ସେହି ଗାଁର ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି  l ଏହି ୪ ଜଣ ଯାକ ଗୋଟିଏ ସଙ୍ଗରୋଧ ଗୃହରେ ଥିଲେ l କାହା ନିକଟରେ ରୋଗର ଲକ୍ଷଣ ନ ଥିବା କଥା ସ୍ପଷ୍ଟ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର।

I & PR Department, Odisha

@IPR_Odisha

4th Health Update, 6th May

Four positive cases in Jagatsinghpur

26 yr Male, 32 yr Male, 30 yr Male & 47 yr Male
(Surat returnees. In quarantine)

One positive case in Kendrapara
60 yr Male
Kolkata returnee

Contact tracing & follow-up action is being done.

Total Case: 185

167 people are talking about this

ରାଜ୍ୟରେ ଏପର୍ଯ୍ୟନ୍ତ ୪୭ ହଜାର ୪୫୪ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ୧୭ଟି ଜିଲ୍ଲାରୁ ମୋଟ ୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୪୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୫ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ, ଗଂଜାମ ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୨୨ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛନ୍ତି ।

Leave A Reply