Odisha news

ଯୁକ୍ତ୨ ଖାତା ଦେଖାରେ କରୋନା ପ୍ରଭାବ ଫଳ ପ୍ରକାଶନରେ ବିଳମ୍ବ ଆଶଙ୍କା

0

ଅନୁଗୁଳ; କରୋନା କଟକଣା ପ୍ରଭାବ ସବୁଠି ଦେଖିବାକୁ ମିଳିଛି ।ଦୀର୍ଘ ୫ମାସ ହେଲା ସମସ୍ତ ସ୍କୁଲ କଲେଜ ବନ୍ଦ ହୋଇ ଯାଇଛି । ପିଲାଙ୍କ ପାଠ ପଢା ଉପରେ ଘୋର ପ୍ରଭାବ ପଡିଛି ।ଏଭଳି ସ୍ଥିତିରେ ଯେଉଁ ଛାତ୍ରଛାତ୍ରୀମାନେ କଟକଣା ପୁର୍ବରୁ ବା କଟକଣା ଭିତରେ ପରୀକ୍ଷା ଦେଇଥିଲେ ସେମାନଙ୍କ ସମସ୍ତ ଆଶା ମଉଳି ଯାଉଛି । ଆମେ ଯଦି ଦେଖିବା ସରକାର ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରିବାକୁ ନିଷ୍ପତି ନେଇଛନ୍ତି । ଯାହାକି ବହୁ ବିଳମ୍ବ ହେଲାଣି । ସେହିପରି ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶନର କୌଣସି ସଠିକ ନିଷ୍ପତି ହୋଇ ପାରି ନାହିଁ । ବର୍ତମାନ ସୁଦ୍ଧା ଖାତା ଦେଖା ଶେଷ ହୋଇପାରି ନାହିଁ ।

ଏହାର କାରଣ କରୋନା କଟକଣା । ଅନୁଗୁଳ କଥା ଦେଖିଲେ ସ୍ପଷ୍ଟ ଜଣାପଡୁଛି ଗତ କିଛି ଦିନ ହେଲା ଅନୁଗୁଳ ସରକାରୀ ମହାବିଦ୍ୟାଳୟରେ ଚାଲିଛି ଯୁକ୍ତ୨ ପରୀକ୍ଷା ଖାତା ଦେଖା । ଏହି କେନ୍ଦ୍ର ବାଣିଜ୍ୟ,ବିଜ୍ଞାନ ଓ କଳାର ମାନୁଆଲ ପ୍ରାୟ୪୦ହଜାର ଓ ଇ-ଭାଲୁଏସନ ପାଇଁ ୪୦ହଜାର ଏହିପରି ୮୦ହଜାର ଖାତା ମୂଲ୍ୟାୟନ କରାଯାଉଛି । ଏଥିପାଇଁ ୨୫୦ରୁ ଅଧ୍ôକ ଅଧ୍ୟାପକଙ୍କୁ ନିୟୋଜିତ କରାଯାଇଛି । କିନ୍ତୁ କରୋନା କଟକଣା ଯୋଗୁଁ ହୋଇଥିବା ଲକ୍ଡାଉନ ଯୋଗୁଁ ଖାତା ଦେଖାରେ ବାଧା ସୃଷ୍ଟି ହେଉଛି । ଗାଡି ମୋଟର ଚଳାଚଳ କଟକଣା ଯୋଗୁଁ ଅଧ୍ୟାପକମାନେ ବହୁ ସଂଖ୍ୟାରେ ଆସିପାରୁ ନାହାଁନ୍ତି ଏହା ଛଡା କେତେକ ଅଧ୍ୟାପକ ସଂକ୍ରମଣ ଭୟରେ ମଧ୍ୟ ଆସୁ ନଥବା ଜଣାପଡିଛି । ଦେଖିବାକୁ ଗଲେ ଏହି ମୁଲ୍ୟାୟନ କେନ୍ଦ୍ରକୁ ଶତକଡା ୪୦ଭାଗ ଅଧ୍ୟାପକ ଆସୁ ନାହାଁନ୍ତି । ତେଣୁ ଖାତା ଦେଖା ସଠିକ ଭାବେ ହୋଇପାରୁ ନାହିଁ । କେବଳ ଇ-ଭାଲୁଏସନ କିଛି ପରିମାଣରେ ଶେଷ ହୋଇଛି । କିନ୍ତୁ ମାନୁଆଲ ଖାତା ଦେଖା ଯେତିକି ହେବା କଥା ସେତିକି ହୋଇ ପାରୁ ନାହିଁ ।

ଏହାର ପ୍ରଭାବ ପରୀକ୍ଷା ଫଳ ପ୍ରକାଶନ ଉପରେ ପଡିବାର ଆଶଙ୍କା ଦେଖାଦେଇଛି । କାରଣ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଖାତା ଦେଖା ଶେଷ ହେବା ନେଇ ସନେ୍ଦହ ସୃଷ୍ଟି ହୋଇଛି । ଏଭଳି ହେଲେ ଆଗକୁ ପିଲାଙ୍କ ପରୀକ୍ଷାଫଳ କେବେ ପ୍ରକାଶ ହେବ ତାହା କିଛି କହି ହେଉ ନାହିଁ ।ତେଣୁ ପିଲାଙ୍କ ମାନସିକ ସ୍ଥିତି କିଭଳି ଥିବ ତାହା ସ୍ପଷ୍ଟ ଅନୁମେୟ । ତେବେ ଯାହା ଜଣାପଡୁଛି ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ ହେଲା ବେଳକୁ ଅଗଷ୍ଟ ଶେଷ ସପ୍ତାହ ହୋଇପାରେ । ଯାହାକି ଯଥେଷ୍ଟ ବିଳମ୍ବ ହେବ କାରଣ ବର୍ତମାନ ସୁଦ୍ଧା ଖାତା ଦେଖା ଚାଲିଛି । ଏ ସମ୍ପର୍କରେ ଖାତା ଦେଖୁଥିବା ଅଧ୍ୟାପକ ରାଜକିଶୋର ବେହେରା ଓ ପବିତ୍ର ମୋହନ ବେହେରାଙ୍କ ସମେତ ବହୁ ଅଧ୍ୟାପକ କୁହନ୍ତି ଚଳିତ ବର୍ଷ ଏବେ ସୁଦ୍ଧା ପରୀକ୍ଷାଫଳ ପ୍ରକାଶନରେ ପ୍ରାୟ ୧ମାସରୁ ଅଧ୍ôକ ବିଳମ୍ବ ହେଲାଣି । ଖାତା ଦେଖା ସରି ନଥିବାରୁ କେବେ ଶେଷ ହେବ ତାହା କହିବା କଷ୍ଟ । କାରଣ ଆବଶ୍ୟକ ଠାରୁ ଖୁବ କମ ଅଧ୍ୟାପକ ଖାତା ଦେଖିବାକୁ ଆସୁଛନ୍ତି ।

Leave A Reply