Odisha news

ସାତକୋଶିଆ ଅଭୟାରଣ୍ୟର ମୂଳ ବାଘୁଣୀ ଅସୁସ୍ଥ : ଚିନ୍ତାରେ ବନ ବିଭାଗ

0

ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଥିବା ମୂଳ ବାଘୁଣୀ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ପଡିଥିବା ବେଳେ ବନ ବିଭାଗକୁ ଘାରିଛି ଚିକିତ୍ସା ଚିନ୍ତା । ପ୍ରଥମେ ଲାଜଂରେ ଘା ହୋଇଥିବା ସିସିଟିଭି ରେ ଦେଖିଥିଲେ ବନ ବିଭାଗ । ତାହାର ଚିକିତ୍ସା ପାଇଁ ଏବେ ବନ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ କିଛି ଦିନ ହେବ ସୁନ୍ଦରୀ ବାଘୁଣୀ ଥିବା ରାଇଗୁଡା ଏନକ୍ଲୋଜର ନିକଟକୁ ସାତକୋଶିଆର ମୂଳ ବାଘୁଣୀ ରାତିରେ ଆସି ଚକ୍ର କାଟୁଥିବା ଦେଖିବାକୁ ମଳୁଛି । ତାର ଲାଜଂରେ ଏକ କ୍ଷତ ଚିହ୍ନ ଦେଖିବା ପରେ ତାକୁ ଚିକିତ୍ସା ପାଇଁ ଏକ ବନ ବିଭାଗ ପକ୍ଷରୁ ଯନ୍ତା ପ୍ରସ୍ତୁତ କରାଯାଇଛି । ଏନକ୍ଲୋଜର ର ପାଖରେ ରଖାଯାଇ ଛେଳି ଥୋପ ଦିଆଯାଇଛି । ଯନ୍ତାରେ ପଶିବା ପରେ ତାହାର ଚିକିତ୍ସା କରାଯିବା ନେଇ ବନ ବିଭାଗ ପକ୍ଷରୁ ମଧ୍ୟ କୁହାଯାଇଛି ।

ବାଘୁଣୀ ର ବୟସ ଅଧିକ ହୋଇଯାଇଥିବାରୁ ତାକୁ ଟ୍ରାଙ୍କୁଲାଇଜ କରାଗଲେ ଜୀବନ ପ୍ରତି ବିପଦ ଅଛି । ତେଣୁ ଯନ୍ତା ମଧ୍ୟରେ ଶିକାର ପାଇଁ ଛେଳି ଭର୍ତି କରାଯାଇଛି । ଯଦି ବାଘୁଣୀ ଯନ୍ତାରେ ପଶେ ତେବେ ସହଜରେ ତାହାର ଚିକିତ୍ସା କରାଯାଇ ପାରିବ । ନଚେତ୍ ବେଶୀ ଦିନ କ୍ଷତ ରହିଲେ ତାହା ସଂକ୍ରମଣ ହୋଇ ପାରେ । ଏ ସମ୍ପର୍କରେ ଅନୁଗୁଳ ଆରସିସିଏଫ ପ୍ରଦୀପ ରାଜ କରାଟେ କୁହନ୍ତି କି ବାଘୁଣୀ ଯନ୍ତା ନିକଟତର ହେଉଛି । କିନ୍ତୁ ଭିତରେ ପଶୁନି । ବାଘୁଣୀ ଶିକାର ପାଇଁ ଗୋଟିଏ ଛେଳି ଯନ୍ତାରେ ରଖାଯାଇଛି । ପୂର୍ବପରି ବାଘୁଣୀ କୁମୁକି ହାତୀ ନିକଟତର ହେଉଛି । ପୁଣି ଅଭୟାରଣ୍ୟ କୁ ଫେରିଯାଉଥିବା ଶ୍ରୀ କରାଟେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.