ନୂଆଦିଲ୍ଲୀ : ଅନିଲ ଅମ୍ବାନିଙ୍କ ଅସୁବିଧା ବଢ଼ିବାରେ ଲାଗିଛି l ନେସନାଲ କମ୍ପାନୀ ଲ ଟ୍ରାଇବୁନାଲ ଅନିଲ ଅମ୍ବନକୀଙ୍କ ବିରୁଦ୍ଧରେ ଦେବାଳିଆ ହେଇଥିବା ନେଇ କାର୍ଯ୍ୟାନୁଷ୍ଠାନ ଆଗକୁ ବଢାଇବା ପାଇଁ ଅନୁମତି ଦେଇଛନ୍ତି l ଭାରତୀୟ ଷ୍ଟେଟ ବ୍ୟାଙ୍କର ୧୨,୦୦୦ କୋଟି ଋଣ ନେଇ ସୁଝି ପାରିନଥିଲେ l ଷ୍ଟେଟ ବ୍ୟାଙ୍କ ୨୦୧୬ ରେ ଅନିଲ ଅମ୍ବାନିଙ୍କ ନେତୃତ୍ୱରେ ତିଆରି ହୋଇଥିବା କମ୍ପାନୀ RCOM ଓ RITL କୁ ଏହି ଋଣ ଦିଆଯାଇଥିଲା l ଅନିଲ ଅମ୍ବାନୀ ଏହି ଋଣ ପାଇଁ ପର୍ଶନଲ ଗ୍ୟାରେଣ୍ଟି ଦେଇଥିଲେ l ବର୍ତ୍ତମାନ ଦୁଇଟିଯାକ କମ୍ପାନୀ ବନ୍ଦ ହୋଇଯାଇଛି l
ଏହି କାରଣରୁ SBI କୁ ମୁମ୍ବାଇର NCLT ରେ ଅପିଲ କରିବାକୁ ପଡିଛି l ବ୍ୟାଙ୍କ ଦାବି କରିଛି ଯେ ଦେବାଳିଆ କାନୁନ ଅନୁସାରେ ଅନିଲ ଅମ୍ବାନିଙ୍କ ପାଖରୁ ଏହି ଅର୍ଥ ଅସୁଲ କରିବା ପାଇଁ ଅନୁମତି ଦିଆଯାଉ ,କାରଣ ସେ ଏହି ଲୋନ ପାଇଁ ପର୍ଶନଲ ଗ୍ୟାରେଣ୍ଟି ଦେଇଥିଲେ l NCLT ମୁମ୍ବାଇ ନିଜର ମତଦେଇ କହିଛି ଯେ ,”RCOM ଓ RITL ଦୁଇଟି କମ୍ପାନୀ ୨୦୧୭ ଜାନୁଆରୀରେ ଋଣ ଶୁଝିବା ପାଇଁ ଡିଫଲତାର ହୋଇଛନ୍ତି l ତାଙ୍କ ଆକାଉଣ୍ଡ କୁ ୨୬ ଅଗଷ୍ଟ ୨୦୧୬ ରୁ NPA ଘୋଷିତ କରାଯାଇଥିଲା l
ଚଳିତ ବର୍ଷ ମୋର୍ଚ୍ଚରେ SBI ବୋର୍ଡ RCOM କୁ ଗୋଟିଏ ସମାଧାନ ଯୋଜନା ଦେଇଥିଲା ,ଯେଉଁଥିରେ କୁହାଯାଇଥିଲା ପାଖାପାଖି ପଚାଶ ପ୍ରତିଶତ ଋଣ ର କରି ବ୍ୟାଙ୍କ ନିଜର ୨୩,୦୦୦ କୋଟି ଟଙ୍କା ଅସୁଲ କରିବ l