Odisha news

ଖେଳ ଭାତୃତ୍ବଭାବ ବିକାଶ କରେ- ବଦ୍ରି ପାତ୍ର 

0
ଆନନ୍ଦପୁର ଉପଖଣ୍ଡ ର ଏକମାତ୍ର ସିବିଏସଇ ମାନ୍ୟତାପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନ ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ଆୟୋଜିତ ସିବିଏସଇ କ୍ଲଷ୍ଟର ଟୁ ଖୋ ଖୋ ପ୍ରତିଯୋଗିତା ରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଘସିପୁରା ର ବିଧାୟକ ମାନ୍ୟବର ବଦ୍ରିନାରାୟଣ ପାତ୍ର ଛତିଶଗଡ ,ଓଡ଼ିଶା ଓ ପଶ୍ଚିମବଙ୍ଗ ସିବିଏସଇ ମାନ୍ୟତାପ୍ରାପ୍ତ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀଙ୍କୁ ଖେଳ କେମିତି ଭାତୃତ୍ବଭାବ ସହ ସଂହତିର ବିକାଶ କରେ ସେ ଉପରେ ଆଲୋକପାତ କରିଥିଲେ।
ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ମ୍ୟାନେଜିଂ ଟ୍ରଷ୍ଟି କବି ଡ.ଅଶୋକ କୁମାର ପୁହାଣ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ଦେଶର ବିକାଶ ରେ ଖେଳ ର ଭୂମିକା ସହ ଛାତ୍ର ଛାତ୍ରୀଙ୍କ  ଯୋଗଦାନ ସଂପର୍କ ରେ ସ୍ବାମୀ ବିବେକାନନ୍ଦ ଙ୍କ ର ଉକ୍ତି ଯାହା ଭାରତବର୍ଷର ସ୍ବତନ୍ତ୍ର ପରିଚୟ ଦେଇଥିଲା ସେ ସଂପର୍କ ରେ ନିଜର ମତାମତ ରଖିଥିଲେ। ସିବିଏସଇ ଓ  ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲ ର ପତାକା ଉତ୍ତୋଳନ ମୁଖ୍ଯ ଅତିଥି ବଦ୍ରିନାରାୟଣ ପାତ୍ର ଙ୍କ ଦ୍ବାରା ସଂପାଦିତ ହେବା ସହିତ ଖୋ ଖୋ ଖେଳ ର ଅଫିସିଆଲ ଓପନିଙ୍ଗ ମଧ୍ଯ ମୁଖ୍ଯ  ଅତିଥିଙ୍କ ଦ୍ବାରା ସଂପୂର୍ଣ୍ଣ କରାଯାଇ ଥିଲା।
ସଭା ଆରମ୍ଭ ରୁ ସ୍କୁଲ ର ଥିମ ସଂଗ ରେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ନୃତ୍ଯ  ପରିବେଶ କୁ ବେଶ୍ ଆହ୍ଲାଦିତ କରିଥିଲା। ତିନୋଟି ରାଜ୍ୟରୁ ଖେଳ ଆରମ୍ଭ ସୁଦ୍ଧା ପ୍ରାୟ ଛତିଶଟି ସ୍କୁଲ ରୁ ପାଞ୍ଚ ଶହ ତିନିଜଣ ଛାତ୍ର ଛାତ୍ରୀଙ୍କ ସହ ସ୍କୁଲ ର କୋଚ ମାନେ ପହଞ୍ଚି ସାରିଥିଲେ। ଏହି ଖେଳ ନଭେମ୍ବର ଏକ ତାରିଖ ରୁ ନଭେମ୍ବର ତିନି ତାରିଖ  ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ସ୍କୁଲ ର ଅଧ୍ୟକ୍ଷ ଶିକ୍ଷାରତ୍ନ ଦୀଲିପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହିତ ସିବିଏସଇ ଅବଜରଭର ଶ୍ରୀଯୁକ୍ତ ସଦାନନ୍ଦ ମହାପାତ୍ର ଛାତ୍ର ଛାତ୍ରୀଙ୍କୁ ଖେଳ କେମିତି ଜୀବନ କୁ ଶୃଙ୍ଖଳିତ କରେ ସେ ସମ୍ବନ୍ଧରେ ନିଜର ମତପୋଷଣ କରିଥିଲେ । ସ୍କୁଲ କମିଟିର ବରିଷ୍ଠ ସଦସ୍ଯ ଶ୍ରୀଯୁକ୍ତ ଅନ୍ନଦାଶଙ୍କର ମହାନ୍ତି (ବୁନା ଭାଇ) ସମସ୍ତ ଙ୍କୁ ନିଜର ଶୁଭକାମନ ଓ ଶୁଭେଚ୍ଛା ପ୍ରଦାନ କରିଥିଲେ। ଏହି ଖେଳ ର ପରିଚାଳନ ପାଇଁ କେନ୍ଦୁଝର ଜିଲ୍ଲାର ଜିଲ୍ଳା ଶିକ୍ଷାଧିକାରୀ ଶ୍ରୀମତି ଗୌରୀ ନାଏକ ପଚିଶ ଜଣ ଅଭିଜ୍ଞ ପିଇଟି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ଯେଉଁ ପିଇଟି ମାନେ ଏହି ଖେଳ କୁ ପରିଚାଳନା କରିବେ ସେମାନେ ହେଲେ ନିରଞ୍ଜନ ଚକ୍ର, ପ୍ରମୋଦ କୁମାର ବେହେରା,ସୁରେଶ କୁମାର ଭୂୟାଁ,ଦେବାଶିଷ ରାଉତ, ସୌମ୍ୟରଞ୍ଜନ ସାହୁ,ଶାନ୍ତନୁ କୁମାର ରାଉତ, ସୁବ୍ରତ ଲେଙ୍କା,ସାବିତ୍ରୀ ମହାନ୍ତି,ଲକ୍ଷ୍ମୀପ୍ରିୟା ରାଉତ, ସୁଚିସ୍ମିତା ରାଉତ, ସୌମ୍ୟରଞ୍ଜନ ସାହୁ(ସରକାରୀ ଉଚ୍ଚ ବିଦ୍ୟାଳୟ,ଶାଳବଣୀ), ସୁମନ୍ତ କୁମାର ମହାନ୍ତ, ବାସୁଦେବ ପ୍ରଧାନ, ସୌଜନ୍ୟ କୁମାର ପଣ୍ଡା,ସୁଶାନ୍ତ କୁମାର ସାମଲ, ସତ୍ଯବ୍ରତ ସାମଲ, ସଚିନ ଦେବ ରାଉତ, ଦେବଦାସ ପଣ୍ଡା,ରାଜେଶ କୁମାର ଘଡେଇ, ଲକ୍ଷ୍ମୀଧର ଜେନା,ଭଞ୍ଜ ସୋରେନ,ସତ୍ଯବ୍ରତ  ସାହୁ,ଶ୍ୟାମରାଣୀ ସାହୁ, ସତ୍ଯବ୍ରତ ଲେଙ୍କା,ବିଧୁଭୁଷଣ ଜେନା ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଯଥା ରଞ୍ଜିତା ଜେନା ପାଟ୍ଟଶାଣୀ,ଗୀତାଞ୍ଜଳି ସାହୁ,ଲିପିସ୍ମିତା ଚକ୍ର, ଶାରଦାରାଣୀ ସାହୁ,ସଂଘମିତ୍ରା ଦ୍ବିବେଦୀ,କଲ୍ୟାଣୀ ରାମ,ଲିପ୍ସା ଧୀର,ମୋନାଲିସା ପଣ୍ଡା, ସମୀକ୍ଷା ନାୟକ, ପ୍ରଜ୍ଞା ପାରମିତା ରାଉତ,ଜେନିଫର ଅଜୟ ଚିନ ଚନକର, ଶର୍ମିଷ୍ଠା ପଣ୍ଡା,ସସ୍ମିତା ପରିଡା,ଶ୍ରୀନିବାସ ମଲ୍ଲିକ, ନଳିନୀ ବେହେରା, ସତ୍ଯବ୍ରତ ସାହୁ,ଅଶ୍ବନୀ ସ୍ବାଇଁ,ସୁଶୀଲ ଗୁପ୍ତା,ସୁଜାତା ଘୋଷ, ଦୀପ୍ତିମୟି ନନ୍ଦୀ,ରୀନାରାଣୀ ପଲେଇ,ଜଗତାନନ୍ଦ ବେହେରା,ସୁଶାନ୍ତ ପାଣି,ବିଭୂତିଭୂଷଣ ଦାସ, ସୁବାସ ବେହେରା,ସତ୍ଯବ୍ରତ  ନାୟକ,ଶତୃଘ୍ନ ଘଡେଇ, ଲଳିତ ରାଉତ ପ୍ରମୁଖ ପରିଚାଳନା କରିଥିବା ବେଳେ ସ୍କୁଲ ର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ସା ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ଛାତ୍ର ଛାତ୍ରୀ ଓ କୋଚ ମାନଙ୍କ ରହିବା ଓ ଖାଇବା ତଦାରଖ କରାଯାଇଥିଲା।
ଘସିପୁରା ପୋଲିସ ମାନଙ୍କ ଦ୍ବାରା ଶାନ୍ତି ଶୃଙ୍ଖଳା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା।
Nalco
Leave A Reply