Odisha news

ଅଙ୍ଗନବାଡି କର୍ମୀଙ୍କ ଆତ୍ମହତ୍ୟା

0
ଆଜି ସକାଳୁ ସକାଳୁ ଏକ ଦୁଃଖଦ ଓ ହୃଦୟ ବିଦାରକ ଦୃଶ୍ୟ  ଦେଖିବାକୁ ମିଳିଛି ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ମୃତ ମାର ଶବ  ନିକଟରେ ପୁଅର କାନ୍ଦ ସତେ ଯେପରି ସମଗ୍ର ସ୍ୱାସ୍ଥ୍ୟ କେନ୍ଦ୍ରଟିକୁ ସ୍ତବ୍ଧ କରି ଦେଇଥିଲା। ସମସ୍ତେ ଚାତକ ଆଖିରେ ଚାହିଁ ରହିଥିଲେ ସେହି ହୃଦୟବିଦାରକ ଦୃଶ୍ୟକୁ। ସୂଚନା ଅନୁସାରେ ନାଉଗାଁ ବ୍ଲକ ଅନ୍ତର୍ଗତ ତିହୁଡ଼ା ଗ୍ରାମର ସ୍ଵର୍ଗତ ବଂଶୀଧର ଲେଙ୍କା ଙ୍କ ଝିଅ ନମିତା ଲେଙ୍କା ଆଜକୁ ପ୍ରାୟ ୧୮ ବର୍ଷ ତଳେ ବୈଦିକ ରୀତିରେ ଚାନ୍ଦପୁରା ଗ୍ରାମର ଅର୍ଜୁନୀ ସ୍ୱାଇଁଙ୍କୁ ବିଭାହ କରିଥିଲେ। ନମିତାଙ୍କ ପରିବାର କହିଲେ ନମିତା ସ୍ଵାମୀ ଅର୍ଜୁନ ଓ ଦୁଇ ପୁଅଙ୍କୁ ନେଇ ତାଙ୍କ ସଂସାର। ନମିତା ତାଙ୍କ ବାପଘର ତିହୁଡ଼ା ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଆଜି ସକାଳେ ନମିତା ନିଜ ଘର ଭିତରେ ରସି ଲଗାଇ ଆତ୍ମହତ୍ଯା ଉଦ୍ୟମ କରିଥିଲେ। ପରିବାର ପକ୍ଷରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅନୁଭବ ଦାସ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ଶୁଣି ବାପଘର ଗାଁ ଲୋକଙ୍କ ସମେତ ଶାଶୁଘର ଗାଁ ଲୋକେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। କିଛ଼ି ସମୟ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ଭାବାକୂଳ ପରିବେଶ ସୃଷ୍ଟି ହୋଇଥିଲା। ନମିତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ନାଉଗାଁ ଥାନାକୁ ଘଟଣା ବିଷୟରେ ଅବଗତ କରାଯାଇ ଥିଲା। ନମିତାଙ୍କ ଶବ ନିକଟରେ ପୋଲିସ ପହଁଚି ଶବଟିର ପଂଚନାମା କରିବା ସହିତ ଶବ ବ୍ୟବଚ୍ଛେଦ କରିବା ପାଇଁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ସୂଚନା ମିଳିଛି ।
Leave A Reply