ନୂଆଦିଲ୍ଲୀ : ରାଜେଶ ଖାନା ଓ ଅମିତାଭ ବଚନଙ୍କ ସୁପରହିଟ ଚଳଚିତ୍ର ଆନନ୍ଦ ଶୁକ୍ରବାର ଦିନ ୫୦ ବର୍ଷ ପୁର୍ଣ କରିଛି ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୧୨ ତାରିଖ ୧୯୭୧ ରେ ରିଲିଜ ହୋଇଥିଲା l ଏହି ଚଳଚିତ୍ରଟିକୁ ମାନେ ପକାଇବାକୁ ଯାଇ ଆନନ୍ଦ ମହିନ୍ଦ୍ରା ଗୋଟିଏ ଭିଡିଓ ଟ୍ୱିଟ କରିଥିଲେ l
ମହିନ୍ଦ୍ରା ଗ୍ରୁପର ଚୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଏହି ଚଳଚିତ୍ରର ଗୋଟିଏ ଅଂଶ ସେୟାର କରି ଲେଖିଥିଲେ ଯେ ଯେତବେବେଳେ ଚଳଚ୍ଚିତ୍ରଟି ପରଦାକୁ ଆସିଥିଲା ସେତେବେଳେ ମୁଁ ମାତ୍ର ୧୫ ବର୍ଷର ଥିଲି l ମୁଁ ନିଜ ନାମର ଏହି ଚଳଚିତ୍ରଟିର ଖୁବ ମଜା ନେଇଥିଲି l ଭିଡ଼ିଓର ଅଂଶରେ ଆନନ୍ଦ ଚଳଚିତ୍ରର ମହତ୍ୱପୂର୍ଣ୍ଣ କିଛି ଅଂଶ ଦେଖା ଯାଇଥିଲା l ଆନନ୍ଦ ମହିନ୍ଦ୍ରା ଏହାକୁ ସେୟାର କରିବା ପରେ ସମସ୍ତଙ୍କର ମନ୍ତବ୍ୟ ଆରମ୍ଭ ହୋଇ ଯାଇଥିଲା l ସମସ୍ତେ ପ୍ରାୟ ଅଧିକମାତ୍ରାରେ ଏହାକୁ ପସନ୍ଦ କରିଥିଲେ l
ଆନନ୍ଦ ମହିନ୍ଦ୍ରାଙ୍କୁ ପ୍ରାୟ ସମସ୍ତ ବ୍ୟକ୍ତି ଖୁବ ପ୍ରଶଂସା କରି ଥାନ୍ତି l ଜଣେ ୟୁଜର ଲେଖିଥିଲେ “ସାର ଏହି ଚଳଚ୍ଚିତ୍ରଟି ଅଧିକାଂଶ ଲୋକଙ୍କ ହୃଦୟକୁ ଛୁଇଁଛି ଆପଣ ସେୟାର କରିଥିବାରୁ ଧନ୍ୟବାଦ ‘l ଲୋକମାନେ ଚଳଚିତ୍ରର ତାରିଖକୁ ନେଇ ଅନୁମାନ କରୁଛନ୍ତି ଯେ ଆନନ୍ଦ ମହିନ୍ଦ୍ରଙ୍କୁ ମଧ୍ୟ ୬୫ ବର୍ଷ ହୋଇ ଗଲାଣି l