Odisha news

ଗବେଷଣା କହୁଚି କ୍ରୋଧ ମଣିଷକୁ କରି ଦେଇଥାଏ ରୋଗ ଗ୍ରସ୍ତ , ଏହିଭଳି କରନ୍ତୁ ନିୟନ୍ତ୍ରଣ

0
ଆମେ ସାଧାରଣ ଭାବରେ ଅଧିକାଂଶ ସମୟରେ ଖୁବ୍ ଛୋଟ ଛୋଟ କଥାରେ ରାଗି ଯାଇଥାଉ । ଏହି କ୍ରୋଧ ଆପଣଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କରିଥାଏ । ଯାହାଦ୍ଵାରା ଆପଣଙ୍କୁ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ି ଥାଏ । କାରଣ କ୍ରୋଧ କରିବା ସମୟରେ ମଣିଷ ନିଜର ମାନସିକ ଭାରସାମ୍ୟ ହରାଇ ଥାଏ ।
କ୍ରୋଧ କାରଣରୁ ହୋଇଥାଏ ଏହିସବୁ ଶାରିରୀକ କ୍ଷତି –
– କ୍ରୋଧ ଆପଣଙ୍କୁ ଶତ୍ରୁ ଭଳି କାର୍ଯ୍ୟକଳାପ କରିବା ପାଇଁ ପ୍ରବର୍ତ୍ତାଇ ଥାଏ । ଏହି ସମୟରେ
ଏଡ୍ରୋନାଲିନ୍ ଓ କର୍ଟିସୋଲ ଷ୍ଟ୍ରେସ ହର୍ମନ ହୃଦୟ ଗତି ଓ ଶ୍ଵାସ ଗତିକୁ ବଢାଇ ଥାଏ । ଏହାଦ୍ବାରା ଏନର୍ଜି ଲେବୁଲ୍ ବଢ଼ିଥାଏ ଓ ଆପଣଙ୍କ ଧମନୀ ଗୁଡ଼ିକ ରେ ପ୍ରେସର୍ ପଡିଥାଏ । ଏପରି ସ୍ଥିତି ରେ ହାର୍ଟ ଆଟାକ୍ ହେବାର ସମ୍ଭାବନା ରହିଥାଏ ।
– କ୍ରୋଧ କାରଣରୁ ମସ୍ତିଷ୍କ ଉପରେ ଏହାର ଘୋର ପ୍ରଭାବ ପଡିଥାଏ । ଯେଉଁ ବ୍ୟକ୍ତି ମାନେ ଅଧିକ କ୍ରୋଧ କରି ଥାଆନ୍ତି ସେମାନଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେବାର ସମ୍ଭାବନା ରହିଥାଏ ।
– ଯେତେବେଳେ ଆମେ କୌଣସି କଥାକୁ ନେଇ ପ୍ରତିକ୍ରିୟା କରିଥାଉ ଧୀରେ ଧୀରେ ଶରୀରରେ ରକ୍ତ ପ୍ରବାହ ଦୃତ ଗତିରେ ହେବାକୁ ଲାଗିଥାଏ । ଯାହା ଆଗକୁ ଉଚ୍ଚ ରକ୍ତଚାପ ର ସମ୍ମୁଖୀନ କରାଇଥାଏ ।
– ଛୋଟ ଛୋଟ କଥାକୁ ନେଇ ଆମେ ମାନସିକ ଚାପ ବୃଦ୍ଧି ପାଇଥାଏ ଓ ଆମେ ଡିପ୍ରେଶନ ର ଶିକାର ହୋଇଥାଉ। ଏପରି ସ୍ଥିତି ରେ ଆମେ ରାଗ କୁ ନିୟନ୍ତ୍ରଣ କରିବା ପାଇଁ ଯୋଗ ଓ ପ୍ରାଣାୟାମ କରିବା ଉଚିତ୍ ।
– ଅଧିକ କ୍ରୋଧ କରିବା ଦ୍ୱାରା ପାଚନ ଶକ୍ତି ପ୍ରଭାବିତ ହୋଇଥାଏ । ଗବେଷଣା ରୁ ମଧ୍ୟ ଜଣା ପଡ଼ିଛି ଯେ ଯେଉଁ ବ୍ୟକ୍ତି ମାନେ କ୍ରୋଧ ଅଧିକ କରନ୍ତି ସେମାନଙ୍କ ଖାଦ୍ୟ ହଜମ ହେବା ପାଇଁ ସାଧାରଣ ଲୋକ ତୁଳନାରେ ଅଧିକ ଲାଗିଥାଏ ।
– ସୁସ୍ଥ ଜୀବନ ପାଇଁ ସାଉଣ୍ଡ ସ୍ଲିପ୍ ର ଖୁବ୍ ଆବଶ୍ୟକତା ରହିଛି । ଅଧିକ କ୍ରୋଧ କରିବା ଦ୍ୱାରା ମସ୍ତିଷ୍କ କୋଷିକା ଗୁଡ଼ିକ ଉପରେ ପ୍ରଭାବ ପଡ଼ି ନିଦ୍ରା ରେ ବ୍ୟାଘାତ ସୃଷ୍ଟି ହୋଇଥାଏ ।
କ୍ରୋଧ କୁ ନିୟନ୍ତ୍ରଣ କରିବାର ଉପାୟ :-
– ଯଦି କ୍ରୋଧ ଆସୁଛି ତେବେ ସେହି ସମୟରେ ନିଜ ମନ ଓ ମସ୍ତିଷ୍କ କୁ ସର୍ବ ପ୍ରଥମେ ନିୟନ୍ତ୍ରଣ କରିବା ଆବଶ୍ୟକ ଅଟେ ।
– କ୍ରୋଧ କୁ ନିୟନ୍ତ୍ରଣ କରିବା ପାଇଁ ସବୁଠୁ ସୁନ୍ଦର୍ ଉପାୟ ହେଉଛି ପ୍ରାଣାୟାମ ।
– କ୍ରୋଧ ସର୍ବଦା ଅଚାନକ ଆସିଥାଏ , ତେଣୁ ନିଜ ଭିତରେ ସଂଯମତା ରକ୍ଷାକରିବା ଆବଶ୍ୟକ ।
– ଯଦି ଅଧିକ ମାନସିକ ଚାପରେ ରହିଛନ୍ତି ତେବେ ଭଲ ନିଦ୍ରା ରେ ଶୋଇବା ଜରୁରୀ ଅଟେ । କାରଣ ଶୋଇବା ଦ୍ବାରା ମାନସିକ ଚାପ ଦୂର ହୋଇଥାଏ ।
Leave A Reply

Your email address will not be published.