ଆନନ୍ଦପୁର : ଘଷିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଲକ୍ଷ୍ମୀନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରବିବାର ପୂର୍ବାହ୍ନ୧୧ଟା ବେଳେ ବ୍ଲକସ୍ତରୀୟ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ସରକାରୀ ଚାକିରୀ ରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ନେଇ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ର ବୈଠକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମୋଦର ସା ଙ୍କ ସଭାପତିତ୍ୱ ଓ ଅବସରପ୍ରାପ୍ତ ଆନନ୍ଦପୁର ବ୍ଳକ ଶିକ୍ଷାଧିକାରୀ ଶରତ ଚନ୍ଦ୍ର ରାଉତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଅଛି , ଉକ୍ତ ବୈଠକରେ ମୂଖ୍ୟ ଅତିଥି ଭାବରେ ଘଷିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର ଯୋଗଦେଇ ବର୍ତ୍ତମାନ ଗୋଟିଏ ସୁସ୍ଥ ସମାଜ ଗଠନ ସହିତ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ର ଅଗ୍ରଗତି ପାଇଁ ଆଜିର ଯୁବପିଢ଼ି ଙ୍କୁ ନିଜର ଭବିଷ୍ୟତ ଗଢି ତୋଳିବାକୁ ଉଚିତ ମାଗଦର୍ଶନ ଦେବା ପାଇଁ ଅବସରପ୍ରାପ୍ତ ଶିକ୍ଷକ ମାନେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହିତ ସମସ୍ତେ ମିଳିତ ଭାବରେ ବସି ସେମାନଙ୍କର ମତାମତ ଉପସ୍ଥାପନ କରିବା ପାଇଁ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ର ଆବଶ୍ୟକତା ନିତାନ୍ତ ଆବଶ୍ୟକ ବୋଲି ନିଜ ବକ୍ତବ୍ୟ ରେ କରିଥିଲେ। ଉକ୍ତ ବୈଠକରେ ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ଘଷିପୁରା ବ୍ଲକ ଶିକ୍ଷାଧିକାରୀ ଗୋପାଳ ଚନ୍ଦ୍ର ପତି, ଅବସରପ୍ରାପ୍ତ ଶିକ୍ଷାଧିକାରୀ ପ୍ରଦିପ ଚକ୍ର,ରାମଚନ୍ଦ୍ରପୁର ପଞ୍ଚାୟତ ର ସରପଞ୍ଚ ପ୍ରଦୀପ କୁମାର ସାହୁ,ଅବସରପ୍ରାପ୍ତ ଶିକ୍ଷକ ହରିପ୍ରସାଦ ମିଶ୍ର, ଚକ୍ରଧର ଚକ୍ର, ଗୋପିନାଥ ସ୍ୱାଇଁ,ବସନ୍ତ ପଣ୍ଡା, ସୁରେନ୍ଦ୍ର ଜେନା, ନନ୍ଦକିଶୋର ବେହେରା, ଦୟାନିଧି ରାଉତ କେଶଦୁରାପାଳ ତକ୍ଷଶିଳା ବିଦ୍ୟାଳୟ ର ନିର୍ଦେଶକ ଆକାଶ ରଥ, ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ , ବୈଠକରେ ବେଲାଳସେନ ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ତ୍ତିକ ପ୍ରସାଦ ଶତପଥୀ ବେଦମନ୍ତ୍ର ଚାରଣ କରିଥିଲେ, ବିଜୟ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବାବାଜୀ ଜେନା ବୈଠକମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଅବସରପ୍ରାପ୍ତ ଶିକ୍ଷକ ସଂଘ ର ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ
