ଭୁବନେଶ୍ୱର: ରାଜ୍ୟରେ ନୂଆ ୧୦୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦେବଗଡ଼ ଜିଲ୍ଲାରୁ ସର୍ବାଧିକ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆ ୧୦୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦେବଗଡ଼ରୁ ୨୨ଜଣ,କେନ୍ଦ୍ରାପଡ଼ାରୁ ୧୫ଜଣ, ଜଗତସିଂହପୁର ୧୦ଜଣ, ମାଲକାନଗିରିରେ ୯ଜଣ, ଭଦ୍ରକ ଓ ବଲାଙ୍ଗିରରେ ୮ଜଣ ଲେଖାଏ ଓ କୋରାପୁଟ ଓ ଗଜପତିରୁ ୬ ଜଣ ଲେଖାଏ, ଖୋର୍ଦ୍ଧା ଓ ବାଲେଶ୍ୱରରେ ୫ ଲେଖାଏ, ଗଞ୍ଜାମରୁ ୪ଜଣ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୮୮୧ ଜଣ ଚିକିତ୍ସାଧୀନ ଥିବାବେଳେ ୫୫୦ ଜଣ ସୁସ୍ଥ ହୋଇଛନ୍ତି। ତେବେ ୭ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।