Odisha news

ପୁଣି ୧୩ କରୋନା ପଜିଟିଭ୍‌ ଭୁବନେଶ୍ୱରରୁ ଚିହ୍ନଟ

0

ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଘରେ ସଙ୍ଗରୋଧରେ ରହିଥିବା ୭ଜଣଙ୍କ ଶରୀରରେ କୋଭିଡ-୧୯ ଚିହ୍ନଟ ହୋଇଛି।

ସେହିପରି ୬ଟି ସ୍ଥାନୀୟ ମାମଲା ରହିଛି। ଭୁବନେଶ୍ୱରର ୟୁନିଟ-୪ ଅଞ୍ଚଳରୁ ୨ଟି ସ୍ଥାନୀୟ ମାମଲା ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା, ସାଲିଆସାହିରୁ ଜଣେ ଲେଖାଏଁ ଓ ଆଇଗିଣିଆ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ସ୍ଥାନୀୟ ମାମଲା ଚିହ୍ନଟ ହୋଇଛି ବୋଲି ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଞ୍ଚି ଯାଇଛି।

BMC

@bmcbbsr

Update on newly detected cases in the last 24 hrs under Bhubaneswar Municipal Corporation on 5th Jun 2020(till 9am).

Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance.

View image on Twitter

ଗତକାଲି ଭୁବନେଶ୍ୱରରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଳିଙ୍ଗ ବିହାର ଅଞ୍ଚଳରୁ ଜଣେ ଆକ୍ରାନ୍ତ ରହିଥିବା ଜଣାପଡ଼ିଥିଲା। ଏହି ଆକ୍ରାନ୍ତ ଜଣକ ହୋମ କ୍ୱାରେଣ୍ଟିନରେ ଥିଲେ ଏବଂ ସେ ପୂର୍ବରୁ କଳିଙ୍ଗ ବିହାରରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା।

ସେହିପରି ଅନ୍ୟ ୩ଜଣ ସଂକ୍ରମିତ ସ୍ଥାନୀୟ ମାମଲା ରହିଥିବା ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଥିଲେ। ୩ଜଣ ସଂକ୍ରମିତ ମଧ୍ୟରୁ ଜଣେ ଏମସ୍‌ର କର୍ମଚାରୀ ଥିବା ବେଳେ ଅନ୍ୟ ଦୁଇଜଣ ଆଇଗିଣିଆ ଓ ଡୁମୁଡ଼ୁମାର ରହିଛନ୍ତି। ଏମସର ଏହି କର୍ମଚାରୀ ଜଣେ ନର୍ସ ଅଛନ୍ତି।

Har Ghar Tiranga

Leave A Reply