ହିମାଂଶୁ ଶେଖର ଆ·ର୍ଯ୍ୟ : ସମ୍ପ୍ରତି ମହାମାରୀ କରୋନା ସାରା ବିଶ୍ୱରେ ଆତଙ୍କ ସୃଷ୍ଠି କରିଛି । ଏଥିପାଇଁ ସରକାରଙ୍କଠୁ ଆରମ୍ଭକରି ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ବଦାନ୍ୟତାର ହାତ ବଢାଇଛନ୍ତି । ସେଥିପାଇଁ ସେମାନେ ପ୍ରଶଂସାର ପାତ୍ର । ମାତ୍ର ଏବେ କେତେକ ସ୍ଥଳରେ କତିପୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଏହି ବଦନ୍ୟତା ଦେଖେଇବା ପଛରେ ନିଜକୁ ବିଜ୍ଞାପିତ କରିବାର ମାନସିକତା ରଖିବା ଶୋଭନୀୟ ନୁହେଁ । ଆଗେ ଫୋଟୋଉଠା, ତାପରେ ଦାନ । ପୁଣି ଦାନ କରିବା ପଛରେ ରହିଛି ସମ୍ବର୍ଦ୍ଧନାର ମୋହ ସରକାରୀ ସ୍ତରରେ ହେଉ ବା ବେସରକାରୀ ସ୍ତରରେ ହେଉ । ବିଶେଷକରି ମହାମାରୀ କରୋନା ସମୟରେ ଯୁଦ୍ଧ ରତ ଯୋଦ୍ଧାଙ୍କୁ ଯୁଦ୍ଧ କ୍ଷେତ୍ରରୁ ଆଣି ସମ୍ବର୍ଦ୍ଧନା ଦେବା ଆତ୍ମପ୍ରଚାର ଛଡା କଣ ବା ହୋଇପାରେ? ଯୁଦ୍ଧ ସରିନି, ଶତ୍ରୁ ସେନା କାୟା ବିସ୍ତାର କରି ଚାଲିଛି । ଏ ସମୟରେ ସମ୍ବର୍ଦ୍ଧନା ଦେବା ଓ ନେବା କେତେ ଯୁକ୍ତି ଯୁକ୍ତ ତାହା ବିଚାର କରିବାର ଅଛି ।ଏଠି ସରକାର, ସରକାରୀ ପ୍ରଶାସନ, ପୋଲିସ ପ୍ରଶାସନ, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଓ ବ୍ୟକ୍ତି ବିଶେଷ ତଥା ଗଣମାଧ୍ୟମର ପ୍ରତିନିଧି ଏ ସଙ୍କଟ ସମୟରେ କୋରନା ଭଳି ରାକ୍ଷସ କବଳରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ସ୍ତରରେ ନିଜକୁ ସାମିଲ କରିଛନ୍ତି । ପ୍ରକୃତରେ କରୋନା ଯୋଦ୍ଧା ଆମ ଭିତରେ କିଏ ତାହା ଆମ ଭିତରେ ଥିବା ବେଲାଳସେନ ହିଁ କହିପାରିବେ । ମୋ ମତରେ ସେମାନେ ହେଉଛନ୍ତି ଜନତା ଜନାର୍ଦ୍ଦନ ।
