Odisha news

ଆନନ୍ଦପୁର ରୋଗୀ କଲ୍ୟାଣ ସମିତି ବୈଠକ

0
ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତି ବୈଠକ ଆଜି ଡାକ୍ତରଖାନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅଧୀକ୍ଷକ ଡାକ୍ତର ଧନେଶ୍ଵର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଉପଜିଲ୍ଲାପାଳ ଫାଲଗୁନୀ ମାଝୀ ଯୋଗଦେଇଥିଲେ। ପ୍ରାରମ୍ଭରେ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଆୟବ୍ୟୟର ହିସାବ ଉପସ୍ଥାପନା କରାଯିବା ସହ ଡାକ୍ତରଖାନାର ବିଭିନ୍ନ ନିର୍ମାଣ, ମରାମତି, ସ୍ବଚ୍ଛତା ଓ ଚିକିତ୍ସା ସେବା ଉପରେ ଆଲୋଚନା କରାଯାଇଥିଲା। ଡାକ୍ତରଖାନାରେ ଓଭରହେଡ ପାଣିଟାଙ୍କି ନିର୍ମାଣ,ଶବବୁହା ଗାଡ଼ି ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିବାକୁ ନିଷ୍ପତ୍ତି ହୋଇଥିଲା । ବୈଠକରେ ଆନନ୍ଦପୁର ବିଡ଼ିଓ ଯୋଗରଞ୍ଜନ ନାୟକ, ସିଡିପିଓ ମଞ୍ଜୁଲତା ସିଂହ, ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗର ସରକାରୀ ନିର୍ବାହୀ ଯନ୍ତ୍ରୀ କେଳୁଚରଣ ଦଳେଇ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର କୃଷ୍ଣଚନ୍ଦ୍ର ଦାଶ, ଏବିଇଓ ଅହଲ୍ୟା ଜେନା, ପିଏଚଡିର କନିଷ୍ଠ ଯନ୍ତ୍ରୀ ଚନ୍ଦନ ମାରାଣ୍ଡି,ପୈ।ରପାଳିକାର ପରିମଳ ଅଧିକାରୀ ଭାଗୀରଥି ଦାଶ , ଆୟୁଷ ଡାକ୍ତର ଦେବବ୍ରତ ଖୁଣ୍ଟିଆ, ରୋଗୀ କଲ୍ୟାଣ ସମିତି ସଦସ୍ୟ ସୁଶୀଲ ହୋତା, ପଦ୍ମନାଭ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
IEC 2 years
Leave A Reply