ଆନନ୍ଦପୁର : ଆନନ୍ଦପୁର ଦଧିବାମନପୁର ଠାରେ 21 ତାରିଖ ମଧ୍ୟ ରାତିରେ ଦୁର୍ବୁତ୍ତ ମାନେ ଜଣେ ଗାଡି ଜଗୁଆଳିକୁ ବାନ୍ଧି ଏକ 12 ଚକିଆ ଟ୍ରକ OD11A6951 କୁ ଫେରାର କରି ନେଇ ଯାଇଥିଲେ ll ଖବର ନେବାରୁ ଜଣାଯାଏ ଆନନ୍ଦପୁର ପୌରାଞ୍ଚଳର 4 ନମ୍ବର ୱାର୍ଡର ପ୍ରଶାନ୍ତ କୁମାର ସାହୁଙ୍କ ଗୋଟିଏ 12 ଚକିଆ ଟ୍ରକକୁ ଦଧିବାମନପୁର ଗ୍ରାମର ଜଣେ ଡ୍ରାଇଭର ଗାଡି ଚଳାଉଥିବା ବେଳେ 21 ତାରିଖ ରାତିରେ ଗାଡିଟି 53 ନମ୍ବର ରାଜପଥର ଦଧିବାମନପୁର ଛକରେ ରହିଥିବା ବେଳେ ଜଗୁଆଳି ଭାବେ ସେହି ଗ୍ରାମର ଜୀବନ ଜେନା ଗାଡିଟିକୁ ଜଗି ଗାଡି ଭିତରେ ଶୋଇଥିଲା ll ଗୋଟିଏ କାର ରେ କିଛି ଦୁର୍ବୁତ୍ତ ଆସି ତାଙ୍କୁ ଉଠାଇ ତାଙ୍କ ମୁଁହ ଗୋଡ଼ ବାନ୍ଧି କାର ଗାଡ଼ିରେ ନେଇ ଯାଜପୁର ଗୋଲେଇ ଛକ ଠାରେ ପକାଇ ଦେଇ ପଳାଇ ଯାଇଥିଲେ ll
ତାଙ୍କ ସାଥିରେ ଆସିଥିବା ଅନ୍ୟ ଦୁର୍ବୁତ୍ତ ମାନେ 12 ଚକିଆ ଗାଡିଟିକୁ ହସନପୁର ଗେଟ ଦେଇ ଫେରାର ହୋଇଯାଇଥିବା ଗାଡିର ମାଲିକ ପ୍ରଶାନ୍ତ ସାହୁ ଆନନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଲା ପରେ ଆନନ୍ଦପୁର ପୋଲିସ ଗାଡିଟିକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଚଢ଼ାଉ ଆରମ୍ଭ କରିଥିଲା ll
ଏକ ବିଶେଷ ସୂତ୍ରରୁ ଖବର ପାଇ ଆନନ୍ଦପୁର ପୋଲିସ ସ୍ୱର ଥାନାର ପୋଲିସ ସହାୟତା ମାଧ୍ୟମରେ ସ୍ୱର ଥାନା ଅନ୍ତର୍ଗତ ମଣିପୁର ଗ୍ରାମକୁ ଯାଇ ଦୁଇ ଡକାୟତଙ୍କୁ କାବୁ କରିଥିବା ବେଳେ ଡକାୟତ ଦୁଇ ଜଣ ବାହାର ରାଜ୍ୟକୁ ଗାଡିଟିକୁ ବିକିବା ପାଇଁ ଉଦ୍ୟମ କରୁଥିବା ବେଳେ ଆନନ୍ଦପୁର ଥାନାର ଆଇ.ଆଇ.ସି ମନୋରଞ୍ଜନ ପ୍ରଧାନ ଏବଂ ଆନନ୍ଦପୁର ପୋଲିସ ଟିମ ଦ୍ୱାରା ସ୍ୱର ଥାନା ସହଯୋଗରେ ଟ୍ରକଟିକୁ ଜବଦ କରିବା ସହିତ ଦୁଇ ଡକାୟତ ତାପସ କୁମାର ନାୟକ, ସ୍ୱାଗତ ବିଶ୍ୱାଳ କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଦୁଇ ଡକାୟତଙ୍କ ଠାରୁ ବ୍ୟବହୃତ କରିଥିବା କାର ହୋଣ୍ଡା OD01AN6829 କୁ ଜବଦ କରିବା ସହିତ ଦୁଇଟି ମଟର ସାଇକେଲ ମରଣାସ୍ତ୍ର ଓ ଦୁଇଟି ମୋବାଇଲ ଜବଦ କରିଛି ll ଦୁଇ ଡକାୟତଙ୍କୁ ଆନନ୍ଦପୁର ଥାନାରେ ଅଟକାଯାଇ ଆନନ୍ଦପୁର ଆଇ. ଆଇ. ସି ମନୋରଞ୍ଜନ ପ୍ରଧାନ ଆଉ କେଉଁମାନେ ଏଥିରେ ସମ୍ପୃକ୍ତ ତଦନ୍ତ କରୁଛନ୍ତି ll