କିନ୍ତୁ ସମ୍ବର୍ଦ୍ଧନାର ମୋହ ଆମକୁ ଏମିତି ଘାରିଛି ଯେ, ‘ମୋ ରାଣ ମୋତେ ଭଲପାଅ’ ନ୍ୟାୟରେ ଆମେ ଏସବୁ କରୁଛେ । ଏଇଠି ମନେପଡେ ମହାରାଜା ଇନ୍ଦ୍ରଦୁ୍ୟମ୍ନଙ୍କ କଥା । ଶ୍ରୀମନ୍ଦିର ପ୍ରତିଷ୍ଠା ପରେ ଯେତେବେଳେ ସୃଷ୍ଠି କର୍ତ୍ତା ବ୍ରହ୍ମା ଇନ୍ଦ୍ରଦୁ୍ୟମ୍ନଙ୍କୁ ବର ମାଗିବାକୁ କହିଲେ ସେତେବେଳେ ଉତ୍ତରରେ ସେ ଯାହା କହିଲେ ତାହା ହେଉଛି-‘ଏ ମନ୍ଦିର ମୋ ବାପା ବା ଜେଜେବାପା କରିଥିଲେ ବୋଲି ମୋ ବଂଶରେ କେହି ନରୁହନ୍ତୁ’ । ସେହିପରି ସନ୍ଥ ମଦର ଟେରେସାଙ୍କୁ ନୋବେଲ ପୁରସ୍କାର ମିଳିସାରିବା ପରେ ପ୍ରତିକ୍ରିୟାରେ ସେ ଯାହା କହିଥିଲେ- ‘ଦୁସ୍ଥ,ନିଷ୍ପେସିତ ଓ ଅବହେଳିତ ଜନତାର ସେବା ଲାଗି ଈଶ୍ୱରଙ୍କ ଏହି ଦାନ ଲାଗି ତାଙ୍କର ଜୟ ହେଉ’ ।ସେହିପରି ରାମାୟଣ , ମହାଭାରତ ଓ ପୁରାଣ ପୃଷ୍ଠାରେ ଦାନୀ କର୍ଣ୍ଣ, ଦାନବୀର ହରିଶ୍ଚନ୍ଦ୍ର ଓ ମହର୍ଷି ଦଧୀଚିଙ୍କ ଅମର ଗାଥା ଏବେବି ଆମ ପାଇଁ ମାର୍ଗଦର୍ଶିକା ହୋଇରହିଛି ।ସେହିପରି ବନ୍ୟାଦୁର୍ଗତଙ୍କ ସେବାପାଇଁ ଉକôଳମଣି ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ବଳିଦାନ ଅଦ୍ୟାବଧି ଆମପାଇଁ ଉଦାହରଣ ହୋଇରହିଛି । ସନ୍ଥକବି ଭୀମ ଭୋଇଙ୍କ କାଳଯୟୀ କବିତା ପଂକ୍ତି- ‘ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଧାର ହେଉ’ ଯାହାକି ମିଳିତ ଜାତିସଂଘର ମୁଖ୍ୟ ଫାଟକରେ ସ୍ଥାନିତ ହୋଇଅଛି । ଏଥିରୁ ଆମକୁ ସବୁକଥା ବୁଝିବାକୁ ହେବ ।
ବିଶ୍ୱର ଏହି ସଂକଟ ଜନକ ପରିସ୍ଥିତିରେ ସରକାରୀ କଳ ସମେତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପ୍ରଶାସକ ଓ ପୋଲିସ ପ୍ରଶାସନ ଓ ଏବଂ ଯେଉଁ ସରକାରୀ ଓ ବେସରକାରୀ କର୍ମଚାରୀ କାଯ୍ୟରତ ଅଛନ୍ତି ସେମାନେ ସମସ୍ତେ ପ୍ରଶଂସାର ପାତ୍ର । ଏହି ସାମାଜିକ ସଂକଟ ସମୟରେ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଓ ବ୍ୟକ୍ତି ବିଶେଷ ସାହାଯ୍ୟ ସହଯୋଗ ଓ ବଦାନ୍ୟତାର ହାତ ବଢାଇଛନ୍ତି ସେମାନେ ସମସ୍ତେ ଧନ୍ୟବାଦ ପାଇବାର ହକ୍ଦାର । ଅନ୍ୟପଟେ କିଛି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ସାହାଯ୍ୟ ଓ ସହଯୋଗର ମଧ୍ୟ ହାତ ବଢାଇଛନ୍ତି ।