Odisha news

ଦୁଷ୍ଟିହୀନ ଅସହାୟ ବ୍ୟକ୍ତିଙ୍କ ପାଇଁ ସରକାରୀ ଯୋଜନା ସାତସପନ

0

ଆନନ୍ଦପୁର : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନାରେ ଗରିବ ଲୋକମାନଙ୍କ ପାଇଁ ସହଯୋଗ କରୁଥିବାବେଳେ ଏଥିରୁ ବାଦ ପଡିଛନ୍ତି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଳକ କେଶଦୁରାପାଳ ପଞ୍ଚାୟତର ଗୋପୀନାଥ ସାହୁଙ୍କ ପୁଅ ମୁନା ସାହୁ (୩୩) ସେ ଛୋଟଛୁଆ ବେଳୁ ତାଙ୍କ ଦୁଷ୍ଟି ଶକ୍ତି ହରାଇ ବସିଥିଲେ, ସେ କୌଣସି କାମ ଦାମ କରିପାରୁ ନାହାନ୍ତି ,ଏମିତିକି ତାଙ୍କର ନିତ୍ୟାବସକ କାମ କରିପାରୁ ନାହାନ୍ତି ଆଶାବାଡ଼ି ଧରି ଚଲବୁଲା କରୁଛନ୍ତି ,ମୁଣ୍ଡ ଗେଞ୍ଜିବା ପାଇଁ ଘରଟିଏ ନାହିଁ ସନ୍ଧ୍ୟା ହେଲେ ସ୍ତାନୀୟ ମନ୍ଦିରରେ ସେ ଆଶ୍ରୟ ନେଉଛନ୍ତି, ଖରାବର୍ଷା ସିତ କାକରରେ ସେ ବହୁତ କଷ୍ଟରେ ରହି ହନ୍ତସନ୍ତ ହେଉଛନ୍ତି ,ରାସନ୍ କାଡ଼ରୁ ବଞ୍ଚିତ ରହି ଅନ୍ୟର ହାତକୁ ଅନେଇ ବସିଛନ୍ତି ,ପେଟକୁ ଦୁମୁଠା ଖାଇବା ପାଇଁ ତାଙ୍କ ପାଖରେ କୌଣସି ରୋଜଗାର ନାହିଁ , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇଁ ପଞ୍ଚାୟତ ଠୁ ବ୍ଲକ ପଯ୍ୟନ୍ତ ଆବେଦନ କରି ନିରାଶ ହୋଇ ଡହଳବିକଳ ହେଉଛନ୍ତି ଏହି ଦୁଷ୍ଟିହୀନ ଅନ୍ଧ ବ୍ୟକ୍ତି ମୁନା ସାହୁ ଏମାନଙ୍କ ପାଇଁ ସରକାରୀ ଯୋଜନା ସାତସପନ ହୋଇପଡିଛି ,କେବଳ ସରକାରଙ୍କର ଭିନ୍ନକ୍ଷମ ଭର୍ତ୍ତା ଟିଏ ଛଡା ତାଙ୍କ ପାଖରେ କୌଣସି ସୁବିଧା ସୁଯୋଗ ପହଞ୍ଚି ପାରିନାହିଁ ,ଖବର ପାଇ ଉପଖଣ୍ଡ ସ୍ତରୀୟ ଆନନ୍ଦପୁର ସାମାଜିକ ସୁରକ୍ଷା ଅଧିକାରୀ ଡ଼ ଶମ୍ବୁନାଥ ରାଉତ ପହଁଚି ତାଙ୍କର ସମସ୍ତ ଦୁଃଖ ଦେଖିବା ସହ ସେ କିପରି ସରକାରଙ୍କର ସୁବିଧା ସହାୟତା ପାଇପାରିବେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୁଷ୍ଟି ଆକର୍ଷଣ କରିବା ସହ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏଥିରେ ସ୍ତାନୀୟ ଅଞ୍ଚଳର ବରିଷ୍ଠ ବ୍ୟକ୍ତି ତଥା ହରିହର ମିଶ୍ର, ଶ୍ରୀଧର ସାହୁ, ନବୀନ ବିନ୍ଧାଣି ,ରାଜେନ୍ଦ୍ର ରଣା,ପ୍ରଣବ ପୁହାଣ  ଏବଂ ଅବସରପ୍ରାପ୍ତ ସୈନିକ ତ୍ରିଲୋଚନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

Nalco
Leave A Reply