Odisha news

ପାଲଲହଡାରୁ ଜଣେ ଡାକ୍ତର ଙ୍କ ସମେତ ୨ କରୋନା ପଜିଟିଭ୍ : ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତରିତ

0

ପାଲଲହଡା: ମାଆ କୁଣ୍ଢେଇବିରା ବିରାଙ୍କ ଶୁଭଦୃଷ୍ଟି ଫଳରେ ଯଦିଓ ପାଳଲହଡା ବ୍ଲକରେ ପୂର୍ବରୁ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କିନ୍ତୁ ପାଲଲହଡା ଟାଉନ ଭିତରେ ଏହି ୮ ଜଣଙ୍କ ମଧ୍ୟରେ ନଥିଲେ ହେଲେ ଗତ ଅଗଷ୍ଟ ୪ ତାରିଖ ଦିନ ବିଭିନ୍ନ କ୍ୱାରେଟାଂଇନ କେନ୍ଦ୍ରରୁ ଯାଇଥିବା ୭୨ଟି ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ଯାଇଥିଲା । ଏହି ୭୨ଙ୍କ ମଧ୍ୟରୁ ୨ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବାର ଜଣାପଡିଛି । ୨ ଜଣଙ୍କ ମଧ୍ୟରୁ ପାଳଲହଡା ମୁଖ୍ୟ ଡାକ୍ତରଖାନାରେ କର୍ତବ୍ୟ ରତ ଜନୈକ ଡାକ୍ତର ଯେ କି ନିଜ ଘର ମୟୁରଭଜଂ ଯାଇ ଗତ ୪ ତାରିଖ ଦିନ ନିଜ ସରକାରୀ ବାସଭବନରେ ହୋମ କ୍ୱାରେଟାଂଇନରେ ଥିଲା ବେଳେ ଅନ୍ୟ ଜଣଙ୍କ ଈଶ୍ୱରନଗର ପଚାଂୟତ ର ଜନୈକ ଯୁବକ ପୋଲାଭରମ କାମ କରିବାକୁ ଯାଇ ଗତ ୨୯ ତାରିଖରୁ ସ୍ଥାନୀୟ କ୍ଲଷ୍ଟର (ଶରତ ଚନ୍ଦ୍ର କ୍ଲବ) କ୍ୱାରେଟାଂଇନ କେନ୍ଦ୍ରରୁ ବୋଲି ଜଣାପଡିଛି ।

ସେମାନଙ୍କ ସ୍ୱାବ୍ ପଜିଟିଭ୍ ଆସିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ତାଳଚେର କୋଭିଡ୍ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି । ଏଠାରେ ଜଣେ ଯଦିଓ କର୍ତବ୍ୟ ରତ ଡାକ୍ତର ପଜିଟିଭ୍ ବାହାରିଛି ତଥାପି ଏଥିପାଇଁ କୋ÷ଣସି ବିଶେଷ ଭୟ କରିବାର ନାହିଁ ବୋଲି ଉପଖଣ୍ଡ ପ୍ରଶାସନ ପକ୍ଷରୁ କୁହାଯାଇଛି । କାରଣ ସମ୍ପୃକ୍ତ ଡାକ୍ତର ଏଠାରୁ ସଂକ୍ରମିତ ହୋଇନଥିବା ବେଳେ ସେ ନିଜ ଘରୁ କିମ୍ବା ଅନ୍ୟ କୋ÷ଣସି ଠାରୁ ସଂକ୍ରମିତ ହୋଇଥିବାର ଆଶଙ୍କା କରାଯାଉଛି । ତଥାପି ସେମାନଙ୍କର କଂଟାକ୍ଟ ଟ୍ରେସିଙ୍ଗ ପରେ ଅନ୍ୟ କିଛି ପଦକ୍ଷେପ ନିଆଯିବ ବୋଲି ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ପ୍ରକାଶ । ଦିନକୁ ଦିନ ଶାନ୍ତ ପାଲଲହଡାରେ ଯେପରି କରୋନା ମହାମାରୀର ପ୍ରାର୍ଦୁଭାବ ନ ବ୍ୟାପେ ସେଥିପାଇଁ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ପ୍ରବଳ ଦାବୀ ହେବା ସହିତ ମାସ୍କ ଓ ସାମାଜିକ ଦୂରତାକୁ କଡାକଡି କରିବାକୁ ଅନୁରୋଧ କରାଯାଇଛି ।

IEC 2 years
Leave A Reply