ଏଭଳି କାଯ୍ୟ ଗ୍ରହଣୀୟ ନୁହେଁ । ନିକଟରେ କିଲେ ଆଳୁକୁ ପାଞ୍ଚଜଣ ଦାନକରି ଫଟୋ ଉଠାଇ ତାକୁ ସୋସିଆଲ ମିଡିଆ ବା ଗଣମାଧ୍ୟମରେ ପ୍ରଚାର କରିବା ଏହାର ଗୋଟିଏ ନଗ୍ନ ଉଦାହରଣ । ସେମିତି କିଛି ରେସନ ସାମଗ୍ରୀ ,ମାସ୍କ ବା କିଛି ଆର୍ଥିକ ସହାଯ୍ୟ ଯୋଗାଇ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର ସହିତ ବାହାବାଃ ସାଉଁଟିବା ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ ।ଏଭଳି ଘଟଣା ଗରିବଙ୍କ ପ୍ରତି ଉପହାସ ନୁହେଁକି? ।ବଦାନ୍ୟତା ବିଜ୍ଞାପିତ ହେଲେ ତାହା ତାମସିକ ଓ ରାଜସିକ ହୋଇଥାଏ । ଏକାଥାପ୍ରତି ଆମକୁ ଧ୍ୟାନ ଦେବାକୁ ହେବ । ତାନହେଲେ ସମାଜ ସେବା ନକରି ସମାଜସେବୀ , ଗଛଟିଏ ନ ଲଗାଇ ପ୍ରକୃତି ବନ୍ଧୁ ପୁରସ୍କାର ସୁଜନଶୀଳତା ନଥାଇ କବି କବୟତ୍ରୀ ଓ ସର୍ବୋପରି କୃତିତ୍ୱ ନଥାଇ କୃତିଶିକ୍ଷକର ମାନ୍ୟତା ଗ୍ରହଣ କରିବାର ସମ୍ଭାବନା ଅଧିକ । ଏହା ଏକ ସୁସ୍ଥ ସୁନ୍ଦର ସମାଜ ପ୍ରତି ଶୁଭଙ୍କର ନୁହେଁ ।
ଈଶ ୍ୱର ପ୍ରତ୍ୟେକଙ୍କ ନିକଟରେ କିଛି ନା କିଛି ପ୍ରତିଭା ଦେଇଛନ୍ତି । ସେଥିପାଇଁ କୁହାଯାଏ ଫୁଲର ବାସ୍ନାଥିଲେ ସେ ମହକିବ ଆଉ ପ୍ରତିଭାଥିଲେ ତାର ଉନ୍ମେଷ ଘଟିବ । ପ୍ରତିଭାର ବିକାଶପାଇଁ ପ୍ରୋସôାହନର ଆବଶ୍ୟକତା ରହିଛି । ସେଥିପାଇଁ ପ୍ରୋସôାହନର ଆବଶ୍ୟକତା ରହିଛି । ଅତୀତରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଦେବାର ପରମ୍ପରା ନିଆରା ଥିଲା ।