ରାଜେଶ କୁମାର ଲେଙ୍କା (ନିଆଳି): କଟକ ଜିଲ୍ଲାର ନିଆଳି ବ୍ଲକରେ ଅବସ୍ଥିତ ଚିତ୍ତରଞ୍ଜନ ସେବା ସଦନ ବର୍ତ୍ତମାନ ପୂର୍ବ ଓଡ଼ିଶା ପାଇଁ କେନ୍ଦ୍ରବିନ୍ଦୁ ପାଲଟିଛି।ଯାହା ଡାକ୍ତର ଚିତ୍ତରଞ୍ଜନ ମିଶ୍ର ଙ୍କ ଦ୍ଵାରା ପ୍ରତିଷ୍ଠିତ। ନିଆଳି ବ୍ଲକ ନିକଟସ୍ଥ ଟୋଲା ଗୋପୀନାଥ ପୁର ଗ୍ରାମରେ ଏକ ଚାଷୀ କୂଳ ପରିବେଶରେ ଜନ୍ମ ଗ୍ରହଣ କରିଥିବା ଡାକ୍ତର ଚିତ୍ତ ମିଶ୍ର ଜୀବନର ଚଲା ପଥରେ କେବେ ପଛ ଘୁଞ୍ଚା ଦେଇ ନା ହାନ୍ତି।ବାଲ୍ୟା କାଳରୁ ଏଯାବତ ଅନେକ କଣ୍ଟକମୟ ପରିସ୍ଥିତିକୁ ସାମ୍ନାକରି ଆଜି ଜଣେ ଚର୍ଚ୍ଚିତ ଚେହେରା ରୂପେ ପରିଚିତ ହୋଇ ପାରିଛନ୍ତି।ତାଙ୍କର ସର୍ବଦା ଜନ ହିତକର କାର୍ଯ୍ୟ , ଲୋକ କଲ୍ୟାଣ କାରି ସେବା ପାଇଁ ସେ ବେସ୍ ଲୋକ ପ୍ରିୟ ହୋଇ ପାରିଛନ୍ତି। ପେଶାରେ ଜଣେ ଡ଼ାକ୍ତର ହୋଇ ଥିଲେ ମଧ୍ୟ ଚଳଚ୍ଚିତ୍ର ରେ ଅଭିନୟ ଓ ଚଳଚ୍ଚିତ୍ର ର ପ୍ରଯୋଜନା ଭାର ତୁଲାଇବା ପାଇଁ ପସନ୍ଦ କରନ୍ତି।ଏହା ବ୍ୟତୀତ ନିଜର ଅବସର ସମୟରେ ଗଳ୍ପ ,କବିତା ଓ ନୂତନ ପୁସ୍ତକ ଗୁଡ଼ିକ ପଢ଼ିବା ପାଇଁ ପସନ୍ଦ କରନ୍ତି।ତାଙ୍କର ସେହି ଡାକ୍ତରୀ ଓ ଅଭିନୟ ଜୀବନ ଶୈଳୀକୁ ନେଇ ଡ଼ାକ୍ତର ଚିତ୍ତରଞ୍ଜନ ମିଶ୍ରଙ୍କ ସହ କଟକ ଜିଲ୍ଲା ନିଆଳି ର ପ୍ରତିନିଧି ରାଜେଶ କୁମାର ଲେଙ୍କା ଙ୍କ ଏକ ସ୍ବତନ୍ତ୍ର ସାକ୍ଷତକାର।
ପ୍ରଶ୍ନ-୧:ସାଧାରଣ ଲୋକେ ସରକାରୀ ଡାକ୍ତରଖାନା ଅପେକ୍ଷା ଘରୋଇ ଡାକ୍ତରଖାନାକୁ ପସନ୍ଦ କରୁଛନ୍ତି।ଏହାର ମୁଖ୍ୟ କାରଣ କଣ ?
