ଆନନ୍ଦପୁର : ଘଷିପୁରା ବ୍ଲକ ଅନ୍ତର୍ଗତ ଆଦର୍ଶ ପଞ୍ଚାୟତ ଭାବେ ପରିଚିତ ସ୍ଥାନ ପଞ୍ଚାୟତର ୪ଗୋଟି ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍ଘାଟନ ଉସ୍ରବ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ରଙ୍କୁ ପଞ୍ଚାୟତ ବାସୀଙ୍କ ପକ୍ଷରୁ ବୃହତ ଶୋଭାଯାତ୍ରା କରି ଉଛସିତ ସମ୍ବର୍ଦ୍ଧନା ଗ୍ୟାପନ କରିଥିଲେ। ଶ୍ରୀ ପାତ୍ର ମଥାର ଗ୍ରାମର ଏକ ମହିଳା ସଶକ୍ତିକରଣ ଗୃହକୁ ଉଦଘାଟନ କରି ହରିଜନ ସାହିରେ ଏକ ଅଙ୍ଗନବାଡ଼ି କେନ୍ଦ୍ର କୁ ଉଦଘାଟନ କରି ଗ୍ରାମର ଏକ ମିନିପାର୍କକୁ ଶିଳାନ୍ୟାସ କରି ଗ୍ରାମରେ ଏକ ଅମୃତ ସରୋବର ନାମକ ଦୀର୍ଘକାୟ ପୋଖରୀକୁ ଉଦଘାଟନ କରିଥିଲେ। ଆୟୋଜିତ ସମ୍ବର୍ଧନା ସଭାରେ ଯୋଗ ଦେଇ ଶ୍ରୀ ପାତ୍ର ଆଦର୍ଶ ପଞ୍ଚାୟତ ଭାବେ ମଥାର ନାମକରଣ ହେବାପରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସୃତିଚାରଣ କରିଥିଲେ। ପଞ୍ଚାୟତ ବାସୀଙ୍କୁ ଦିଗ୍ ଦର୍ଶନ ଦେଇ କହିଥିଲେ ଯେ ମହିଳାମାନେ ସମାଜର ବିଶ୍ଵକର୍ମା ଭାବେ ପରିଚିତ, ମହିଳା ସଶକ୍ତିକରଣ ଦ୍ବାରା ସମାଜର ପରିବର୍ତ୍ତନ ଆସିପାରିବ । ଆଧ୍ୟାତ୍ମିକ ଚେତନାକୁ ମୂଳଲକ୍ଷ୍ୟ କଲେ ସମାଜର ସଂସାର ଆସିପାରିବ। ପୂଜ୍ୟପୂଜା ପରମ୍ପରାକୁ ଲକ୍ଷ କଲେ ମହିଳା ସଶକ୍ତିକରଣର ଜାଗରଣ ହେବ। ସମ୍ମାନୀତ ଅତିଥି ଭାବେ ଘଷିପୁରା ବିଡିଓ ଅସିତ୍ କୁମାର ମହାନ୍ତି, ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ମଥାର ସରପଞ୍ଚ ସୋମ୍ୟା ରାଉତ,ବରିଷ୍ଠ ବିଜେଡି ନେତା ଦେବାଶିଷ ପାତ୍ର,ମନୋଜ ଜେନା,ପ୍ରଶାନ୍ତ ପଣ୍ଡା, ଚୈତନ୍ୟ ଜେନା,ଦିପ୍ତିରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ସଭାପତି ଚାଳନା କରିଥିଲେ। ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