ପ୍ରୋତ୍ସାହନ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ପ୍ରତିଭାଧରମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଥିଲା ଏପରିକି ରାଜରାଜୁଡା ଶାସନରେ ବି କବି, ସାହିତି୍ୟକ, ଚିତ୍ରକର, କଳାକାର, ସଙ୍ଗୀତଜ୍ଞ, ନୃତ୍ୟ ବିଶାରଦ ଓ ଅନ୍ୟାନ୍ୟ ପୂଜ୍ୟପୂଜାମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବାର ପରମ୍ପରା ରହିଥିଲା । ସେଇଥିପାଇଁ ତ ସମ୍ରାଟ ବିକ୍ରମାଦିତ୍ୟଙ୍କ ରାଜସଭାରେ ନବରନô ତାଙ୍କ ରାଜସଭାକୁ ମହିମାମଣ୍ଡିତ କରିଥିଲେ । କାଳିଦାସଙ୍କ ଠାରୁ ଆରମ୍ଭ କରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପର୍ଯ୍ୟନ୍ତ -ସବୁଠି ସମ୍ବର୍ଦ୍ଧନାର ଏକ ଉଜ୍ଜ୍ୱଳ ପରମ୍ପରା ଥିଲା । ସ୍କନ୍ଦ ପୁରାଣରେ କୁହାଯାଇଛି “ଅପୂଜ୍ୟା ଯତ୍ର ପୂଜ୍ୟନ୍ତେ, ପୂଜନୀୟ ନ ପୂଜ୍ୟତେ, ତ୍ରିଣୀ ତତ୍ର ଭବିଷ୍ୟନ୍ତି ଦୁର୍ଭିକ୍ଷଂ ମରଣଂ ଭୟମ୍” ।ଅର୍ଥାତ୍ ଯୋଉଁଠି ପୂଜ୍ୟ ମାନଙ୍କୁ ପୂଜା କରାନଯାଇ ଅପୂଜ୍ୟ ମାନଙ୍କୁ ପୂଜା କାରାଯାଏ ସେଠାରେ ଦୁର୍ଭିକ୍ଷ, ମରଣ ଓ ଭୟର ବାତାବରଣ ସୃଷ୍ଟିହେବାର ସମ୍ଭାବନା ଥାଏ ।
ମାତ୍ର ଏବେ ସମାଜର ଢଙ୍ଗ ବଦଳିଗଲାଣି ।
ସବୁଠି ପ୍ରତିଷ୍ଠା ହାସଲ ପାଇଁ ·ଲିଛି ଜୋରସୋର୍ ଉଦ୍ୟମ ।ଯେମିତି ହେଉ ପଛେ, ବ୍ୟକ୍ତିଗତ ଭାବେ ପ୍ରତିଷ୍ଠା ମିଳୁ । ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସକ ,କବି, ସାହିତି୍ୟକ,ଗାଳ୍ପିକ,ନାଟ୍ୟକାର, କଳାକାର,ସାମ୍ବାଦିକ,ଶିକ୍ଷକ,କ୍ରୀଡାବିତ୍ ଓ ଅଭିିନେତା ସମସ୍ତେ ଏଇ ଦୌଡରେ ସାମିଲ ହୋଇଛନ୍ତି । ଏହାକୁ ଲକ୍ଷ୍ୟ ରଖି ସଂପ୍ରତି ବିଭିନ୍ନ ପ୍ରକାରର ସାହିତ୍ୟ, ସସ୍କୃତି, ସାଂସ୍କୃତିକ ଓ ଏହିଭଳି ଅନେକ ସଂଗଠନ ସୃଷ୍ଟି ହେଲାଣି । ସୃଷ୍ଟି ହେବା ବି ଭଲ କଥା । କିନ୍ତୁ ଏଠି ସମ୍ବର୍ଦ୍ଧନା ଦେବାର ମାନିଆ ସୁନାମୀ ପରି ଗ୍ରାସ କରିଛି ସମସ୍ତଙ୍କୁ । ସମ୍ବର୍ଦ୍ଧନା ଦେବାପାଇଁ ସଂଗଠନ ଗୁଡିକ ମଧ୍ୟରେ ଯେତିକି ଆଗ୍ରହ, ସମ୍ବର୍ଦ୍ଧନା ନେଉଥିବା ବ୍ୟକ୍ତିର ମଧ୍ୟ ସେତିକି ଆଗ୍ରହ । ସତେ ଯେମିତି