Odisha news

ମହାମହିମ  ରାଜ୍ୟପାଳ କବି ଗଦାଧର ଙ୍କ କବିତା ବହିକୁ ଉନ୍ମୋଚନ କଲେ

0
ଆନନ୍ଦପୁର : ଆନନ୍ଦପୁର,ତା୬-୬, ଗତକାଲି ୨ ତାରିଖ ଦିନ ଭୁବନେଶ୍ୱରସ୍ଥ ରାଜ୍ୟପାଳ ଙ୍କ ଅଭ୍ୟର୍ଥନା କକ୍ଷ ରେ ଆନନ୍ଦପୁର ସାହିତ୍ୟସଂସଦ ର ସଭାପତି କବି ପ୍ରଫେସର ଗଦାଧର ମିଶ୍ରଙ୍କ ସ୍ୱରଚିତ କବିତା ସଙ୍କଳନ “ଯେତେଦୂରେ ଥାଅ ପଛେ” କୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ଉନ୍ମୋଚନ କରିଥିଲେ।ସବୁଠାରୁ ଆଶ୍ଚର୍ଯ୍ୟର କଥା ଥିଲା,ଉନ୍ମୋଚନ ପୂର୍ବରୁ କବି ମିଶ୍ରଙ୍କ ନିକଟରୁ ବହି ନେଇ ମହାମହିମ ରାଜ୍ୟପାଳ  ଉତ୍ସର୍ଗପୃଷ୍ଠା ସମେତ କିଛି ପୃଷ୍ଠା ଖୋଲି ସୁନ୍ଦର ଭାବେ ପଢିଚାଲିଥିଲେ।ସେଠାରେ  ଉପସ୍ଥିତ ଥିବା ରାଜ୍ୟର ଗୁଣଗ୍ରାହୀ  କବି,ସାହିତ୍ୟିକ ବୃନ୍ଦ ରାଜ୍ୟପାଳ ଙ୍କ  ନିର୍ଦ୍ବଦ୍ଵ ଓଡ଼ିଆ ପଠନ କୁ ଖୁବ  ଉତ୍ସାହିତ ହେଇ ଆନନ୍ଦ ଅନୁଭବ କରିଥିଲେ। ତତ୍ପରେ ମାନ୍ୟବର ରାଜ୍ୟପାଳ କବି ଗଦାଧରଙ୍କ କବିତା ସଂକଳନ କୁ ଉନ୍ମୋଚିତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ର କବି ଶାନ୍ତି ମିଶ୍ର,ଶକୁନ୍ତଳା ମହାପାତ୍ର, ଆନନ୍ଦପୁର ରୁ କବି କାର୍ତ୍ତିକ କୁମାର ମିଶ୍ର,ବିଶିଷ୍ଟ ବ୍ୟଙ୍ଗ କବି ତ୍ରିଲୋଚନ ସା ପ୍ରମୁଖଅନେକ କବିଅଂଶଗ୍ରହଣ କରିଥିଲେ।ସର୍ବୋପରି ରାଜ୍ୟପାଳ ଙ୍କ ମୁଖ୍ୟ ସୂଚନା ଓ ପ୍ରସାରଣ ଅଧିକାରୀ  ତଥା ସାହିତ୍ୟ ଏକାଡେମୀ ପୁରସ୍କୃତ ବିଶିଷ୍ଟ କବି ରକ୍ଷକ ନାୟକକାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ ।

Leave A Reply