ପରକୀୟା ପ୍ରୀତି ମହଙ୍ଗା ପଡିଲା :ଫେସ୍ ବୁକରେ ହେଲା ପ୍ରେମସମ୍ପର୍କ , ଧରା ପଡି ନିର୍ଦ୍ଧୁମ ଛେଚା ଖାଇଲେ ପ୍ରେମିକ ଓ ବିବାହିତା ମହିଳା ପ୍ରେମିକା
ଅନ୍ତୁଳିଆ: ପରକୀୟା ପ୍ରୀତି ମହଙ୍ଗା ପଡିଲା । ଫେସ୍ ବୁକରେ ବନ୍ଧୁତା ହୋଇ ପ୍ରେମ ସମ୍ପର୍କ ଗଢ଼ିଉଠିବା ପରେ ଧରା ପଡି ଗ୍ରାମବାସୀ ଓ ପରିବାର ଲୋକଙ୍କଠୁ ନିର୍ଦ୍ଧୁମ ଛେଚା ଖାଇଲେ ପ୍ରେମିକ ଓ ବିବାହିତା ମହିଳା ପ୍ରେମିକା । ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟାପଢ଼ୋଲ ଗ୍ରାମରେ । ଘଟଣାରୁ ପ୍ରକାଶ ଯେ, ଟାପଢ଼ୋଲ ଗ୍ରାମର ଜଣେ ବିବାହିତା ମହିଳାଙ୍କର ଏକ ୩ ବର୍ଷର ଏକ ସନ୍ତାନ ଅଛି । ତାଙ୍କ ସ୍ୱାମୀ ଘରଠାରୁ ଦୂରରେ ରହି ଚାକିରୀ କରନ୍ତି ।
ସ୍ୱାମୀଙ୍କ ଅନୁପସ୍ଥିତିରେ ମହିଳା ଜଣଙ୍କ ସମୟ ଅତିବାହିତ କରିବା ପାଇଁ ଫେସ୍ବୁକ୍ ଚଳାଇଥାନ୍ତି । ମହିଳା ଜଣଙ୍କ ଫେସ୍ବୁକ୍ରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଉରୁକୁଳା ଗ୍ରାମର ଜଣେ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ଫେସ୍ ବୁକରେ ବନ୍ଧୁତା ହେବା ପରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ରବିବାର ବିଳମ୍ବିତ ରାତିରେ ସମ୍ପୃକ୍ତ ଯୁବକ ମହିଳାଙ୍କ ଘରକୁ ଆସିଥିଲେ । ମହିଳାଙ୍କ ପରିବାର ଲୋକ ଅର୍ଥାତ୍ ଶାଶୁ, ଶ୍ୱଶୁର ଶୋଇପଡିଥିବା ବେଳେ ଏହାର ସୁଯୋଗ ନେଇ ସମ୍ପୃକ୍ତ ଯୁବକ ଓ ମହିଳା ଏକ ରୁମ ଭିତରେ କବାଟ ବନ୍ଦ କରି ରହିଥିଲେ ।
ଏ ସମ୍ପର୍କରେ ଶ୍ୱଶୁର ଜାଣି ପାରିବା ପରେ ଉକ୍ତ ରୁମ ପାଖକୁ ଯାଇ ଉଭୟଙ୍କୁ ଅସଂଯତ ଅବସ୍ଥାରେ ଦେଖି ଦୁଇ ଜଣଙ୍କୁ ଘର ଭିତରେ ତାଲା ପକାଇଦେଇଥିଲେ । ପରେ ଘରର ଅନ୍ୟ ସଦସ୍ୟ ମାନଙ୍କୁ ଡାକି ଥିଲେ । ତା ପରେ କବାଟ ଖୋଲି ଶ୍ୱଶୁର ଉକ୍ତ ଯୁବକ ଓ ତାଙ୍କ ବହୂକୁ ନିସ୍ତୁକ ମାଡ ମାରିବା ସହ ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀ ମାନେ ମଧ୍ୟ ଉକ୍ତ ଯୁବକକୁ ନିସ୍ତୁକ ମାଡ ମାରିଥିବା ଜଣାଯାଇଛି । ଏ ନେଇ ଥାନାରେ କୋ÷ଣସି ଅଭିଯୋଗ ହୋଇନଥିବା ଜଣାଯାଇଛି ।