ଡା. ଚିତ୍ତରଞ୍ଜନ: ସରକାରୀ ଡାକ୍ତରଖାନା ରେ ଭଲ ଡ଼ାକ୍ତର ନାହାଁନ୍ତି ବା ଭଲ ଷ୍ଟାଫ୍ ନାହାନ୍ତି,ସେ କଥା ନୁହେଁ ସମସ୍ତେ ଭଲ ଡାକ୍ତର ମଧ୍ୟ ଅଛନ୍ତି।କିନ୍ତୁ କାମ କରିବାର ଉତ୍ତମ ପରିବେଶ ରହି ପାରୁ ନାହିଁ।ତାହାର କାରଣ ହେଉଛି ଅତ୍ୟଧିକ ସଂକ୍ଷ୍ୟାରେ ରୋଗୀ ଆବଶ୍ୟକ ନଥିଲେ ମଧ୍ୟ ଯେହେତୁ ସରକାରୀ ଡାକ୍ତରଖାନା ରେ ମାଗଣା ଚିକିତ୍ସା ଯୋଗାଇ ଦିଆ ଯାଉଛି, ସେଥିପାଇଁ ଖାଲି ଟାରେ ଯିବା,ଭିଡ କରିବା ଆଦି ସାଧାରଣ ସ୍ତରରେ ଦେଖା ଯାଇଥାଏ।କିନ୍ତୁ ବେସରକାରୀ ଡାକ୍ତରଖାନାରେ ସବୁ ଷ୍ଟାଫ୍ ମାନେ ପରିଶ୍ରମ କରନ୍ତି,ଉତ୍ତମ ରୂପେ ରୋଗୀକୁ ଦେଖନ୍ତି।ବେସରକାରୀ ଡାକ୍ତରଖାନାରେ ଯାହା ସରକାରୀ ଡାକ୍ତରଖାନା ରେ ପ୍ରାୟତଃ ସେ ସବୁ ନା ହିଁ।ତେଣୁ ଆମେ ସମସ୍ତେ ଯେଉଁ ଆଶା କରିଥାଉ ଅଧିକ ପରିଶ୍ରମ କରିଲେ ଅଧିକ ଫଳ ମିଳିବ ,ସେଗୁଡିକ ସରକାରୀ ଡାକ୍ତରଖାନା ରେ ହୁଏ ନାହିଁ।
ପ୍ରଶ୍ନ-୨:ସରକାରୀ ଡାକ୍ତରଖାନା ଓ ବେସରକାରୀ ଡାକ୍ତରଖାନା ମଧ୍ୟରେ ମୁଖ୍ୟ ପାର୍ଥକ୍ୟ କଣ ?
ଡ଼ା. ଚିତ୍ତରଞ୍ଜନ: ଏହା ସରକାରୀ ସ୍କୁଲ୍ ଓ ବେସରକାରୀ ସ୍କୁଲ ସହିତ ପ୍ରାୟ ସମାନ। ସବୁଠାରୁ ବଡ଼ କଥା ହେଲା ଶୃଙ୍ଖଳିତ ।ବେସରକାରୀ ଡାକ୍ତଖାନାରେ ଆମେ ଶୃଙ୍ଖଳିତ ଭାବେ ରୋଗୀକୁ ଦେଖୁ,କିନ୍ତୁ ଏହା ସରକାରୀ ଡାକ୍ତରଖାନା ରେ ଦେଖିବାକୁ ମିଳେ ନାହିଁ। ବେସରକାରୀ ଡାକ୍ତରଖାନାରେ ଗୋଟିଏ ରୋଗୀ ଆସିଲା,ତାକୁ ଭଲ ରୂପେ ଦେଖିଲୁ ଓ ଉତ୍ତମ ରୂପେ ଚିକିତ୍ସା କରିଲୁ ଟା ପରେ ଆଉ ଗୋଟେ ରୋଗୀକୁ ଦେଖିଥାଉ।ଅନ୍ୟା ପକ୍ଷରେ ସରକାରୀ ଡାକ୍ତରଖାନା ରେ ଏକାବେଳେ ଘେରି ଯାଇ ଜଲ୍ଦୀ ସାରିବାକୁ ଚେଷ୍ଟା କରିଥାନ୍ତି। ଡାକ୍ତରଖାନାକୁ ଅନ୍ୟ ଭାଷାରେ କହିବାକୁ ଗଲେ ତରତର ଖାନା ବୋଲି ଲୋକମାନେ ଧରି ନିଅନ୍ତି।ସରକାରୀ ଡାକ୍ତରଖାନା ରେ ଯାହା ଆୟତ୍ତ ରେ ହୁଏ ତାହା ବେସରକାରୀ ଡାକ୍ତଖାନାରେ ହୁଏ ନାହିଁ।