ସମ୍ବର୍ଦ୍ଧନା ଦେବା ଓ ନେବା ଏକ ନିଶା ପାଲଟି ଗଲାଣି । ଏପରିକି ଗୋଟିଏ ଗୋଟିଏ ସଭାରେ ପଚାଶ ଷାଠିଏ ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯିବାର ଘଟଣାମାନ ଦେଖିବାକୁ ମିଳୁଛି । ଏହା କ’ଣ ସତରେ ପୂଜ୍ୟପୂଜା ପାଇଁ ଉଦ୍ଦିଷ୍ଟ ।
ସମ୍ବର୍ଦ୍ଧନାର ଏକ ନିର୍ଦ୍ଦିଷ୍ଟ ମାନ ରହିବା ଦରକାର । ତାହେଲେ ଯୋଗ୍ୟତମ ବ୍ୟକ୍ତି ଯୋଗ୍ୟତା ଅନୁରୂପ ସମ୍ବର୍ଦ୍ଧନା ପାଇବା ସୁଯୋଗ ସୃଷ୍ଟି ହେବ ଏବଂ ପ୍ରତିଭାକୁ ଯଥାରୀତି ସମ୍ମାନ ମିଳିବ । ତା ନ ହେଲେ ଧୁଆମୂଳା ଓ ଅଧୁଆମୂଳା ସବୁ ସମାନ ହୋଇଯିବେ । ଇଏ ତ ଗଲା ଗୋଟିଏ ଦିଗ । ଅନ୍ୟ ଦିଗଟି ହେଉଛି ସମ୍ବର୍ଦ୍ଧିତ କରୁଥିବା ଅନୁଷ୍ଠାନ ମଧ୍ୟ ନିରପେକ୍ଷ ରହିବା ବିଧେୟ । ଅନେକ ସମୟରେ ପ୍ରିୟାପ୍ରୀତି, ରାଜନୈତିକ ଚାପ ଓ ଆର୍ଥିକ ସହାୟତା ପ୍ରକୃତ ପ୍ରତିଭା ଚିହ୍ନଟ କରିବାରେ ବାଧକ ସାଜୁଛି । ଫଳରେ ଅନେକ ସମୟରେ ଯୋଗ୍ୟ ପ୍ରତିଭାଧର ବ୍ୟକ୍ତିମାନେ ସମ୍ବର୍ଦ୍ଧିତ ହେଉଥିବା ସୁଯୋଗରୁ ବଞ୍ଚିତ ହେଉଥିବା ବେଳେ ପ୍ରତିଭା ନଥାଇ ଆଉ କେତେକ ସହଜରେ ସମ୍ବର୍ଦ୍ଧନା ପାଇବାରେ ସଫଳ ହେଉଛନ୍ତି । ଏବେ ପୁଣି ଅର୍ଥ ଦେଇ ସମ୍ବର୍ଦ୍ଧିତ ହେବାର ଅନେକ ଉଦାହରଣ ଦେଖିବାକୁ ମିଳୁଛି । ଏପରି ଅସୁସ୍ଥ ପରମ୍ପରା ସର୍ବଦା ପରିହାର କରିବା ଆବଶ୍ୟକ । ସେହିପରି ସଂଗଠନ ଗୁଡିକର ଆଭିମୁଖ୍ୟ ମଧ୍ୟ ବିଚିତ୍ର ।
ଅନୁଷ୍ଠାନ ଗୁଡିକ ନିଜ ନିଜ ଅଞ୍ଚଳର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଦେବାର ମାନସିକତାରେ ନାହାଁନ୍ତି । ଗାଁ କନିଆଁ ସିଙ୍ଘାଣୀ ନାକି – ପରି ସେମାନେ ଅଲୋଡା, ଅଖୋଜା ହୋଇ ପଡି ରହିଛନ୍ତି ବଣମଲ୍ଲୀ ପରି । ସେହିପରି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିମାନେ ମଧ୍ୟ କୌଣସି ଅନୁଷ୍ଠାନକୁ ସମ୍ବର୍ଦ୍ଧିତ ହେବାପାଇଁ ଯିବା ପୂର୍ବରୁ ତାର ମାନ ଅନୁସାରେ ସମ୍ବର୍ଦ୍ଧିତ ହେବାର ମାନସିକତା ରଖିବା ଦରକାର । ତାହାହେଲେ ସମ୍ବର୍ଦ୍ଧନାର ଗୁରୁତ୍ୱ ଓ ପ୍ରାସଙ୍ଗିକତା ରହିବ ।
