Odisha news

ଗବେଷଣାରୁ ଖୁଲାସା : ଅଧିକ ଆନିମଲ ପ୍ରୋଟିନ ସେବନ କରୁଥିବା ଲୋକେ ହୋଇ ପାରନ୍ତି ଅଷ୍ଟ୍ରିୟପୋରସିସ ର ଶିକାର

0

ମଣିଷ ଶରୀର ପାଇଁ ଅନେକ ପ୍ରକାର ଭିଟାମିନ, ମିନେରାଲସ, କ୍ୟାଲସିୟମ, ପ୍ରୋଟିନ ର ଆବଶ୍ୟକତା ରହିଥାଏ l  ଆଜିକାଲି ଆମେ ପ୍ରାୟ ଅନେକ ବ୍ୟକ୍ତିଙ୍କୁ ଦେଖୁଛୁ ଯିଏ କି ନିଜର ସ୍ୱାସ୍ଥ୍ୟ ପାଇଁ ଅଧିକ ମାତ୍ରାରେ ପ୍ରୋଟିନ ଓ କୄଯଲସିୟମ୍ରେ ସେବନ କରନ୍ତି l  ଏହି ଦୁଇଟି ଉପାଦାନ ଆମ ଶରୀର ପାଇଁ ନିହାତି ଆବଶ୍ୟକ କିନ୍ତୁ ଅନେକ ସମୟରେ ଏହି କମିକୁ ପୁରା କରିବା ପାଇଁ ଆମେ ଅନିମଲ ପ୍ରୋଟିନ ସେବନ କରିବାକୁ ଠିକ ଭାବି ବସିଥାଉ l  ଏହା କରିବା କିଛିଟା ମାତ୍ରାରେ ଠିକ ହୋଇଥାଇ ପରେ କାରଣ ଆମେ ଉପଯୁକ୍ତ ମାତ୍ରାରେ କ୍ୟାଲସିୟମ ଓ ପ୍ରୋଟିନ ଜୀବଜନ୍ତୁ ଙ୍କ ନିକଟରୁ ପାଇଯାଇ ଥାଉ l  କିନ୍ତୁ ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଅନିମଲ ପ୍ରୋଟିନ ଦ୍ୱାରା ହାଡ଼ ଡ୍ୟାମେଜ ହେବାର ଅଧିକ ସମ୍ଭାବନା ରହିଥାଏ l ଗବେଷକ ଙ୍କ ମତରେ ଆନିମଲ ପ୍ରୋଟିନ ଶରୀର ପାଇଁ ଆବଶ୍ୟକ ଅଟେ, କିନ୍ତୁ ଅଧିକ ପରିମାଣ ରେ ସେବନ କରିବା ଦ୍ୱାରା ଆମ ଶରୀର ପ୍ରଭାବିତ ହୋଇଥାଏ l ବିଶେଷ ଭାବରେ ଦେଖିବାକୁ ଗଲେ ଲାଲ ମିଟ ଆମ ଶରୀର ପାଇଁ ଖୁବ କ୍ଷତିକାରକ l

ହାଡକୁ କ୍ଷତି କରିପାରେ ଆନିମଲ ପ୍ରୋଟିନ –
ଖାଦ୍ୟ ବିଶେଷଜ୍ଞ ଙ୍କ ମତରେ କିଛି ଲୋକ ନିଜ ଶରୀର ପାଇଁ କେବଳ ରେଡ ମିଟ ସେବନ କରନ୍ତି ପ୍ରୋଟିନ ପାଇଁ l  ଏହା ଭୁଲ ଅଟେ , ଆପଣ ଗୋଟିଏ ସୁସ୍ଥ ଶରୀର ପାଇଁ ମାଛ, ଚିକେନ, ରେଡ ମିଟ ସହିତ ପନିପରିବା, ସନ୍ତୁଳିତ ଭୋଜନ ଫଳମୂଳ ସହିତ ଅଙ୍କୁରିତ ଶସ୍ୟ ସେବନ କରିବା ଆବଶ୍ୟକ l  ମାଂସ ରେ ଉଚ୍ଚ ଫସଫରସ ରୁ ନେଇ କ୍ୟାଲସିୟମ ପର୍ଯ୍ୟନ୍ତ ରହିଥାଏ, ଯାହା ହାଡ଼କୁ କ୍ଷତି କରିବାରେ ମୁଖ୍ୟ କାରଣ ଅଟେ l  ଏହାଛଡା ଅନିମଲ ପ୍ରୋଟିନ ରକ୍ତ କୁ ଏସିଡ଼ିକ କରିଥାଏ ଓ ହାଡରୁ କ୍ୟାଲସିୟମ କୁ ହଟାଇ ଦେଇଥାଏ l  ଏହି ଗବେଷଣାରେ କୁହାଯାଇଛି ଯେ ଅଧିକ ମାଂସାହାରୀ ଲୋକଙ୍କ ନିକଟରେ ଅଷ୍ଟୀୟୋପରୋସିସ ଓ ଫ୍ୟାକଚର ହେବାର ସମ୍ଭାବନା ବଢିଥାଏ l  ତେଣୁ ପ୍ଲାଣ୍ଟ ବେସ୍ଡ ପ୍ରୋଟିନ ଅଧିକ ସେବନ କରିବା ଜରୁରୀ l

– ଏହି ଅଧ୍ୟୟନ ରେ କୁହାଯାଇ ଥିଲା ଯେ ଅଧିକ ଆନିମଲ ପ୍ରୋଟିନ ସେବନ ଦ୍ୱାରା ମଧୁମେହ ସମସ୍ୟା ଦେଖିବାକୁ ମିଳିଥାଏ l

– ଆନିମଲ ପ୍ରୋଟିନ ଯେଉଁମନେଅଧିକ ସେବନ କରନ୍ତୁ ଉଚ୍ଚ ରକ୍ତଚାପ ସମସ୍ୟାର ସମୁଖୀନ ହୁଅନ୍ତି l

– ଅଧିକ ମାଂସାହାରୀ ଯେଉଁ ବ୍ୟକ୍ତିମାନେ ସେମାନଙ୍କ ର ଶରୀର ରେ ଫାଇବର ର କମି ହୋଇଥାଏ ଓ ମେଦ ବହୁଳତାର ଶିକାର ହୁଅନ୍ତି l

– ଅଧିକ ମାଂସ ସେବନ କୋଲେଷ୍ଟ୍ରଲ ର କାରଣ ହୋଇଥାଏ ଓ ହୃଦଘାତ ସମ୍ବନ୍ଧୀୟ ସମସ୍ୟା ତିନିଗୁଣ ଅଧିକ ଦେଖା ଯାଇଥାଏ l

–  ଅଧିକ ମାଂସାହାରୀ ଲୋକଙ୍କ ନିକଟ ରେ ଅଷ୍ଟ୍ରିୟପୋରସିସ ଓ ଥାଇରଏଡ ସମସ୍ୟା ଦେଖିବାକୁ ମିଳିଥାଏ l

Nalco
Leave A Reply