ସରକାରୀ ଡାକ୍ତରଖାନା ରେ ଯେଉଁ ଡ଼ାକ୍ତର ମାନେ କାମ କରନ୍ତି,ସେମାନେ ବେସରକାରୀ ସଂସ୍ଥା ମାନଙ୍କରେ ତାହା ଅପେକ୍ଷା ଉନତ୍ତ ଧରଣର କାର୍ଯ୍ୟ କରନ୍ତି।ତେଣୁ ସରକାରୀ ସ୍କୁଲ୍ ଓ ବେସରକାରୀ ସ୍କୁଲ,ସରକାରୀ ଡାକ୍ତରଖାନା ଓ ବେସରକାରୀ ଡାକ୍ତରଖାନା ସହିତ ତୁଳନୀୟ।
ପ୍ରଶ୍ନ-୩:ଆପଣ ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର।ପୂର୍ବରୁ ଡେଲିଭେରି ନର୍ମାଲ ରେ ହେଉଥିଲା।କିନ୍ତୁ ଏବେ ପ୍ରାୟ ସିଜରିଆନ୍ ହେଉଛି। କଣ କହିବେ?
ଡ଼ା. ଚିତ୍ତରଞ୍ଜନ: ପୂର୍ବରୁ ଡେଲୀଭେରି ବହୁତ ନର୍ମାଲ ରେ ହେଉଥିଲା ଏହା ସ ତ କଥା ।ସେତେବେଳେ ଅଧିକାଂଶ ସ୍ତ୍ରୀ ଲୋକ ପରିଶ୍ରମୀ ଥିଲେ ଏବଂ ପରିଶ୍ରମ ମଧ୍ୟ କରୁଥିଲେ।ସ୍ତ୍ରୀ ଲୋକ ମାନେ ତଳେ ବସି ଲିପି ବା, ଶିଳ ରେ ବାଟିବା,ଦୋଳି ଖେଳିବା,ପୁଚି ଖେଳିବା ଇତ୍ୟାଦି ନର୍ମାଲ ଡେ ଲିଭେରି ପାଇଁ ସେମାନଙ୍କୁ ଅଧିକ ସାହାଯ୍ୟ କରୁଥିଲା। ବର୍ତ୍ତମାନ ଜୀବନ ଶୈଳୀ ବଦଳି ଗଲା।ଛିଡ଼ା ହୋଇଲି ରୋଷେଇ କରିବା,ସ୍କୁଟି ଚଲେଇବା, ଏବଂ ସବୁଠାରୁ ବଡ଼ କଥା ହେଲେ ସେମାନଙ୍କର କଷ୍ଟ ସହିବାର ଯେଉଁ ମାନସିକତା ଥିଲା ,ବର୍ତ୍ତମାନ ସେ ସବୁ ନା ହିଁ ।ଆଗେ ଯେଉଁ ମାନଙ୍କର ନର୍ମାଲ ଡେ ଲିଭେରୀ ହେଉଥିଲା ୨୪ ଘଣ୍ଟା ଯାଏ ଯନ୍ତ୍ରଣା ହେଉଥିଲା ସେମାନେ ସହି ଯାଉଥିଲେ।କିନ୍ତୁ ଏବେ ଆମେ ଗୋଟିଏ ଥର ରୋଗୀକୁ ପରୀକ୍ଷା କରି ଅବସ୍ଥା କିଭଳି ଅଛି,କୋଉ ଷ୍ଟେଜ୍ ରେ ଅଛି ଆମେ କିପରି ମ୍ୟାନେଜ କରିବୁ ନର୍ମାଲ ଡେ ଲି ଭେରି ପାଇଁ ଆମକୁ ରୋଗୀର ସହଯୋଗ ହିଁ ମିଳୁ ନାହିଁ।ତେଣୁ ସିଜ ରିଆନ୍ ଡେ ଲୀଭେରି କରିବା ପାଇଁ ଆମେ ବାଧ୍ୟ ହେଉଛୁ। ଶିଜରିଆନ ଡେ ଲୀଭେରୀ ଏବେ ପୁରା ସୁରକ୍ଷିତ ହୋଇ ଯାଇଛି।ତେଣୁ ଏବେ ଏତେଟା ଅସୁବିଧାର ସମ୍ମୁଖୀନ ପାଇଁ ଆମେ ରୋଗୀକୁ ଦେଉ ନା ହୁଁ ।
