Odisha news

ଆଉ ଜଣେ କରୋନା ରୋଗୀ ଚିହ୍ନଟ ଯାଜପୁରରୁ

0

ଯାଜପୁର:ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଯାଜପୁର ଜିଲ୍ଲାରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ମଧ୍ୟାହ୍ନରେ ଜଣେ ଆକ୍ରାନ୍ତ ଯାଜପୁରରୁ ଚିହ୍ନଟ ହୋଇଥିଲେ। ଏହାର କେଇ ଘଣ୍ଟା ପରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି।

ଯାଜପୁରରେ ଆକ୍ରାନ୍ତ ହୋଇଥିବା ଏଇ ଆକ୍ରାନ୍ତଙ୍କ ବୟସ ୫୭ ବର୍ଷ। ସେ କୋଲକାତାରୁ ଫେରଥିଲେ। ଏହା ପରେ  ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ସୂଚନା ମିଳିଛି।

ସୂଚନାଥାଉ କି, ରାଜ୍ୟରେ ମୋଟ୍ ୧୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବାବେଳେ ୧୧୭ ଜଣ ଚିକିତ୍ସାଧୀନ ଅଛନ୍ତି। ୨ ଜଣଙ୍କର ମୃତ୍ୟୁ ଘଟିଛି।

Govt
Leave A Reply