ଅନୁଗୁଳ: ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ଏହି କରୋନା ମହାମାରୀ ସମୟରେ ସମସ୍ତ ପରୀକ୍ଷାକୁ ବନ୍ଦ କରିବା, ଛାତ୍ର ଛାତ୍ରୀଙ୍କର ୬ ମାସର ଫି କୁ ସମ୍ପୁର୍ଣ୍ଣ କାଟ କରିବା ଏବଂ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତିରେ ଘରୋଇ କରଣ ଓ କେନ୍ଦ୍ରୀ କରଣ ପ୍ରୋତ୍ସାହନ ବୁରୁଦ୍ଧରେ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପୂର୍ବତନ ସଭାପତି ବିଶ୍ୱରଜଂନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗାନ୍ଧୀ ଉଦ୍ୟାନରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତୀ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା କରାଯାଇଥିଲା ।
ଆଜି ଠାରୁ ମହାତ୍ମାଗାନ୍ଧୀ ଭାରତ ଛାଡ ଆନେ୍ଦାଳନ କରିଥିଲେ । ଏହାର ୭୮ ତମ ବାର୍ଷିକ ଅବସରରେ ଆଜି ଠାରୁ ମୋଦୀ ସରକାରଙ୍କ ଶିକ୍ଷାନୀତି ବିରୁଦ୍ଧରେ ସତ୍ୟାଗ୍ରହ ଆରମ୍ଭ କରାଯାଇଛି । ଏବଂ ଏହାକୁ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି କହିଛି ଛାତ୍ର କଂଗ୍ରେସ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଟୁ ରଜଂନ ଥାପ୍ପା, ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭ୍ୟ ପ୍ରଦ୍ୟୁମ୍ନ ସାହୁ, ଯୁବ ନେତା ଅଭିଷେକ ନାୟକ, ସଂଗ୍ରାମ ବେହେରା, ଛାତ୍ର ନେତା ମାନସ ରଜଂନ ବିଶ୍ୱାଳ, ଶୁଭଦୀପ ଗାଙ୍ଗୁଲି, ବିଶ୍ୱଜିତ୍ ବିଶ୍ୱାଳ, ଦିବ ୍ୟପ୍ରସାଦ ପ୍ରଧାନ, ଅଭିଷେକ ପତି, ଅଭିଷେକ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
