ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାରୁ ୧୧ ଜର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କେବଳ ବଅଁରପାଳ ବ୍ଲକ ଅଚଂଳରୁ ସମସ୍ତ ୧୧ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଯାହାଙ୍କ ବୟସ ୩୮, ୪୨, ୪୮ ଓ ୫୦ ବର୍ଷ ହୋଇଥିବା ବେଳେ ୫ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୨୬, ୩୫, ୪୦, ୬୦, ଓ ୭୨ ବର୍ଷ ଅଟେ । ଏହାଛଡା ସେମାନଙ୍କ ମଧ୍ୟରେ ଜଣେ ୧୬ ବର୍ଷର ବାଳକ ଓ ଜଣେ ୫ ବର୍ଷର ବାଳିକା ଅଛନ୍ତି ।
ଏମାନେ ସମସ୍ତେ ସେହି ଗ୍ରାମର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିପଜିଟିଭ୍ ହୋଇଛନ୍ତି । ଏହି ୧୧ ଜଣ ପଜିଟିଭକୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୮୫ରେ ପହଁଚିଲା । ଏହି ୧୧ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ତାଳଚେର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ତାଳଚେର କୋଭିଡ୍ ହସ୍ପିଟାଲରୁ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ୨୨ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କୁ ନିଜ ଘରେ ଆଇସୋଲେସନ ରେ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ୨ ଜଣଙ୍କୁ କୋଭିଡ୍ କେୟାର ସେଟଂରକୁ ନିରୀକ୍ଷଣ ନିମନ୍ତେ ପଠାଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୨୩୯ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨୬୧ରେ ପହଁଚିଲା ।
