Odisha news

ଅମ୍ପନ : ଆରମ୍ଭ ହେଲା ପାରାଦୀପ ରେ ପବନ ବହିବା, ଅଶାନ୍ତ ହଉଚି ସମୁଦ୍ର , ଲୋକେ ଆତଙ୍କିତ

0

ଭୁବନେଶ୍ୱର: ଅମ୍ପନର କରାଳ ରୂପରେ ଅଶାନ୍ତ ହେଉଛି ପାରାଦୀପ। ବାତ୍ୟା ପ୍ରଭାବରେ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛ ବର୍ଷା ପବନ। ପାରାଦୀପରେ ବର୍ତ୍ତମାନ ପବନର ବେଗ ୯୬ କିମି ଥିଲେ ବି ଏହା ୧୩୫ କିମି ଯାଏ ବଢିବା ନେଇ ସମ୍ଭାବନା ରହିଛି। ଅମ୍ପନର ପ୍ରଥମ ବଡ଼ ପ୍ରଭାବ ପାରାଦୀପ ଅଞ୍ଚଳରେ ପଡ଼ିଛି।

ପାରାଦୀପ ଠାରୁ ୧୮୦ କିମି ଦୂରରେ ରହିଛି ଅମ୍ପନ। ଗତ ୬ ଘଣ୍ଟା ଧରି ପ୍ରାୟ ୧୧ ବେଗରେ ଗତି କରୁଛି ଅମ୍ପନ। ପାରାଦୀପରେ ୯୬କିମି ବେଗରେ ବହୁଛି ପବନ। ପବନର ବେଗ ଘଣ୍ଟା ପ୍ରତି ୯୬ରୁ ୧୩୫ କିମି ଯାଏ ବଢ଼ିବା ସମ୍ଭାବନା।  ଏନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।

ପାରାଦୀପରେ ଆଜି ଭୋର ୪.୩୦ ସମୟରେ ପବନର ବେଗ ଘଣ୍ଟା ପ୍ରତି ୮୨ କିମି ରହିଥିଲା। ଏଠାରେ ମୋଟ ୧୪୪.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ଏହିକ୍ରମରେ ଜଗତସିଂହପୁରରେ ୯୦୭୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାଲିକୁଦାରୁ ୫୫୦ ଜଣ ୧୫ ଟି ଆଶ୍ରୟସ୍ଥଳୀରେ ରହିଛନ୍ତି। ଏରସମାରୁ ୨୫୦୧ ଜଣ ୩୪ଟି ଆଶ୍ରୟସ୍ଥଳୀରେ ଅଛନ୍ତି।

ସେହିପରି କୁଜଙ୍ଗରୁ ୨୩୩୮ ଜଣ ୩୩ଟି ଆଶ୍ରୟସ୍ଥଳୀରେ ଅଛନ୍ତି। ପାରାଦୀପରେ ୩୪୯୮ ଜଣ ୨୦ଟି ଆଶ୍ରୟସ୍ଥଳୀରେ ଅଛନ୍ତି। ତିର୍ତ୍ତୋଲରୁ ୧୮୯ଜଣ ୧୦ଟି ଆଶ୍ରୟସ୍ଥଳୀରେ ଅଛନ୍ତି। ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ।

Har Ghar Tiranga

Leave A Reply