ପ୍ରଶ୍ନ-୪: ଆପଣଙ୍କ ମତରେ ଗୋଟେ ଗର୍ଭପତି ମହିଳା ପ୍ରତି ତା ପରିବାରର ସଦସ୍ୟା ମାନଙ୍କର ଭୂମିକା କଣ ରହିବା ଦରକାର ?
ଡ଼ା. ଚିତ୍ତରଞ୍ଜନ: ବର୍ତ୍ତମାନ ସରକାରଙ୍କ ଜରିଆରେ ବହୁତ ବଦଳି ଗଲାଣି।ମମତା କାର୍ଡ ହୋଇଛି,ଆଶା କର୍ମୀ ମାନଙ୍କ ସହଯୋଗ ଅଧିକ ମିଳୁଛି।ଘରଘର ବୁଲିକି ମଧ୍ୟ ଅଧିକ ସହଯୋଗ କରୁଛନ୍ତି।ଅଙ୍ଗନବାଡ଼ି ଜରିଆରେ ବହୁତ କାମ ହେଉଛି। ୩୦ ବର୍ଷ ତଳେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ସ୍ଵାସ୍ଥ୍ୟ ସେବାରେ ଯାହା ସମସ୍ୟା ଥିଲା ଏବେ ତାହା ବହୁତ ବଦଳି ଯାଇଛି।ସରକାରୀ ସ୍ତରରେ ବହୁତ୍ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି।ପରିବାରରେ ମଧ୍ୟ ଅଧିକ ସାହାଯ୍ୟ ଓ ସହଯୋଗ ମିଳୁଛି। ସ୍ତ୍ରୀ ଲୋକମାନେ ଡାକ୍ତର ଙ୍କ ପାଖକୁ ପ୍ରଥମରୁ ଯିବା ଉଚିତ ଓ ନିୟମିତ ଭାବେ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ କରିବା ଦରକାର।ଅଧିକ ବ୍ୟସ୍ତ ହେବା ଉଚିତ ନୁହେଁ।ଅତ୍ୟଧିକ ବ୍ୟସ୍ତତା ଅଧିକ ଖରାପ ପ୍ରଭାବ ପାକାଇଥାଏ। ସବୁଠାରୁ ବଡ଼ କଥା ହେଲା ରୋଗୀ ଗୋଟିଏ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ,ତା ଦ୍ଵାରା ଡ଼ାକ୍ତର ରୋଗିଟିକୁ ଉତ୍ତମ ରୂପେ ଚିକିତ୍ସା କରି ପାରିବେ। ଏବଂ ଡ଼ାକ୍ତରଙ୍କ କଥା କୁ ବିଶ୍ୱାସ କରିବା ଦରକାର।ବାହାରେ ଲୋକମାନେ ଅନେକ କଥା କହିଥାନ୍ତି,ସେଗୁଡିକ ଆଦୌ ବିଶ୍ୱାସ କରିବା କଥା ନୁହେଁ।ଆଜି ଗୋଟେ ଡ଼ାକ୍ତରଙ୍କୁ ଦେଖେଇବା କାଲି ଆଉ ଗୋଟେ ଡ଼ାକ୍ତରଙ୍କୁ ଦେଖେଇବା ଏହା ସବୁଠାରୁ ବଡ଼ ଭୁଲ,ତେଣୁ ଏଥିପ୍ରତି ସବୁବେଳେ ସତର୍କ ଓ ସଚେତନ ରହିବା ଉଚିତ।
ପ୍ରଶ୍ନ-୫: ଗୋଟିଏ ବରିଷ୍ଠ ଅଭିନେତା ହିସାବରେ ବର୍ତ୍ତମାନର ଓଡ଼ିଶା ସିନେମା ଜଗତକୁ ନେଇ ଆପଣ କଣ କହିବେ ?
