Odisha news

ବିଜୁଳିତାର ଠିକ କରୁଥିବା ଶ୍ରମୀକଙ୍କର ଭିଡିଓ ଦେଖି ଭାବୁକ ହୋଇଗଲେ ଆନନ୍ଦ ମହିନ୍ଦ୍ରା

0

ମୁମ୍ବାଇ : ମହାରାଷ୍ଟ୍ରର ଖଣ୍ଡଲା ନିକଟରେ ଗୋଟିଏ ଉଚତା ବିଶିଷ୍ଟ ବିଜୁଳି ଖୁଣ୍ଟରେ ତାର ଖରାପ ହୋଇଯାଇଥିଲା ,ଏହାକୁ ଠିକ କରିବା ପାଇଁ ଗୋଟିଏ ବିଜୁଳି ବିଭାଗର ଶ୍ରମିକର ଭିଡିଓ ଉଦ୍ୟଗପତି ଆନନ୍ଦ ମହିନ୍ଦ୍ରାଙ୍କୁ ଭାବୁକ କରିଦେଇଛି l ସେ ଭିଡ଼ିଓଟିକୁ ଦେଖି କଥା ଦେଇଛନ୍ତି ଯେ ଭବିଷ୍ୟତରେ ବିଦ୍ୟୁତ ସେବା ପାଇଁ ଅଭିଯୋଗ କରିବା ପୂର୍ବରୁ ସତର୍କ ରହିବେ l ଏହି ଭିଡ଼ିଓଟିକୁ ନୂଆଦିଲ୍ଲୀ ସ୍ଥିତ ମହାରାଷ୍ଟ୍ର ଇନଫର୍ମେଶନ ସେଣ୍ଟରର ଉପନିର୍ଦେଶକ ଦୟାନନ୍ଦ କମ୍ବଲେ ସେୟାର କରିଥିଲେ l

୫୫ ସେକେଣ୍ଡର ଏହି ଭିଡ଼ିଓଟିରେ ଜଣେ ଶ୍ରମିକ ଖୁବ ଉଚ୍ଚରେ ହାଇ ଟେନ୍ସନ ଟ୍ରାନ୍ସମିଶନ ବିଜୁଳି ଲାଇନରେ ହୋଇଥିବା ଖରାପକୁ ଠିକ କରୁଛି l ଭିଡ଼ିଓଟିରେ ଟ୍ୱିଟକରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ,”ଆଉଥରେ ଅଭିଯୋଗ କରିବା ପୂର୍ବରୁ ମୁଁ ଏହି କର୍ମଚାରୀ ମାନଙ୍କ ବିଷୟରେ ପ୍ରଥମେ ଚିନ୍ତା କରିବି ଓ ସେମାନଙ୍କର ସଦ୍ଗତି ପାଇଁ ପ୍ରାଥନା କରିବି l କମ୍ବଲେ କହିଛନ୍ତି ଯେ ବିଜୁଳି ବିଭାଗର କର୍ମଚାରୀ ମାନେ ଅଧିକାଂଶ ସମୟ ନିଜର ଜୀବନକୁ ବାଜି ଲଗାଇ ଏହି ପରି କାର୍ଯ୍ୟ କରିଥାନ୍ତି l କିନ୍ତୁ ସେଥିପାଇଁ ଆମେମାନେ କଦାପି ସଜାଗ ନଥାଉ l

ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ସଜାଗ ରହିଥାନ୍ତି l ବେଳେବେଳେ ସେ ମଜାଦାର ଭିଡିଓ ମଧ୍ୟ ପୋଷ୍ଟ କରିଥାନ୍ତି l ଥରେ ଗୋଟିଏ ମାଙ୍କଡର ଫୋଟ ସେୟାର କରିଥିଲେ l ମାଙ୍କଡଟି ଗୋଟିଏ ଡ଼ିସ ଆଣ୍ଟିନା ଉପରେ ବସି ପାଟିଖୋଳି ଅନାଇଁ ଥିଲା l ଏହି ଫୋଟଟି ସେତେବେଳେ ଖୁବ ଲୋକପ୍ରିୟ ହୋଇଥିଲା l ଆନନ୍ଦ ମହିନ୍ଦ୍ରା ଟ୍ୱିଟର ଆକାଉଣ୍ଡରେ ଲେଖିଥିଲେ ଯେ ଯିଏ ଏହି ଫୋଟଟି ଉଠାଇଛନ୍ତି ତାଙ୍କୁ ବିଜେତା ଘୋଷଣା କରି ପୁରସ୍କୃତ କରିବା ଆବଶ୍ୟକ l ଏହାପରେ ସେହି ଫୋଟ ଟିକୁ ଯିଏ ଉଠାଇଥିଲେ ତାଙ୍କୁ ମହିନ୍ଦ୍ରା କମ୍ପାନୀ ପକ୍ଷରୁ ମହିନ୍ଦ୍ରା ଟ୍ରକ ମଡେଲ ଦିଆଯାଇଥିଲା l

IEC 2 years
Leave A Reply