ଆନନ୍ଦପୁର : ଚଳିତ ଲଗାଣ ବର୍ଷା ରେ ବୈତରଣୀ କୁଶେଇ ନଦୀ ଅନର୍ଗତ ବିଭିନ୍ନ ଅଞ୍ଚଳ ରେ ବନ୍ୟାଜଳ ପ୍ରଭାବିତ ହେବା ପରେ ବିଭିନ୍ନ ଗ୍ରାମାଞ୍ଚଳ ଗ୍ରାମ ଗୁଡିକ ରେ ପାଣି ପଶି ଥିବା ର ଜଣା ପଡିବା ପରେ ଶାଳପଡା ଜଳ ସେଚନ ବିଭାଗ ର ନିର୍ବାହୀ ଜନ୍ତ୍ରୀ ରାଶଲ ଜୋଜୋ ବନ୍ୟା ସୁରକ୍ଷା ବନ୍ଧ ଗୁଡିକ ପରିଦର୍ଶନ କରିଛନ୍ତି ବାତୋ ରଣପୁର ନଦୀ ସୁରକ୍ଷା ବନ୍ଧରେ ହେବାକୁ ଥିବା ନିର୍ମାଣ କାର୍ଯ ଟେଣ୍ଡର ହୋଇଥିଲେ ମଧ୍ୟ ବର୍ଷାରିତୁ ପାଇଁ କାର୍ଯ ଆରମ୍ଭ ହୋଇନଥିବା ଯୋଗୁ ସୁଇଜ୍ ଗେଟ ପାର୍ଶ୍ଵ ରେ ବୈତରଣୀ ନଦୀ ର ବନ୍ୟା ଜଳ ନିକଟସ୍ତ ଗ୍ରାମ କୁ ମାଡି ଯାଇଥିଲା ସମଣା ଠାରୁ ହାବେଳେଶ୍ଵର ନଦୀ ବନ୍ଧ କିଛି ସ୍ତାନ ରେ ବନ୍ଧକାର୍ଯ ହୋଇ ନଥିବା ଯୋଗୁ ଏହି ସ୍ତାନ ରେ କିଛି ବନ୍ୟା ଜଳ ପ୍ରବେଶ କରିଥିଲା ସେହିପରି ରେମାଳ ଜଳସେଚନ ପ୍ରକଳ୍ପ ରୁ କୁଶେଇ ନଦୀ କୁ ପ୍ରବାହିତ ହେଉଥିବା ଜଳାଞ୍ଚଳ ଅଞ୍ଚଳ ପରିଦର୍ଶନ କରି ନଦୀ ର ଦୁଇ ପାର୍ଶ୍ଵ ରେ ଥିବା ନଦୀ ବନ୍ଧ ପରିଦର୍ଶନ କରିଥିଲେ ଏଥିସହିତ ବେଲବାହାଳି ନଦୀ ବନ୍ଧ ଓ ଖପରଖାଇ ପଞ୍ଚପୁଲ୍ଲୀ ଓ ଆନନ୍ଦପୁର ବରେଶ୍ଵର ଓ ମରେଇଗାଁ ବଳିପୁର ଓ ବୁଢିକୁଦ ଓ କନ୍ତୋ ଓ ଘାଗେର ବନ୍ଧ ପରିଦର୍ଶନ କରିଥିଲେ ଓ ବୈତରଣୀ ନଦୀ ର ଉପନିର୍ବାହୀ ଜନ୍ତ୍ରୀ ଉମାକାନ୍ତ ନାଏକ, ସହକାରୀ ଜନ୍ତ୍ରୀ ଉମେଶ ଚନ୍ଦ୍ର ଶାଶିନ ସନାତନ ଦାଶ କନିଷ୍ଠ ଜନ୍ତ୍ରୀ ସୁର୍ୟମଣି ସାମଲ କରୁଣାକର ଲେଙ୍କା ନିର୍ବାହୀ ଜନ୍ତ୍ରୀ ଙ୍କ ସହିତ ପରିଦର୍ଶନ କ୍ଷେତ୍ର ରେ ଉପସ୍ଥିତ ଥିଲେ ସମଣା ନଦୀବନ୍ଧ ଠାରେ ବନ୍ଧ ଭାଙ୍ଗି ଯାଇଥିବା ରୁ ବ୍ୟାପକ ଜଳମଗ୍ନ ହୋଇଯାଇଥିଲା ଏହି ସ୍ତାନ କୁ ଯୁଦ୍ଧ କାଳୀନ ଭିତିରେ ମରାମତି କରିବାକୁ ଜଳସେଚନ ବିଭାଗ ଉଚ୍ଚକତୃପକ୍ଷ ଙ୍କୁ ଏହି ମରାମତି ବାବଦରେ ଅବଗତ କରାଇବେ ବୋଲି ଶ୍ରୀ ଜୋଜୋ ସୂଚନା ଦେଇଛନ୍ତି
