Odisha news

ପାକିସ୍ତାନ ପ୍ରଧାନମନ୍ତ୍ରୀ ଆମେରିକା ନିକଟରେ ଆଉଥରେ ମୁଣ୍ଡ ନୁଆଁଇଲେ

ନୂଆଦିଲ୍ଲୀ : ପାକିସ୍ତାନ ଆଉଥରେ ଆମେରିକା ଚାପରେ ମୁଣ୍ଡ ନୁଆଁଇଛି l ପାକିସ୍ତାନ ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ମାନଙ୍କ ସହିତ ମୁକାବିଲା କରିବା ପାଇଁ ଆମେରିକାର ଯୁଦ୍ଧ ବିମାନକୁ ନିଜ ଅଞ୍ଚଳକୁ ବ୍ୟବହାର କରିବା ପାଇଁ ସ୍ୱୀକୃତି ଦେଇଛି l ଯେବେକି କିଛି ଦିନ ପୂର୍ବରୁ ପାକିସ୍ତାନ ବିଦେଶମନ୍ତ୍ରୀ କୁରେସି ସଂସଦକୁ ଆଶ୍ୱାସନା ଦେଇଥିଲେ କି ପାକିସ୍ତାନ ଆମେରିକାକୁ ଆଫଗାନିସ୍ତାନରେ ଡ୍ରୋନ୍ ଅପରେସନ ପାଇଁ ନିଜର ବିମାନ ଅଡ୍ଡା ବ୍ୟବହାର ହେବାକୁ ଦେବନାହିଁ l ପାକିସ୍ତାନର ଅନେକ ପତ୍ରକାର ସୋସିଆଲ ମିଡିଆରେ ଖୁଲାସା କରିଛନ୍ତି ଯେ ୨୦ ବର୍ଷ ପୁରୁଣା ବ୍ୟବସ୍ଥାକୁ ପଛରେ ପକାଇ ପାକିସ୍ତାନ ଆମେରିକାକୁ ନିଜର ବିମାନ ଅଡ୍ଡା ବ୍ୟବହାର କରିବା ପାଇଁ ସହମତି ଦେଇଛି l

ଦକ୍ଷିଣ ଆଫଗାନ ଅଂଚଳରେ ଆମେରିକା ହେଲମନ୍ଦରେ ତାଲିବାନ ଉପରେ ବୋମା ପକାଇବା ପାଇଁ ଆମେରିକା ଏୟାରଫୋର୍ସ ଦ୍ୱାରା ପାକିସ୍ତାନର ବିମାନ ଅଡ୍ଡା ବ୍ୟବହାର କରାଯାଇଥିବାର ଦେଖା ଯାଇଥିଲା l ପତ୍ରକାର ମାନେ ଦାବି କରିଛନ୍ତି କି ପାକିସ୍ତାନର ବଲୁଚିସ୍ତାନ ଅଞ୍ଚଳରେ ଆକାଶରେ ଆମେରିକାର ସୈନ୍ୟ ବିମାନ ଅଭିଯାନ ଆରମ୍ଭ କରିଛନ୍ତି l ଆମେରିକା ସମସି ଏୟାରବେଶ କୁ ବ୍ୟବହାର କରିବା ପାଇଁ ପାକିସ୍ତାନକୁ ଅନୁରୋଧ କରିଥିଲା l

ଏହି ଏୟାର ବେଶ ଗୁଆଦରର ଚୀନ ସଞ୍ଚାଳିତ ଆରବ ସାଗର ବନ୍ଦରରୁ ୪୦୦ କିଲୋମିଟର ଦୂରରେ ଉତର ପଶ୍ଚିମ ଦିଗରେ ଅବସ୍ଥିତ l ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ମୁସରଫ ଆମେରିକା ସୈନିକ ଦ୍ୱାରା ୨୦୦୨ ରେ ଆଫଗାନିସ୍ତାନ ଉପରେ କବ୍ଜା କରାଯିବ ପରେ ପାକିସ୍ତାନର ସମସି ଓ ଦକ୍ଷିଣ ପ୍ରାନ୍ତ ଏୟାରବେଶ କୁ ବ୍ୟବହାର କରିବା ପାଇଁ ସହମତି ଦେଇଥିଲା l ମୁସରଫ ୨୦୦୬ ରେ ପ୍ରକାଶିତ ନିଜର ପୁସ୍ତକ ଦି ଲାଇନ ଅଫ ଫାଇଆରରେ ଏହି ବିଷୟରେ ