Odisha news

ଆମେରିକାର ରକ୍ଷାମନ୍ତ୍ରୀ ଆସି ପହଁଚିଲେ ଭାରତ ଗସ୍ତରେ : ଉଠିପାରେ ରୁଷ ସହିତ S-400 ମିସାଇଲର ମୁଦା

ନୂଆଦିଲ୍ଲୀ : ଆମେରିକାର ରକ୍ଷାମନ୍ତ୍ରୀ ଲୟଡ଼ ଆଷ୍ଟିନ ଶୁକ୍ରବାର ଠାରୁ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି l ଲୟଡ଼ ଆଷ୍ଟିନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାରର ପ୍ରଥମ ଏଭଳି ମନ୍ତ୍ରୀ ଯିଏ ଭାରତ ଗସ୍ତରେ ଆସିଛନ୍ତି l ସେ ଶୁକ୍ରବାର ଦିନ ଦିଲ୍ଲୀରେ ପହଂଚି ରାଜନାଥ ସିଂହଙ୍କ ସହିତ ସାକ୍ଷାତ କରିଥିଲେ l ତାଙ୍କର ଭାରତ ଆସିବା ପୂର୍ବରୁ ଆମେରିକା ସିନେଟ ତାଙ୍କୁ ଅନୁରୋଧ କରିଥିଲା ଯେ ଭାରତୀୟ ରକ୍ଷାମନ୍ତ୍ରୀଙ୍କ ଆଗରେ ଭାରତ ଦ୍ୱାରା ରୁଷର S-400 ମିସାଇଲ ସିଷ୍ଟମ କିଣିବାର ମୁଦା ଉଠାନ୍ତୁ l ତା ସହିତ ମାନବ ଅଧିକାର ମୁଦାକୁ ନେଇ ଆଲୋଚନା ହେଉ l

ସିନେଟର ବିଦେଶ ସମ୍ବଧୀୟ ସମିତିର ଅଧକ୍ଷ ଲୟଡ଼ ଆଷ୍ଟିନଙ୍କୁ ଗୋଟିଏ ଚିଠି ଲେଖିଥିଲେ l ସେଥିରେ ସେ ଦର୍ଶାଇଥିଲେ ଯେ ” ୨୧ ବିନ ଶତାବ୍ଦୀରେ ଆହ୍ୱାନକୁ ମୁକାବିଲା କରିବା ପାଇଁ ଆମେରିକା ଓ ଭାରତ ମଧ୍ୟରେ ସଠିକ ବନ୍ଧୁତା ହେବ ନିହାତି ଆବଶ୍ୟକ l ଏହା ଦ୍ୱାରା ଭାରତ ସରକାରଙ୍କର ଲୋକତନ୍ତ୍ରିକ ମୂଲ୍ୟ ଓ ମାନବ ଅଧିକାରକୁ ସ୍ଥିର ରଖିବା ପାଇଁ ଅନୁରୋଧ କରିବା ମଧ୍ୟ ସାମିଲ ରହିଛି l “ଆମେରିକାର ରକ୍ଷାମନ୍ତ୍ରୀ ଭାରତରେ ୧୯ ରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ରହିବେ l

ଏହି ସମୟରେ ସେ ରାଜନାଥ ସିଂହ ,ଏସ ଜୟଶଙ୍କର ଓ ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ କରିବେ l ଭାରତ ରୁଷ ଠାରୁ S-400 ମିସାଇଲ ସିଷ୍ଟମ କିଣିବାକୁ ପ୍ରସ୍ତୁତ ହେଉଛି l ଏହାକୁ ନେଇ ଆମେରିକା ସିନେଟ ପକ୍ଷରୁ ଅପତୀ ଦେଖା ଦେଇଛି l ଏହି ବିଷୟରେ ଲୟଡ଼ ଆଷ୍ଟିନ ବିଶେଷ କରି କଥାବାର୍ତା ହେବେ ବୋଲି ଦେଖା  ଦେଇଛି l ଭାରତ ଓ ଆମେରିକା ମଧ୍ୟରେ ହେବାକୁ ଥିବା ମିଲେଟରି ଟେକ୍ନୋଲୋଜିକୁ ନେଇ ବିଶେଷ ଆଲୋଚନା ମଧ୍ୟ ରହିଛି l

Comments are closed.