ଡ଼ା. ଚିତ୍ତରଞ୍ଜନ: ଅଭିନେତା ତ ମୁଁ ଆଗରୁ ଥିଲି।ବର୍ତ୍ତମାନ ଜଣେ ପ୍ରଯୋଜକ, ବିତରକ।ଏହିଭଳି ଭାବରେ ଉତ୍କଳ ସିନେ ଚାମ୍ବର୍ ଅଫ୍ କମର୍ସ ଓଡ଼ିଶାର ସବୁଠୁ ବଡ଼ ସଂଗଠନ ରେ ମଧ୍ୟ ମୁଁ ମଧ୍ୟ ଏକ ବଡ଼ ପଦବୀରେ ଅଛି।ଓଡ଼ିଶାରେ ସିନେମା ହଲ୍ ର ଅବସ୍ଥା ବର୍ତ୍ତମାନ ସମସ୍ତେ ଜାଣିଛନ୍ତି।ଗାଁ ମାନଙ୍କରେ ରଜ ଓ ଦଶ ହରା ସମୟରେ ସିନେମା ଯେଉଁଠି ମାସ ମାସ ଧରି କି ଭିଡ ରେ ଚାଲୁଥିଲା ବର୍ତ୍ତମାନ ଏହା ଦୁଇ ସପ୍ତାହ କୁ ଖସି ଆସିଲାଣି।ଏହାର କାରଣ ହେଉଛି ଟିଭି ପରଦା ଓ ମୋବାଇଲ ପରଦା।ଟିଭିରେ ଘରେ ବସିକି ଦେଖିବା ପାଇଁ ପଡେ କିନ୍ତୁ ମୋବାଇଲ ଯେଉଁ ଆଡେ ଯାଉଛେ ନେଇକି ଯାଉଛେ ଯେତେବେଳେ ଇଚ୍ଛା ସେତବେଳେ ଦେଖି ପାରୁଛେ।ଏହି ଦୃଷ୍ଟିରୁ ସିନେମା ର ଚାହିଦା କମିଛି।ହଲ୍ ଭଲ ଚାଲିଲେ ନିଶ୍ଚିତ ଭଲ ସିନେମା ତିଆରି ହେବ,ଯେହେତୁ ଲୋକମାନେ ହଲ୍ କୁ ପ୍ରାୟ ଯାଉ ନାହାଁନ୍ତି ଏହା ପ୍ରଭାବ ପକାଇଛି ସିନେମା ଜଗତ ଉପରେ।ତେଣୁ ଟିଭି ଓ ମୋବାଇଲ କୁ ପ୍ରତ୍ୟାକ୍ଷାନ କରି ହଲ୍ କୁ ଯିବା ଦରକାର।ଯାହା ଫଳରେ ଓଡ଼ିଆ ସିନେ ଜଗତ ଉନ୍ନତି କରି ପାରିବ।
ପ୍ରଶ୍ନ-୬: ଆପଣ ଏକାଧାରରେ ଜଣେ ଡ଼ାକ୍ତର ଓ ଅଭିନେତା,କିପରି ଏହାକୁ ଏତେ ଭଲ ଭାବରେ ତୁଲାନ୍ତି ?
