Odisha news

ମୁସ୍ଲିମ ରାଷ୍ଟ୍ର ଗୁଡ଼ିକୁ ଝଟକା : ଆମେରିକା ଓ ଇସ୍ରାଏଲ ମଧ୍ୟରେ ବଢିଲା ବନ୍ଧୁତା

ନୂଆଦିଲ୍ଲୀ : ଇସ୍ରାଏଲ ର ନୂଆ ସରକାର ନେଫ୍ଟଲି ବନେଟ୍ ଆମେରିକା ସରକାରଙ୍କ ସହିତ ନୂଆ ସମ୍ପର୍କ ଗଢିବାକୁ ଚାହୁଁଛନ୍ତି । କାର୍ଯ୍ୟଭାର ସମ୍ଭାଳିବା ପରେ ଇସ୍ରାଏଲ ର ନୂଆ ବିଦେଶ ମନ୍ତ୍ରୀ ରବିବାର ଦିନ ଆମେରିକାର ବିଦେଶ ମନ୍ତ୍ରୀଙ୍କ ସହିତ ସାକ୍ଷାତ କରିଛନ୍ତି । ଏହି ସମୟରେ ଇସ୍ରାଏଲ ବିଦେଶ ମନ୍ତ୍ରୀ ଇରାନ କୁ ନେଇ ଆମେରିକାର କୁତୁନିତି ପାଇଁ ଚିନ୍ତା ପ୍ରକଟ କରିଛନ୍ତି ।

ଇସ୍ରାଏଲ ବିଦେଶ ମନ୍ତ୍ରୀ କହିଛନ୍ତି ଆମେରିକା ସହିତ ଇସ୍ରାଏଲ ଗୋଟିଏ ଶାନ୍ତିପୂର୍ଣ୍ଣ ବାତାବରଣ ରେ କଥା ହେବାକୁ ଚାହୁଁଛି । ଏହି ସାକ୍ଷାତ କାରକୁ ମୁସ୍କିମ ରାଷ୍ଟ୍ର ମାନଙ୍କ ପାଇଁ ଗୋଟିଏ ଝଟକା ବୋଲି ଦର୍ଶା ଯାଇଛି । ଏହା ପୂର୍ବରୁ ଇସ୍ରାଏଲ ର ପୂର୍ବତନ ରାଷ୍ଟ୍ରପତି କହିଥିଲେ ତାଙ୍କୁ ବଳିଦାନ କରିବାକୁ ପଡୁ ପଛେ ସେ ଇରାନ ଓ ଆମେରିକାର ପରମାଣୁ ରାଜିନାମା କୁ ବିରୋଧ କରିବେ ।

ଆମେରିକାର ବିଦେଶ ମନ୍ତ୍ରୀ କହିଛନ୍ତି ଇସ୍ରାଏଲ ର ନୂଆ ସରକାର ଙ୍କ ସହିତ ଆମେରିକାର ସମ୍ପର୍କ ଭଲ ରହିବ ବୋଲି ଆଶା କରାଯାଉଛି । ପରମାଣୁ ସ୍ୱକ୍ଷରକୁ ନେଇ ୬ଟି ଦେଶ ମଧ୍ୟରେ ରାଜିନାମା ହୋଇଛି । ଏଥିରେ ଇରାନ ସହିତ ଆମେରିକା , ଋଷ , ଚୀନ୍ , ବ୍ରିଟେନ , ଫ୍ରାନ୍ସ ଓ ଜର୍ମାନୀ ସାମିଲ ଅଛନ୍ତି । ଆମେରିକାର କାର୍ଯ୍ୟ ଭାର ସମ୍ଭାଳିବା ପରେ ବାଇଡେନ ଏଥିରେ ଅଂଶ ଗ୍ରହଣ କରିବା ପାଇଁ ମନ ବଳାଇ ଛନ୍ତି ।

Nalco

Comments are closed.