ଆନନ୍ଦପୁର : ଘଷିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଲକ୍ଷ୍ମୀନାରାୟଣ ସରକାରୀଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ଶତୃଘ୍ନ ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର, ଯୋଗ ଦେଇ କହିଥିଲେ ଯେ ଛାତ୍ର ଛାତ୍ରୀ ମାନେ ଦୃଢ ମନୋବଳ ଓ ନିଷ୍ଠା ବଳରେ କଠିନ ଅଧ୍ୟବସାୟ କଲେ ଅଶାଧ୍ୟଶାଧନ କରିପାରିବେ ଶୃଙ୍ଖଳା ପରିଶ୍ରମ ଓ ନିଷ୍ଠା ସଫଳତାର ଚାବିକାଠି । ବମୁଖ୍ୟବକ୍ତା ଭାବେ ଆନନ୍ଦପୁର ପୂର୍ବତନ ଶିକ୍ଷାଧିକାରୀ ଶରତ ରାଉତ, ସମ୍ମାନିତ ଅତିଥି ପୂର୍ବତନ ପ୍ରଧାନଶିକ୍ଷକ ସୁଶାନ୍ତ ସାହୁ, ଦାମୋଦର ସା, ରାମଚନ୍ଦ୍ରପୁର ସରପଞ୍ଚ ପ୍ରଦିପ ସାହୁ, ସ୍କୁଲ ପରିଚାଳନା କମିଟି ର ସଭାପତି ହେମନ୍ତ ଜେନା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳା ଜ୍ଞାନ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ବାର୍ଷିକ ବିବରଣୀ ପଠନ ମଧୁସ୍ମିତା ନନ୍ଦ, ମଞ୍ଚ ପରିଚାଳନାରେ ତପସ୍ଵିନୀ ସ୍ବାଇଁ, ଅତିଥି ପରିଚୟ ଅନୁପମା ସାହୁ ପ୍ରଦାନ କରିଥିଲେ ସର୍ବଶେଷରେ ବାର୍ଷିକ କ୍ରୀଡା ଉତ୍ସବ ର କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଅପରାହ୍ନରେ ଛାତ୍ର ଛାତ୍ରୀ ମାନଙ୍କ ର ସ୍ବାଗତ ସଙ୍ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷକ ଅର୍ଜୁନ ଗାହାଣ, ପ୍ରକାଶ ଚନ୍ଦ୍ର ମଲ୍ଲିକ ଏବଂ ଶିକ୍ଷୟିତ୍ରୀ ସ୍ନେହଲତା ରାଉତ,ମାତୃଶ୍ରୀ ସାହୁ, ମଧୁସ୍ମିତା ଜେନା, ମୋନାଲିସା ରାଉତ,ପ୍ରଜ୍ଞାପରିମିତା ରାଉତ,କର୍ମଚାରୀ ବିଶ୍ବରଂଜନ ଚକ୍ର,ରଂଗାଧର ରାଉତ, ଶ୍ରୀଧର ସାହୁ,ପ୍ରମୁଖ ସହଯୋଗ କରିଥିଲେ।