ଡ଼ା. ଚିତ୍ତରଞ୍ଜନ: ସମୟକୁ ଯିଏ ଠିକ୍ ରୂପେ ତୁଲେଇବ ସେ ବହୁତ କିଛି କାମ କରି ପାରିବ ପ୍ରଥମେ ମାନସିକ ସ୍ତରରେ ପ୍ରସ୍ତୁତ ହେବା ଦରକାର ଯେ କି ମୁଁ ଅଧିକ କାମ କରିବି,ଅଧିକ ଆରାମ କରିବି ନାହିଁ ଏବଂ ସମୟ ମୁତାବକ କାର୍ଯ୍ୟ କରିବି।ସମୟାନୁବର୍ତିତା ସବୁଠାରୁ ବଡ଼ କାମ। ଡାକ୍ତଖାନାରେ କାମ ବେଳେ ମୁଁ ଭୁଲିଯାଏ ଯେ ମୁଁ ଜଣେ ଅଭିନେତା ଓ ଅଭିନୟ ବେଳେ ମୁଁ ଭୁଲିଯାଏ ଯେ ମୁଁ ଜଣେ ଡ଼ାକ୍ତର ବୋଲି। ଡାକ୍ତରଖାନାରେ ରୋଗୀଙ୍କ ସହିତ ବିତେଇଥିବା ସମୟ ମୋତେ ଅଭିନୟ କରିବାରେ ବହୁତ ସାହାଯ୍ୟ କରେ। ଆରାମରେ ରହିଲେ ଆମେ ଜୀବନରେ କିଛି ବି କରି ପାରିବା ନାହିଁ।ତେଣୁ କଷ୍ଟ କରିବା ଓ ନିଶ୍ଚିତ ସଫଳତା ପାଇ ପାରିବା।
ପ୍ରଶ୍ନ-୭:ଆପଣ ଡ଼ାକ୍ତର ଚିତ୍ତରଞ୍ଜନ ମିଶ୍ର ଙ୍କୁ କିଭଳି ଭାବେ ଚିହ୍ନନ୍ତି ?
ଡ଼ା. ଚିତ୍ତରଞ୍ଜନ: ମୋର ଗୋଟିଏ ଛୋଟ ଗ୍ରାମରେ ଜନ୍ମ। ନିଆଳି ବ୍ଲକ ର ଟୋଲା ଗୋପୀନାଥପୁର ଗ୍ରାମରେ ମୋର ଜନ୍ମ।ଆମର ଜମିଦାରୀ ଘର ଥିଲେ ମଧ୍ୟ ଆମର ସମସ୍ତେ ଚାଷ ଉପରେ ନିର୍ଭରଶୀଳ ଥିଲେ। ମୁଁ ଗାଁ ରୁ ସହରକୁ ପାଠ ପଢିବା ପାଇଁ ଗଲି।ପ୍ରଥମେ ଯେତେବେଳେ ମୁଁ ସହରକୁ ପାଠ ପଢ଼ିବା ପାଇଁ ଗଲି,ସେତେବେଳେ ସହର ପିଲାଙ୍କ ବ୍ୟବହାର ମୋତେ ଭଲ ଲାଗି ନଥିଲା।ତେଣୁ ମୋର ଜୀବନରେ ଗୋଟେ ଟାର୍ଗେଟ ରହିଲା କି ସହରରେ ଥିବା ଲୋକଙ୍କ ଅପେକ୍ଷା ମୁଁ ଅଧିକ କିଛି କରିବି। ଏସ୍ ସିବି ମେଡିକାଲ୍ କଲେଜ୍ ରେ ପଢିଲା ବେଳେ ୩ ଟା ମେଡିକାଲ୍ କଲେଜ୍ ରେ ଚେୟାର ମ୍ୟାନ ଥିଲି।ଓଡ଼ିଶାର ଗୋଟେ ବଡ଼ ଛାତ୍ର ନେତା ରୂପେ ମଧ୍ୟ କାର୍ଯ୍ୟ ତୁଲାଇଛି।ଦୂର ଦର୍ଶନ ରେ ମୁଖ୍ୟ ଚରିତ୍ର ରୂପେ କାର୍ଯ୍ୟ କରିଲି। ତା ପରେ ଭାବିଲି ସହର ଅପେକ୍ଷା ଗାଁରେ ଏକ ଡାକ୍ତରଖାନା କରିବା ପାଇଁ ଏବଂ ତାହା ମଧ୍ୟ ସଫଳ ହେଲା। ୪ ଜଣ ଷ୍ଟାଫ୍ ଙ୍କୁ ନେଇକି ମୁଁ ଆରମ୍ଭ କରିଥିଲି ‘ଚିତ୍ତରଞ୍ଜନ ସେବା ସଦନ’ ନାମରେ ଏକ ଡାକ୍ତରଖାନା।ଏବେ ତାହା ୭୦ ଜଣ ଷ୍ଟାଫ୍ ଙ୍କୁ ନେଇକି ଭଲ ରୂପେ ଚାଲିଛି।
ପ୍ରଶ୍ନ-୮: ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ହିସାବରେ ମହିଳା ମାନଙ୍କ ପାଇଁ ଆପଣଙ୍କର କଣ ବାର୍ତ୍ତା ରହିବ ?
