କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : ଭାରତର ସ୍ୱରାଷ୍ଠ୍ର ମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମିତ ହୋଇଥିବା ଜଣା ପଡିବା ପରେ ବିଜେପି କର୍ମୀ ଓ ସମର୍ଥକ ମଧ୍ୟରେ ଆଲୋଡନ ଖେଳି ଯାଇଛି । ବିଜେପିର ପୂର୍ବତନ ରାଷ୍ଠ୍ରିୟ ସଭାପତି ଶ୍ରୀ ଶାହା ଗୁରୁଗାଁଓ ର ମେଦାନ୍ତ ହସପିଟାଲରେ ଚିକିସôିତ ହେଉଥିବା ବେଳେ ତାଙ୍କର ଆଶୁ ଆରୋଗ୍ୟ କରି କେନ୍ଦ୍ରାପଡା ବିଜେପି ପକ୍ଷରୁ ସୋମବାର ସାମୁହିକ ଦୀପ ଦାନ କରାଯାଇଛି ।
ମହିପାଳ ସ୍ଥିତ ଶନି ମନ୍ଦିରରେ ନଗର ସଭାପତି ଦିଲିପ ଦାସଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସଭାପତି କିଶୋର ପଣ୍ଡା, ଅଭିମନୁ୍ୟ ଗୋଛାୟତ, ଉମାକାନ୍ତ ନାୟକ, ମୁକ୍ତିକାନ୍ତ ସ୍ୱାଇଁ, ପ୍ରମୋଦ ମହାନ୍ତି, ଗୋପବନ୍ଧୁ ମାହାପାତ୍ର, ସାରଦା ପ୍ରସନ୍ନ ନାୟକ ଓ ନାରାୟଣ ପ୍ରସାଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
