Odisha news

କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ପ୍ରତିବାଦ ସଭା

0

ଅନୁଗୁଳ : ଅନୁଗୁୁଳ ଜିଲ୍ଲାପାଳ ଅଫିସ ସମ୍ମୁଖରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଦିବସ ଉପଲକ୍ଷେ ସାମାଜିକ ଦୂରତାର ରକ୍ଷାକରି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରମ ଆଇନ୍ ସଂଶୋଧନ ଓ ଶ୍ରମ କୋଡ୍ ବାତିଲ କରିବା ସହ କାରଖାନା ଆଇନ୍ ୧୯୪୮ ଓ ଶିଳ୍ପ ବିବାଦ ଆଇନ୍ ୧୯୪୭ ଆଦି ଆଇନ୍ର ସଂଶୋଧନ, କାର୍ଯ୍ୟ ଦିବସ ୮ ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି କରିବା ନିଷ୍ପତ୍ତି ସମେତ କେନ୍ଦ୍ର ବିଜେପି ସରକାରଙ୍କ ଦ୍ୱାରା କରାଯାଉଥିବା ଶ୍ରମ ଆଇନ୍ ସଂସ୍କାର ପ୍ରତ୍ୟାହାର କରିବା, ସମସ୍ତ କ୍ଷେତ୍ରରେ ଶ୍ରମ ଆଇନ୍କୁ କଡାକଡି ଲାଗୁକରିବା, ନାଲକୋ, ଏନ୍.ଟି.ପି.ସି, ପି.ଜି.ସି.ଆଇ.ଏଲ୍ ସମେତ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ନିଷ୍ପତ୍ତି ପ୍ରତ୍ୟାହାର କରିବା, ରେଳ ପ୍ରତିରକ୍ଷା, ବନ୍ଦର, କୋଇଲା, ବୀମାନ ସେବା, ବ୍ୟାଙ୍କ, ବୀମା ଓ ଖୁଚୁରା ବ୍ୟବସାୟରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ (ଏଫ୍.ଡି.ଆଇ)ର ନିଷ୍ପତ୍ତି ପ୍ରତ୍ୟାହାର କରିବା, କେନ୍ଦ୍ରୀୟ କର୍ମଚାରୀଙ୍କ ଡି.ଏ. ଓ ପେନ୍ସନ୍ଧାରୀଙ୍କ ଡି.ଆର୍ ଫ୍ରିଜ୍ କରିବା ନିଷ୍ପତ୍ତି ପ୍ରତ୍ୟାହାର କରିବା, ଶ୍ରମିକ କର୍ମଚାରୀ ବିରୋଧୀ ଓ ବିଦୁ୍ୟତ୍ ଉପଭୋକ୍ତା ବିରୋଧୀ ଇଲେକ୍ଟ୍ରିସିଟି ଆକ୍ଟ ଆମେଣ୍ଡମେଣ୍ଟ ବିଲ୍ -୨୦୨୦ ପ୍ରତ୍ୟାହାର କରିବା, ବିଦୁତ୍ ଉତ୍ପାଦନ, ସଞ୍ଚଳନ ଓ ବଣ୍ଟନକୁ ସରକାର ପ୍ରତ୍ୟକ୍ଷ ଭାବେ ପରିଚାଳନା କରିବା, କଳକାରଖାନା ଖଣି ଓ ସଂସ୍ଥା ମାନଙ୍କରୁ ସ୍ଥାୟୀ କର୍ମଚାରୀ ଓ ଠିକା ଶ୍ରମିକ ଛଟେଇ ବନ୍ଦ କରିବା, ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ୍ ଓ ଖାଦ୍ୟ ପଦାର୍ଥ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ବନ୍ଦ କରିବା, ସର୍ବନିମ୍ନ ମଜୁରୀ ମାସିକ ୨୧ହଜାର ଟଙ୍କା ନିର୍ଦ୍ଧାରଣ କରିବା, କରୋନା ମହାମାରୀ ଯୋଗୁଁ ଲକ୍ଡାଉନ୍ ପିରିୟଡ ପାଇଁ ସମସ୍ତ ଶ୍ରମିକ କର୍ମଚାରୀଙ୍କୁ ମଜୁରୀ ପ୍ରଦାନ କରିବା, ଲକ୍ଡାଉନ୍ ପିରିୟଡରେ ଛଟେଇ ଓ ବହିସ୍କୃତ ଶ୍ରମିକ କର୍ମଚାରୀଙ୍କୁ କାମ କରିନଥିବା ସମୟର ମଜୁରୀ ଦେଇ ପୁନଃ ନିଯୁକ୍ତି ଦେବା, ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ସ୍ଥାୟୀ ରୋଜଗାର ଯୋଗାଇଦେବା ସଙ୍ଗେ ସଙ୍ଗେ ଜରୁରୀ ପ୍ରୟୋଜନ ପାଇଁ ୬ମାସ ପର୍ଯ୍ୟନ୍ତ ମାସିକ ୧୦ହଜାର ଲେଖାଏଁ ଟଙ୍କା ଆର୍ଥôକ ସହାୟତା ଯୋଗାଇଦେବା ଏବଂ ସେମାନଙ୍କର ବକେୟା ମଜୁରୀ ଓ ଅନ୍ୟାନ୍ୟ ଆଇନ୍ ସମ୍ମତ ପ୍ରାପ୍ୟ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବା, ମଧ୍ୟାହ୍ନ ଭୋଜନ ପାଚିକା, ଆଶା, ଅଙ୍ଗନୱାଡି, ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଓ ସ୍ୱାବଲମ୍ବୀ କାରିଗର ଆଦି ସ୍କିମ୍ ଶ୍ରମିକଙ୍କୁ ଶ୍ରମିକ କର୍ମଚାରୀର ମାନ୍ୟତା ଦେବା ଏବଂ ସେମାନଙ୍କୁ ଲକ୍ଡାଉନ୍ ପିରିୟଡର ପାରିଶ୍ରମିକ ପ୍ରଦାନ କରିବା ସହିତ ୧୦ହଜାର ଟଙ୍କା ଆର୍ଥôକ ସହାୟତା ଦେବା, ଘରୋଇ ପରିଚାରକ/ପରିଚାରିକା, ବିଡି ଶ୍ରମିକ, ଉଠା ଦୋକାନୀ, ଅଟୋଚାଳକ, ପଞ୍ଜିକୃତ ଓ ଅଣପଞ୍ଜିକୃତ ଅଣସଂଗଠିତ ଶ୍ରମିକଙ୍କୁ କରୋନା ମହାମାରୀ କାଳୀନ ଆର୍ଥôକ ସହାୟତା ଭାବେ ୧୦ହଜାର ଟଙ୍କା ପ୍ରଦାନ କରିବା ଆଦି ୧୨ଦଫା ଦାବି ସମ୍ବଳିତ ଦାବିପତ୍ର ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଅନୁଗୁଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ପ୍ରତିବାଦ ସଭାର ଆଇ.ଏନ୍.ଟି.ୟୁ.ସି.ର ଶ୍ରମିକ ନେତା ଟିକନ ସାମଲ, ଗୋଲେଖ ନାଏକ, ରମେଶ ପଲେଇ, ଏଚ୍.ଏମ୍.ଏସ୍.ର ଜିଲ୍ଲା ସଭାପତି ତ୍ରିଲୋଚନା ପ୍ରଧାନ, ପବିତ୍ର ବିଶ୍ୱାଳ, ସଂସାର ପ୍ରଧାନ, ଏ.ଆଇ.ଟି.ୟୁ.ସି.ର ଲମ୍ବୋଦର ପ୍ରଧାନ, ସି.ଆଇ.ଟି.ୟୁ.ର ଜିଲ୍ଲା ସାଧାରଣ ସମ୍ପାଦକ ଉପେନ୍ଦ୍ର ଶର୍ମା, ମହେନ୍ଦ୍ର ସାହୁ, ରଞ୍ଜନ ନନ୍ଦ, ବିଶ୍ୱନାଥ ସାହୁ, ସୁନିଲ କୁମାର ସାହୁ, ନିର୍ମଳ ମହାନ୍ତି, ସାଗର ମହାପାତ୍ର, ରବି ଜେନା, ଏ.ଆଇ.ୟୁ.ଟି.ୟୁ.ସି.ର ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ସାହୁ, ଏ.ଆଇ.ସି.ସି.ଟି.ୟୁ.ର ଜିଲ୍ଲା ସଭାପତି ବସନ୍ତ ପଟ୍ଟନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.