ଆନନ୍ଦପୁର : ଓଡ଼ିଶା ରାଜ୍ୟ ବିଜେଡ଼ିର ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଘସିପୁରା ନିର୍ବାଚନ ମଣ୍ଡଳୀ ତରଫରୁ ଉସ୍ୱସିତ ସମ୍ବ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଛି । ଶ୍ରୀ ଦାସ ରବିବାର ଅପରାହ୍ନ ଘସିପୁରା ନିର୍ବାଚନ ମଣ୍ଡଳୀ ସ୍ଥିତ ରାମଚନ୍ଦ୍ରପୁର ଡ଼ାକବଙ୍ଗଳା ଠାରେ ପହଂଚିଥିଲେ । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫେସର ବଦ୍ରି ନାରାୟଣ ପାତ୍ର ଦାସଙ୍କୁ ପୁଷ୍ପଗୁଚ୍ଛ ଦେଇ ଡ଼ାକବଙ୍ଗଳା ପରିସରରେ ପାଛୋଟି ନେଇଥିଲେ ।
ବାହ୍ୟ ପରିସର ମଧ୍ୟରେ ଆୟୋଜନ ହୋଇଥିବା ଉସ୍ୱସିତ କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧମାନେ ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ପର୍ଯ୍ୟାୟକ୍ରମେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀ ଦାସଙ୍କୁ ସ୍ୱାଗତ ସମ୍ବର୍ନ୍ଧନା କରିଥିବା ଦେଖିବାକୁ ମିଳିଥିଲା ।
ଆଲୋଚନା ପ୍ରସଙ୍ଗରେ ନିର୍ବାଚନ ମଣ୍ଡଳୀର ସଂଗଠନ ଏବଂ କରୋନା ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ଏଥି ସହିତ କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ଘସିପୁରା ବ୍ଲକ ବିଜେଡ଼ି ସଭାପତି ମନ୍ମଥ ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, କେନ୍ଦୁଝର ସମବାୟ ବ୍ୟାଙ୍କ ନିଦେ୍ର୍ଦଶକ ଦେବପ୍ରିୟ ପାତ୍ର, ସରପଂଚ ବିଭାସ ନାୟକ, ଘସିପୁରା ବ୍ଳକ ଅଧ୍ୟକ୍ଷା ସୁଜାତା ସାହୁ, ବିଜେଡ଼ି ରାଜ୍ୟ କାର୍ଯ୍ରକ୍ାରିରୀ ସଦସ୍ୟ ନନ୍ଦ କିଶୋର ବେହେରା, ସମାଜସେବୀ ପରେଶ କୁଅଁର, ରାକେଶ କୁମାର ରାମ, ମଦନ ମୋହନ ସାହୁ, ପ୍ରଦୀପ ସାହୁଙ୍କ ସମତେ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।