ଡା. ଚିତ୍ତରଞ୍ଜନ: ମହିଳା ମାନେ ପ୍ରଥମରୁ ଅବହେଳିତ ଥିଲେ। ପୂର୍ବରୁ ସମାଜରେ ମହିଳା ମାନଙ୍କୁ ସେତିକି ସମ୍ମାନ ବା ଗୁରୁତ୍ବ ଦିଆ ଯାଉ ନଥିଲା।ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି।ଏବେ ମହିଳା ମାନଙ୍କୁ ଯଥେଷ୍ଟ ସମ୍ମାନ ଓ ଯଥେଷ୍ଟ ଗୁରୁତ୍ବ ଦିଆ ଯାଉଛି।ଝିଅ ମାନେ ଯେଉଁ କାମ ଆଗେ କରୁ ନଥିଲେ ଏବେ କିନ୍ତୁ ସେମାନଙ୍କର ଦାୟିତ୍ଵ ବଢ଼ି ଯାଇଛି ଓ ଉତ୍ତମ ରୂପେ ସମସ୍ତ କାମ କରି ପାରୁଛନ୍ତି।ସଶକ୍ତିକରଣ ର ଅର୍ଥ ନୁହେଁ ଯେ ମହିଳା ମାନେ କେବଳ ଯୁଦ୍ଧ୍ୟ କରିବେ।ଘର ଭିତରେ ଯୁଧ୍ୟ କରିବେ,ଘର ଲୋକଙ୍କ ସହିତ ସଂଗ୍ରାମ କରିବେ ।
ମହିଳା ମାନଙ୍କର ଶକ୍ତି ହେଉଛି ତାଙ୍କର ସହିବା ଶକ୍ତି।
ଆମକୁ ଶକ୍ତି,ସାହାଯ୍ୟ,ସମର୍ଥନ ସବୁ କିଛି ମିଳୁଛି,ତେଣୁ ଏହାକୁ ଉପୋଯୋଗ କରି ଆମେ ଚେଷ୍ଟା କରିବା କେମିତି ପରିବାର କୁ ବନ୍ଧିକି ରଖିବା,ସମାଜକୁ ବାନ୍ଧିକି ରଖିବା ମହିଳା ମାନଙ୍କର ଏହା ବଡ କର୍ତ୍ତବ୍ୟ।ଯେତେ ଯାହା ବାଧା ବିଘ୍ନ ଆଶୁ ତାହାକୁ ଆମେ ନିଜ ଭିତରେ ସହିଯିବା ଓ ଦୁଃଖ ଗୁଡ଼ିକୁ ନିଜ ମନରେ ଚାପି ଦେଇ ସମସ୍ତଙ୍କ ମୁହଁରେ ହସ ଫୁଟାଇବା।କହିବା ଅପେକ୍ଷା ସାହିବା ବଡ଼
ଏହାକୁ ବିଶେଷ କରି ମହିଳା ମାନେ ଯେମିତି ଭୁଲି ନ ଯାନ୍ତି।