ଆନନ୍ଦପୁର : ଓଡିଶା ସରକାର ମାର୍ଚ୍ଚ ୫ ତାରିଖ କୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରୁଥିବା ବେଳେ ବିଜେପି ଆଜି ସାରା ରାଜ୍ୟରେ ସମସ୍ତ ବ୍ଲକ୍ ସମ୍ମୁଖରେ ଧାରଣା ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କଳା କନା ପରିଧାନ କରି ଭଷ୍ଠ୍ରାଚାର ଦିବସ ରୂପେ ପାଳନ କରିଛି। ଓଡ଼ିଶାରେ ବିଜୁ ଜନତା ଦଳର ୨୪ ବର୍ଷ ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସରକାର ଶାସନରେ ପଞ୍ଚାୟତ ମାନକଂରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ସ୍ଵଚ୍ଛ ଭାରତ ଯୋଜନାରେ ପାଇଖାନା ସମେତ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ବିଜୁ ଜନତା ଦଳ ହଜାର ହଜାର କୋଟି ଟଙ୍କା ଦୁର୍ନୀତି କରିଛନ୍ତି। ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ପଞ୍ଚାୟତ ଅଫିସ୍ ଦୁର୍ନୀତି ର ଗନ୍ତାଘର ହୋଇଛି। ଆଜି ଏହାର ପ୍ରତିବାଦରେ ଆନନ୍ଦପୁର ବ୍ଲକ ଅଫିସ ସମ୍ମୁଖରେ ବିଜେପି ତରଫରୁ ଆଲୋକ କୁମାର ସେଠୀ କଂ ନେତୃତ୍ଵରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କଳା କନା ପରିଧାନ କରାଯାଇ ପ୍ରତିବାଦ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ରେ ବିଜୁ ଜନତା ଦଳ ସରକାରଙ୍କ ମହାଦୁର୍ନୀତି ଉପରେ ତାଙ୍କର ଭାଷଣରେ କହିଥିଲେ ଓ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ରେ ଓଡିଶା ର ଜନସାଧାରଣ ଦୁର୍ନୀତି ଭଷ୍ଟାଚାର ବିରୁଦ୍ଧ ରେ ଭୋଟ ଦେଇ ଓଡିଶାରେ ବିଜେପି କୁ ବିପୁଳ ସଂଖ୍ୟାରେ ଭୋଟଦେଇ ବିଜେପି କୁ ସରକାର କୁ ଆଣିବେ ବୋଲି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ। ଏହି ଆନ୍ଦୋଳନ ରେ ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ଜ୍ଞାନ୍ ରଞ୍ଜନ ସାମନ୍ତସିଂହାର, ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ଯୋନା, ବିଜେପି ଜିଲ୍ଳା ଉପସଭାପତି ଶ୍ରୀ ନିରାକାର ଦଳେଇ, ଟୁକୁନା ମହାନ୍ତ, ନାରାୟଣ ରାଉତ, ପ୍ରଭାତ କୁମାର ଜେନା, ଘାସିନାଥ ନାଏକ, ପ୍ରଶାନ୍ତ କୁମାର ମହାପାତ୍ର, ପ୍ରହଲ୍ଲାଦ ପ୍ରଭାସିନି ନାୟକ, ସୁକାନ୍ତ ଜେନା, ଚିତ୍ତରଂଜନ ନାୟକ, ପବିତ୍ର ମହାନ୍ତ, କିସାନ ମାଝି, ବିଜୁ ମାଝି, ତପନ କୁମାର ପାତ୍ର, ଆଲୋକ କୁମାର ଦାସ, ବିଜୟ କୁମାର ଜେନା, କାଳନ୍ଦି ଚରଣ ସାହୁ, ସୁଶାନ୍ତ କୁମାର ଜେନା, ରାଜେନ୍ଦ୍ର କୁମାର ସାହୁ କଂ ସମେତ ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।
