Odisha news

ଗୋଟିଏ ପରିବାର ର ୫ ସଦସ୍ୟ ଙ୍କୁ ଭୁଜାଲିରେ ଆକ୍ରମଣ : ୫ ଗିରଫ

0

ଠାକୁରଗଡ଼: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା କେରାବ ଗ୍ରାମର ମହିଳା ମଲ୍ଲୀ ଖିଲାର ତାଙ୍କ ପୁଅ ଜିତେନ୍ଦ୍ର ଖିଲାର, ଦିଅର ଧରଣୀଧର ଖିଲାର, ବଳଭଦ୍ର ଖିଲାର, ରାଜୁ ବେହେରାଙ୍କୁ ସେହି ଗ୍ରାମର ସୁରେନ୍ଦ୍ର ସିଠ, ପୁରନ୍ଦର ସିଠ, ମାମଲା ସିଠ, ଚଗଲା ସିଠ, ଭୀମ ସିଠ ଏକ ଭୁଜାଲି ଓ ଠେଙ୍ଗାରେ ମଙ୍ଗଳବାର ସନ୍ଧ୍ୟାରେ ମରଣାନ୍ତଙ୍କ ଭାବେ ଆକ୍ରମଣ କରିଥିବା ବୁଧବାର ଦିନ ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ପୁଲିସ ଏ ସଂକ୍ରାନ୍ତରେ ନଂ ୭୧/୨୦୨୦ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁରେନ୍ଦ୍ର, ପୁରନ୍ଦର ମାମଲା, ଚଗଲା, ଭୀମକୁ ଗିରଫ କରି ଗୁରୁବାର ଦିନ ଆଠମଲ୍ଲିକ କୋର୍ଟକୁ ଚାଲାଣ କରିଛି ।

ପୁଲିସ କହିଛି ଯେ, ଏହି ଅଚଂଳକୁ ବାହାର ରାଜ୍ୟରେ ଶ୍ରମିକ ଭାବେକାର୍ଯ୍ୟ କରୁଥିବା ଗ୍ରାମର କିଛି ଯୁବକ କରୋନା ଭାଇରସ୍ ପାଇଁ ଆସିଛନ୍ତି । ଧରଣୀଧର ଗ୍ରାମର ସମ୍ପାଦକ ହୋଇଥିବା ବେଳେ ଆସିଥିବା ସମସ୍ତ ପ୍ରବାସୀ କିପରି ସଙ୍ଗରୋଧ ଗୃହରେ ରହିବେ ସେ ସମ୍ପର୍କରେ ଗ୍ରାମରେ ସମୀକ୍ଷା କରିଥିବା ବେଳେ ଏଥିରେ ସୁରେନ୍ଦ୍ର, ପୁରନ୍ଦର, ମାମଲା, ଚଗଲା, ଭୀମ ଉତ୍କ୍ଷିପ୍ତହୋଇ ଭୁଜାଲି ଓ ଏକ ଠେଙ୍ଗା ଧରି ଧରଣୀଓତାଙ୍କ ପରିବାରର ୫ ଜଣ ଙ୍କୁ ମରଣାନ୍ତଙ୍କ ଭାବେ ଆକ୍ରମଣ କରିଛନ୍ତି । ବଳଭଦ୍ର ଓ ରାଜୁ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ଗୁରୁତର ଅବସ୍ଥାରେ ଆଠମଲ୍ଲିକ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.