ଆନନ୍ଦପୁର : ୫୫ ଗ୍ରାମ ବ୍ରାଉନ ସୁଗାର ସହିତ ବାଇକ୍ ଜବତ ହୋଇଥିବାବେଳେ ଜଣେ ଗିରଫ ସୂଚନା ଅନୁଯାୟ ସମ୍ବଲପୁର ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ଚଢାଉ କରି ଆନନ୍ଦପୁର ନନ୍ଦିପଦା ଥାନା ଶାଳଣିଆ ଅଞ୍ଚଳରୁ ୫୫ ଗ୍ରାମ ର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିକରିଥିବା ଜଣାଯାଇଛି ଗିରଫ ଯୁବକ ଭଦ୍ରକ ଗ୍ରାମାଂଚଳ ଥାନା ଗେଲପୁର ର ସୁଶାନ୍ତ କୁମାର ନାୟକ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ଜବତ କରିଥିବା ବ୍ରାଉନ ସୁଗାର ର ମୂଲ୍ୟ ୫ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା ବେଳେ ଯୁବକ ନିକଟରୁ ଏକ ବାଇକ୍ ଜବତ କରାଯାଇଛି … ଯୁବକ ଜଣଙ୍କ ଭଦ୍ରକ ଅଞ୍ଚଳରୁ ବ୍ରାଉନ ସୁଗାର ଆଣି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଅବକାରୀ ବିଭାଗ ର ଅଧିକାରୀ କହିଛନ୍ତି ତେବେ ଆଉ କିଏ ଏଥିରେ ସାମିଲ୍ ଅଛନ୍ତି ତାର ତଦନ୍ତ ଚାଲିଛି