ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରୁ ଜଣେ ନାବାଳିକା ଅନ୍ୟ ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଥିଲେ ll ପରିବାର ପକ୍ଷରୁ ରାମଚନ୍ଦ୍ରପୁର ଥାନାରେ ଏକ ଏତଲା ଦେବା ପରେ ଉକ୍ତ ନାବାଳିକାଙ୍କୁ ରାମଚନ୍ଦ୍ରପୁର ପୋଲିସ ଉଦ୍ଧାର କରି ଧକୋଠାର ସୁଧାର ଗୃହରେ ଛାଡିଥିଲେ ll ପୁନର୍ବାର ସେହି ନାବାଳିକା ସୁଧାର ଗୃହର ପାଚେରୀ ଡେଇଁ ଫେରାର ହେଇଯାଇଛନ୍ତି ll ଯାହାକୁ ନେଇ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହେଇଛନ୍ତି ll କିଏ ତାଙ୍କୁ ନେଇ ଯାଇଛି ନା ସେ ନିଜେ ପଳାଇଛନ୍ତି ତାକୁ ନେଇ ସନ୍ଦେହ ବଢୁଛି ll ଅନ୍ୟ ପଟେ ପରିବାର ଲୋକେ ଚିନ୍ତାରେ ଥିବା ଦେଖିବାକୁ ମିଳିଛି ll ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ll
