ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାରୁ ୨୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଚଂଳରୁ ସର୍ବାଧିକ ୧୪ ଜଣ, କଣିହାଁ ବ୍ଲକ ଅଚଂଳର ୩ ଜଣ, ତାଳଚେର ବ୍ଲକ ଅଚଂଳର ୨ ଜଣ ଓ ଅନୁଗୁଳ ବ୍ଲକ ଅଚଂଳର ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବଅର୍ରପାଳ ବ୍ଲକ ଅଚଂଳର ଗୋଟିଏ ପରିବାରର ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫ ଜଣ ମହିଳା ବୟସ ଯଥାକ୍ରମେ ୪୦, ୧୮, ୩୫, ୨୫ ଓ ୩୫ ବର୍ଷ ଥିବା ବେଳେ ୨ ଜଣ ପୁରୁଷଙ୍କ ବୟସ ୧୩ ଓ ୩୯ ବର୍ଷ । ପୂର୍ବରୁ ଏହି ପରିବାରରୁ ଜଣେ କରୋନା ପଜିଟିଭ୍ଙ୍କ ସଂସ୍ପର୍ଶରେ ଏମାନେ ଆସି ପଜିଟିଭ୍ ହୋଇଥିବାର ଜଣାପଡିଛି ।
ଏହି ବ୍ଲକର ଏକ ଶିଳ୍ପାଚଂଳରୁ ଆକ୍ରାନ୍ତ ହୋଇଥିବା ଅନ୍ୟ ୭ ଜଣଙ୍କ ମଧ୍ୟରେ ଜଣେ ୨୪ ବର୍ଷୀୟ ପୁରୁଷ,୩ ଜଣ ମହିଳା ଯାହାଙ୍କ ବୟସ ଯଥାକ୍ରମେ ୪୪, ୧୪, ଓ ୪୫ ବର୍ଷ । ଯେଉଁମାନେ କି ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ଶିଳ୍ପାଚଂଳରୁ ଗୋଟିଏ ପରିବାରର ୨ ଜଣଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟା ମହିଳା ଏବଂ ଜଣେ ୧୮ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାଛଡା ଏହି ଶିଳ୍ପାଚଂଳରୁ ଲକ୍ଷଣଯୁକ୍ତ ଜଣେ ୫୩ ବର୍ଷୀୟ ପୁରୁଷ ମଧ୍ୟ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଣିହାଁ ବ୍ଲକ ଅଚଂଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଜଣେ ୪୦ ବର୍ଷୀୟା ମହିଳା ଏବଂ ଜଣେ ୨୪ ବର୍ଷୀୟ ପୁରୁଷ ଗଂଜାମ ଫେରନ୍ତା ହୋଇଥିବା ବେଳେ ୩୪ ବର୍ଷୀୟ ପୁରୁଷ ବିଶାଖାପାଟଣାରୁ ଫେରି ସଙ୍ଗରୋଧରେ ଥିଲେ । ତାଳଚେର ବ୍ଲକ ଅଚଂଳର ୨ ଜଣ ମହିଳା ବୟସ ଯଥାକ୍ରମେ ୮୨ ଓ ୪୩ ବର୍ଷ ଯେଉଁମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ହୋମ କ୍ୱାରେଟାଂଇନରେ ଥିବା ଅବସ୍ଥାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ବ୍ଲକ ଅଚଂଳରୁ ୨ ଜଣ କରୋନା ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଜଣେ ୨୬ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଜଣେ ୩୯ ବର୍ଷୀୟ ପୁରୁଷ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୦ ଜଣଙ୍କୁ ଆଜି ତାଳଚେର କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହି ୨୧ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬ରେ ପହଁଚିଲା । ଇତି ମଧ୍ୟରେ ଆଜି ୨୨ ଜଣ ସୁସ୍ଥ ହୋଇ କୋଭିଡ୍ କେୟାର ସେଟଂରକୁ ନିରୀକ୍ଷଣ ନିମନ୍ତେ ସ୍ଥାନାନ୍ତର ହୋଇଛନ୍ତି । ପୂର୍ବରୁ ସୁସ୍ଥ ହୋଇଥିବା ୧୪୯କୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୧୭୧ରେ ପହଁଚିଲା ।