ଆହୁରି ଆଶ୍ଚର୍ଯ୍ୟର କଥା ଭଲ ଶିକ୍ଷକଟିଏ ଏଠି ରାଜ୍ୟ ପୁରସ୍କାର ଓ ରାଷ୍ଟ୍ରୀୟ ପୁରସ୍କାର ପାଇବା ପାଇଁ ନିଜେ ଆବେଦନ କରିଥାଏ । ସେ ନିଜେ ଭଲ ଓ ସେଥିପାଇଁ ସମ୍ମାନ ପାଇବାକୁ ହକ୍ଦାର ବୋଲି କହିବାକୁ ହୁଏ । ଏହାଠାରୁ ବଳି ଲଜ୍ଜାକର କଥା କ’ଣ ଥାଇପାରେ? ଏଥିନିମନ୍ତେ ପାଠ ଅପେକ୍ଷା ଶାଠ ଅଧିକ ଦରକାର । ସେଥିପାଇଁ ବିଭିନ୍ନ ପ୍ରମାଣପତ୍ର ଅଣନିଶ୍ୱାସୀ ହୋଇ ଧାଁ ଧପଡ କରି ଯୋଗାଡ କରିବାକୁ ହୁଏ କୃତୀ ଶିକ୍ଷକର ସମ୍ମାନ ପାଇବା ପାଇଁ ।ଏବେ ପୁଣି ଜିଲ୍ଲ୍ା ସ୍ତରରେ ପୁରସ୍କୃତ କରିବା ପାଇଁ ବ୍ୟବସ୍ତା ରହିଛି ।ଏଥିପାଇଁ ସେମାନେ ଆବେଦନ ପତ୍ର ଜିଲ୍ଲା ଶକ୍ଷାଧିକାରୀଙ୍କୁ ପ୍ରଦାନ କରିବେ । ସେଇ ଏକା ବ୍ୟବସ୍ତା । ଗୋଟିଏ ପୁରସ୍କାର ଓ ଖଣ୍ଡିଏ ମାନପତ୍ର ପାଇବା ପାଇଁ ବାରଦୁଆର ବୁଲି ଆବେଦନ କରିବାକୁ ହେବ । ସମ୍ବର୍ଦ୍ଧନା ଦେବାର ଏ ବ୍ୟବସ୍ଥା କେବେ ବଦଳିବ କେଜାଣି? ଶିକ୍ଷକର ପଦମର୍ଯ୍ୟାଦା ରକ୍ଷା ପାଇଁ କଣ ଆଉ କିଛି ବିକଳ୍ପ ବ୍ୟବସ୍ଥାରେ ଭଲ ଶିକ୍ଷକ ଚୟନ କରାଯାଇପାରନ୍ତା ନାହିଁ ?
“ଘେନ ପୂଜ୍ୟପୂଜା ବ୍ୟତିକ୍ରମ ଫଳ
ଯା’ଠାରେ ରଖିଛୁ ଲୟ
ସେ ତୋତେ ଚିହ୍ନିବ ନାହିଁ ତୁ ଦେଲେ ହେଁ
ଆପଣାର ପରିଚୟ ।”
ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରଣୟ ବଲ୍ଲରୀ କାବ୍ୟର ଏହି କବିତାଂଶଟି ଆଜି ମନେ ପକାଇବାର ବେଳ ଆସିଛି । ପୂଜାପୂଜାରେ ବ୍ୟତିକ୍ରମ ଘଟିଲେ ତାର ପରିଣାମ କେତେ ଭୟଙ୍କର ହୁଏ,ତାହା ଏହି ପଂକ୍ତିଟିରେ ବେଶ୍ ପ୍ରତିଫଳିତ ହୋଇଅଛି । ଶକୁନ୍ତଳାଙ୍କୁ ଦୁର୍ବାସାଙ୍କର ଏହି ଅଭିସମ୍ପାତକୁ ଏ ଜାତି ଆମନ୍ତ୍ରଣ କରିବ ଯଦି ଆମେ ଆମ ଅସ୍ମିତା ଓ ପୂଜାପୂଜାକୁ ଭୁଲିଯିବା ।