Odisha news

ପୁଣି ଶୁଣାଣି ହୋଇପାରିଲାନି ମଦ ମାଫିଆ ବିକ୍ରମର ବେଲ୍ ପିଟିସନ : ରଦ୍ଦ ହେଲା ସମସ୍ତ ମଦ ଲାଇସେନ୍ସ , ନିଲମ୍ବିତ ହେଲେ ଅବକାରୀ ଅଫିସର

0

ଅନୁଗୁଳ: ଅନୁଗୁଳର ବହୁ ଚର୍ଚିତ ମଦ ମାଫିଆ ବିକ୍ରମ ସାହୁର ବେଲ୍ ପିଟିସନର ଶୁଣାଣି ଗତ ମେ ମାସ ୧୩ ତାରିଖରେ ମାନ୍ୟବର ଉଚ ନ୍ୟାୟାଳୟରେ ଖାରଜ ହୋଇଯାଇଥିବା ବେଳେ ପୁଣି ଥରେ ଶୁକ୍ରବାର ଦିନ ତାଙ୍କର ବେଲ ପିଟିସନର ଶୁଣାଣି ହୋଇପାରିଲା ନାହିଁ । ଅନ୍ୟ ପକ୍ଷରେ ମଦ ମାଫିଆ ବିକ୍ରମର ସମସ୍ତ ସରକାରୀ ଦେଶୀ ମଦଭାଟି ଓ ବିଦେଶୀ ଠିପିଖୋଲା ମଦ ଦୋକାନ ର ଲାଇସେନ୍ସ କୁ ରଦ୍ଦ କରିଦିଆଯାଇଛି ।

ତାଙ୍କୁ ସେତେବେଳେ ଏହି ଚୋରା ମଦ କାରବାରରେ ସାହାଯ୍ୟ କରିଥିବା ଅନୁଗୁଳର ତକ୍ରାଳୀନ ସଦର ଅବକାରୀ ବିଭାଗ ଅଧିକାରୀ ଅରବିନ୍ଦ ରାଉତରାୟଙ୍କୁ ରାଜ୍ୟ ସରକାର ଚାକିରୀରୁ ନିଲମ୍ବିତ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ,ଗତ ଏପ୍ରିଲ ୨୪ ତାରିଖରେ କରୋନା ଭଳି ଏକ ଭୟଙ୍କର ମହାମାରୀ ସମୟରେ ସାରା ଭାରତ ବର୍ଷ ସମେତ ସମଗ୍ର ଓଡିଶା ସଟ୍ ଡାଉନ୍ ଥିବା ବେଳେ ମଦ ମାଫିଆ ବିକ୍ରମ ଏହି ଚୋରାକାରବାର କରୁଥିଲା ।

କୋଣସି ସୂତ୍ରରୁ ଖବର ପାଇ ଆଇ.ଜି ନରସିଂହ ଭୋଳ ଓ ଏସ.ପି ଜଗମୋହନ ମୀନା ସଦଳବଳେ ବିକ୍ରମର ସହର ଉପକଣ୍ଠରେ ଥିବା କରଡାଗାଡିଆ ଗ୍ରାମରେ ଥିବା ଲାଇସେନ୍ସପ୍ରାପ୍ତ ମଦ ଭାଟି ଉପରେ ଚଢ଼ାଉ କରି ସେଠାରୁ ୪୪୪୦ ଲିଟର ଦେଶୀ ମଦ ପାଉଚ, ୬୦୦୦ ଲିଟର ପୋଚ, ୩୦ଟି ପ୍ଲାଷ୍ଟିକ ବ୍ୟାରେଲ, ୧୮ଟି ମୋଟରସାଇକେଲ, ୨୧ଟି ମୋବାଇଲ ଫୋନ, ଗୋଟିଏ ଅଟୋରିକ୍ସା ଏବଂ ଗୋଟିଏ ଏଣ୍ଡାଭର କାରକୁ ଜବତ କରିଥିବା ବେଳେ ଏହି ଚୋରା କାରବାରରେ ସଂଶ୍ଳିଷ୍ଟ ମଦ ଭାଟିର ମାଲିକ ବିକ୍ରମ ସାହୁଙ୍କ ସମେତ ମଦ ଭାଟିର ୧୨ ଜଣ କର୍ମଚାରୀ ଏବଂ ୩୦ ଜଣ ମଦ ବେପାରୀଙ୍କୁ ଗିରଫ କରିଥିଲେ ।

ପ୍ରାୟ ସବୁବେଳେ ମଦ ମାଫିଆ ବିକ୍ରମ ଏହିଭଳି ଚୋରାକାରବାର ଅବକାରୀ ବିଭାଗ କର୍ମଚାରୀଙ୍କୁ ଧରି କରିଥାଏ । କିନ୍ତୁ କେହି ତାକୁ ଧରିପାରୁନଥିଲେ । ଏହି ଘଟଣା ପରେ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବିକ୍ରମର ସମସ୍ତ ମଦ ଲାଇସେନ୍ସ ରଦ୍ଦ କରିବା ପାଇଁ ଗତ ମେ ମାସ ୩୦ ତାରିଖ ଦିନ ରାଜ୍ୟ ଅବକାରୀ କମିଶନରଙ୍କୁ ଚିଠି ନଂ ୨୭୪୯ ରେ ଅନୁମତି ମଗାଯାଇଥିଲା ।

ଫଳରେ ରାଜ୍ୟ ଅବକାରୀ କମିଶନର ୨୦୦୮ର ୪୭ (ସି), ୫୮ ଏବଂ ୬୬ ଓ ମହାମାରୀ ଆଇନ ଉଲ୍ଲ୍ଘଂନ କରିଥିବା ଅଭିଯୋଗରେ ବିକ୍ରମର ସମସ୍ତ ଦେଶୀ ଓ ବିଦେଶୀ ମଦ ଲାଇସେନ୍ସକୁ ରଦ୍ଦ କରିବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ଫଳରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜୁନ୍ ୧୦ ତାରିଖ ଦିନ ଜେଲରେ ଥିବା ବିକ୍ରମକୁ ନୋଟିସ କରାଯାଇଥିଲା । ଏବଂ ୧୪ ଦିନ ମଧ୍ୟରେ ନୋଟିସର ଉତର ଦେବାକୁ କୁହାଯାଇଥିଲା । କିନତୁ ବିକ୍ରମ ତା ସପକ୍ଷରେ ସନ୍ତୋଷ ଜନକ ଲିଖିତ ଉତର ଦେଇପାରିନଥିଲା । ଫଳରେ ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ବିକ୍ରମର କରଡାଗାଡିଆ, ବଅଁରପାଳ, ଆଠମଲ୍ଲିକ, ବଜ୍ରକୋଟ, ବଇଁଣ୍ଡା, ଓ ଘୋଷର ଠାରେ ଥିବା ୫ଟି ଦେଶୀ ଭାଟି ସମେତ ଗୋଟିଏ ଠିପିଖୋଲା ମଦ ଦୋକାନକୁ ଶିଲ କରିବା ସହ ତାର ଲାଇସେନ୍ସକୁ ରଦ୍ଦ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମଦ ମାଫିଆ ବିକ୍ରମ ବିରୁଦ୍ଧରେ ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ଅନୁଗୁଳ ଜିଲ୍ଲାବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଯାଇଛି ।

Leave A Reply