Odisha news

ମହାବାତ୍ୟା ଅମ୍ଫାନ ମାଡ଼ି ଆସୁଛି,ପ୍ରସାଶନ ଦ୍ୱାରା କଚ୍ଚା ଘରଲୋକଙ୍କୁସ୍ଥାନାନ୍ତରିତ ଜାରି।

0

କୋଣାର୍କ :  ପ୍ରଳୟ କାରୀ ମହାବାତ୍ୟା  ଅମ୍ଫାନ ପ୍ରଭାବରେ ମଙ୍ଗଳବାର ଠାରୁ କୋଣାର୍କ ଓ ଏହାର ଆଖପାଖ ଅଙ୍ଗଳରେ ବର୍ଷା ତୁହାକୁ ତୁହା ହେବାସହ ପବନର ବେଗ ବଢ଼ିବାରେ ଲାଗିଛି। ଚନ୍ଦ୍ରଭାଗା ସମୁଦ୍ର ପୁରା ଅଶାନ୍ତ ହେବା ସହ ଉଚ୍ଚ ଜୁଆର ମାନ ଉଠି କୂଳ ଲଂଘୁଛି ।ଏହାକୁ ଦୁଷ୍ଟିରେ ରଖି କୋଣାର୍କ ଏନ ଏ ସି ତରଫରୁ ସ୍ଥାନୀୟ ମଚ୍ୟ ଯିବି ମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ମଙ୍ଗଳବାର ଅପରାହ୍ନ ରୁ ସ୍ଥାନତରିତ ପକ୍ରିୟା ଜାରୀରହିଛି। ଏହା ଛଡା ଏନ ଡ଼ି ଆର ଏଫ ଟିମ ପୁରା ପ୍ରସ୍ତୁତି ଥିବା ଏନ ଏସି ର ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ପ୍ରକାଶ କରିଛନ୍ତି।ତଳିଆ ଅଂଚଳରେ ଥିବା ଓ କଚ୍ଚା ଘରେ ବସ ବାସ କରୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାସହ ଜରୁରୀ ଜିନିଷ ସବୁ ସାଙ୍ଗ ରେ ନେବାପାଇଁ କୁହାଯାଉଛି।ରାତି ବଢିବା ସହ ପବନ ର ବେଗ ମଧ୍ୟ ବଢୁଛି। କୋଣାର୍କ ଅଞ୍ଚଳର ଲୋକମାନେ ପୁରା ଭୟ ଭିତ ଅବସ୍ଥା ରେ ଅଛନ୍ତି। ଦୋକାନ ବଜାର ସବୁ ବନ୍ଦ ରହିଛି।ପବନ ହେବା ଯୋଗୁଁ ଅଂଛଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ବୁଧବାର ସକାଳେ ପବନର ଵେଗ ବଢି ପ୍ରବଳ ମାତ୍ରା ରେ ବର୍ଷା ହେବବୋଲି ସ୍ଥାନୀୟ ପ୍ରସାଶନ ତରଫରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇ ସଚେତନ କରିବା ସହ ଲୋକମାନଙ୍କୁ ପକ୍କା ଘରେ ରହିବା କୁ କୁହାଯାଉଛି।

Leave A Reply