ଟ୍ରମ୍ପ ଆମେରିକାର ପଦ ଭାର ସମ୍ଭାଳିବା ପରେ, ଅବୈଧ ପ୍ରବେଶକାରୀ ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ୨୦୫ ଜଣ ଭାରତୀୟ ନାଗରିକ ଙ୍କୁ ଦେଶରୁ ନିର୍ବାସିତ କରିଛନ୍ତି l କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ ହେଉଛି ଯେ ଭାରତୀୟଙ୍କ ସହିତ ଗୋଟିଏ ଆତଙ୍କବାଦୀ ଭଳି ବ୍ୟବହାର କରିବା କେତେଦୂର ଗ୍ରହଣୀୟ ଅଟେ , ଭାରତୀୟ ଙ୍କ ମୁହଁ ରେ ପଟି ହାତରେ ବେଡି ଲଗାଇ ଭାରତ କୁ ପଠା ଯାଉଛି l ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହି ଘଟଣା ମାନବାଧିକାର ଉଲଂଘନ ଓ ପ୍ରବସୀୟ ଙ୍କ ସହିତ ଅମାନବୀୟ କାର୍ଯ୍ୟକୁ ଦର୍ଶାଉଛି l ଏହା ମଧ୍ୟରେ ଆମେରିକୀୟ ସୈନ୍ୟ ବିମାନ ରୁ ୧୦୪ ପ୍ରବାସୀ ଭାରତୀୟ ଅମୃତସର ରେ ପହଂଚି ସାରିଛନ୍ତି l ଏହି ଭାରତୀୟ ମାନେ ଅବୈଧ ଭାବରେ ଆମେରିକାରେ ରହି ଆସୁଥିଲେ l
ଏହି ଭାରତୀୟ ଙ୍କ ସହିତ ନିର୍ବାସନ ସମୟ ରେ ଆତଙ୍କବାଦୀ ଭଳି ବ୍ୟବହାର କରାଯାଇ ଥିଲା, ଏହା ଆମେରିକାର ଗୋଟିଏ କୁତ୍ସିତ ରୁପକୁ ଦର୍ଶାଉଛି l ଏହି ଭାରତୀୟ ମାନଙ୍କୁ ସ୍ୱତନ୍ତ୍ର ଭାବରେ ଗିରଫ କରାଯାଇଥିଲା l ଆମେରିକା ପକ୍ଷରୁ ୧୮ ହଜାର ଭାରତୀୟ ଙ୍କୁ ନିର୍ବାସିତ ତାଲିକାରେ ରଖ ଯାଇଛି l ଅନ୍ତରାଷ୍ଟ୍ରୀୟ ସଂଗଠନ ଗୁଡିକ ଏହାକୁ କଠୋର ନିନ୍ଦା କରିଛନ୍ତି l ଟ୍ରମ୍ପ ପ୍ରଶାସନ ପକ୍ଷରୁ ନିଜର ନିର୍ବାସନ ଦଣ୍ଡ କୁ ଦର୍ଶାଇବା ପାଇଁ ସୋସିଆଲ ମିଡ଼ିଆର ସହର ନିଆଯାଇଛି l ଯାହାକୁ ଲୋକେ ପ୍ରଚାର ଓ ମନୋରଞ୍ଜନ ଭାବରେ ଦେଖୁଛନ୍ତି l
ମିଳିଥିବା ସୂଚନା ଅନୁସାରେ କିଛି ନିର୍ବାସିତ ବ୍ୟକ୍ତିଙ୍କୁ ନିର୍ବାସନ ସମୟ ରେ କଥିତ ଭାବରେ ମାଡ଼ ମଧ୍ୟ ମରାଯାଇଛି l ଏବଂ ସେମାନଙ୍କ ସହିତ ଦୁର୍ବ୍ୟବହାର କରାଯାଇଛି, ଏବଂ ଆଉ କିଛି ପ୍ରବାସୀ ଙ୍କୁ ତାଙ୍କ ପରିବାର ଠାରୁ ଅଲଗା ମଧ୍ୟ କରିଦିଅ ଯାଇଛି l ବର୍ତମାନ ୨୦୫ ଜଣ ଭାରତୀୟ ଙ୍କ ସହିତ ହୋଇଥିବା ଘଟଣା ଭାରତ କୁ ଥରାଇ ଦେଇଛି l ଏହାକୁ ନେଇ ବର୍ତମାନ ବିରୋଧୀ ଠାରୁ ନେଇ ଶାସକ ଦଳଙ୍କ ମଧ୍ୟରେ ମୁଣ୍ଡବ୍ୟଥା ର କାରଣ ହୋଇଛି l କାହିଁକି ସମ୍ପୂର୍ଣ ବିଶ୍ୱ ନିରବଦ୍ରଷ୍ଟା ସାଜିଛି ? କଣ ରହିଛି ଏହା ପଛରେ କାରଣ ? କଣ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ବିଶ୍ୱର ନେତା ମାନେ ଆମେରିକା କୁ ଡରୁଛନ୍ତି କି ? ଏଭଳି ଅନେକ ପ୍ରଶ୍ନ ର ଗୁଛ ସାଧାରଣ ଜନତା ଙ୍କ ମନରେ ଆକ୍ରୋଶ ତେଜିଛି l