Odisha news

ପୁଣି ଭଦ୍ରକରେ ୩ କରୋନ ଆକ୍ରାନ୍ତ, ଜିଲ୍ଳାର ମୋଟ ସଂଖ୍ୟା୯୮ ସବୁ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା ଓ ଚାନ୍ଦବାଲି ବ୍ଲକର

0

ଭଦ୍ରକ,୨୨ ।୦୫:ଭଦ୍ରକ ଜିଲ୍ଲାରେ ଆଜି ପୁଣି ୩ଜଣ କରୋନା ପଜେଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ଚାନ୍ଦବାଲି ବ୍ଲକର ନଳଗୋହିରା ପଞ୍ଚାୟତ ଅଧିବାସୀ । ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ସ୍ୱାମୀ ବୋଲି ଚିହ୍ନଟ ହୋଇଛି । ଏହି ୩ଜଣ ଯାକ ମହାରାଷ୍ଟ୍ର ଫେରନ୍ତା ।

ଏମାନେ ଫେରିବା ପରେ ଏମାନଙ୍କୁ ଆନୁଷ୍ଠାନିକ କ୍ୱାରେନଣ୍ଟାଇନ ସେଣ୍ଟର ହୋଇଥିବା ସେଠାକାର ସାନତିଲଞ୍ଚି ରେଡକ୍ରମ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଥିଲା । ଆଜି ଏମାନଙ୍କ ଟେଷ୍ଟ ରିପୋର୍ଟ ଆସିବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯିବା ସହ ସଂପୃକ୍ତ ନଳଗୋହିରା ପଞ୍ଚାୟତକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି । ଏଥିସହ କୋଭିଡ-୧୯ ଗାଇଡ ଲାଇନ୍ ଅନୁଯାୟୀ, ୩ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି ।

ସୂଚନା ଥାଉକି ଯେ , ଭଦ୍ରକ ଜିଲ୍ଳାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶତକ ହାସଲ କରିବାକୁ ଯାଉଛି । ଆଜି ସୁଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ୯୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୦ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୬୮ ଆକ୍ଟିଭ୍ କେଶ ବୋଲି ପ୍ରଶାସନର ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply