Odisha news

କେନ୍ଦୁଝର ଟ୍ରକ ମାଲିକ ସଂଘ ପକ୍ଷରୁଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କ୍ୟାବିନ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର

0

ଆନନ୍ଦପୁର :  କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଆଜି ଘଷିପୁରା ବ୍ଲକ ଅନ୍ତର୍ଗତ ସାଇକୂଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଦୁଇଟି ଅତ୍ୟାଧୁନିକ କ୍ୟାବିନ୍ରର ଭିତ୍ତିପ୍ରସ୍ତ ସ୍ଥାପନ କରାଯାଇଛି ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଯୋଗ ଦେଇ ପ୍ରସ୍ତାବିତ ସ୍ବତନ୍ତ୍ର ପ୍ରକୋଷ୍ଠର  ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଘଷିପୁରା ବ୍ଲକର ପ୍ରାୟ ୧୫ଟି ପଞ୍ଚାୟତର ଜନସାଧାରଣ ନିର୍ଭରଶୀଳ ଜନସାଧାରଣଙ୍କ ସ୍ବାର୍ଥ ଏବଂ ଭାବାବେଗକୁ ଦୃଷ୍ଟିରେ ରଖି ଜିଲ୍ଲା ଟ୍ରକ ମାଲିକ ସଂଘ ତରଫରୁ ଏହି ସ୍ବତନ୍ତ୍ର କ୍ୟାବିନ୍ ବ୍ୟବସ୍ଥା କରାଯାଇଛି। କାର୍ଯ୍ୟ କ୍ରମରେ ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ଉମାକାନ୍ତ ନାୟକ, ସାଧାରଣ ସଂପାଦକ ସୂର୍ଯ୍ୟନାରାୟଣ କର, ଉପସଭାପତି ପ୍ରଦିପ କୁମାର ପଣ୍ଡା,ସହସମ୍ପାଦକ ସଞ୍ଜୟ କୁମାର ସିଂ , ସହିତ ଘଷିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର, ପୂର୍ବତନ ସରପଂଚ ବିଭାସନାୟକ, ରାମଚନ୍ଦ୍ର ପୁର ସରପଞ୍ଚ ପ୍ରଦୀପ କୁମାର ସାହୁ ସମେତ ଅନେକ ଗଣମାଧ୍ୟମ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଅତିଥି ଫଳ ବଣ୍ଟନ କରିଥିଲେ।ସାଇକୁଳ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ରଞ୍ଜୀବ କୁମାରରାଉତ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply