ମୁମ୍ବାଇ , ଗୁରୁବାର ଦିନ ବଲିଉଡ ଅଭିନେତା ଋଷି କାପୁରଙ୍କ ନିଧନ ହୋଇଗଲା ,ମୁମ୍ବାଇ ର ଏକ ଘରୋଇ ନର୍ସିଂହୋମ ରେ ସକାଳ ୮ ଟା ୪୫ ମିନିଟ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ଋଷି କାପୁର ବହୁତ ଦିନରୁ କର୍କଟ ରୋଗରେ ପୀଡିତଥିଲେ l
ଏହି ଦୁଃଖଦ ସମୟରେ ବଲିଉଡ ସୁପରଷ୍ଟାର ଅମିତାଭ ବଚନ ତାଙ୍କୁ ମନେପକାଇ ତାଙ୍କ ବ୍ଲଗ ଜରିଆରେ ଉଲେଖ କରିଛନ୍ତି ଯେ “ଋଷି କାପୁରଙ୍କ ଚାଲିଚଳନ ଓ ଜୀବନଶୈଳୀ ତାଙ୍କ ଜେଜେ ପୃଥ୍ଵୀରାଜ କାପୁରଙ୍କ ପରିଥିଲେ l
ସେ ଜଣେ ବୁଦ୍ଧିମାନ ବ୍ୟକ୍ତିଥିଲେ ,ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକଙ୍କ ମନ ଜିଣି ପାରୁଥିଲେ l ଅମିତାଭ ବଚନ ଉଲେଖ କରିଛନ୍ତି ଯେ ମୁଁ ଜାଣିଚି ଋଷି କାପୁର ତାଙ୍କ ଅନ୍ତିମ ସମୟରେ ମଧ୍ୟ ଶେଷ ନିଶ୍ୱାସ ହସି ହସି ତ୍ୟାଗ କରିଥିବେ l
“ଶେଷଥର ପାଇଁ ଅମିତାଭ ବଚନ ଓ ଋଷି କାପୁର ୧0୨ ନଟଆଉଟ ଚଳଚିତ୍ରରେ ଏକା ସାଙ୍ଗରେ ନଜର ଆସିଥିଲେ l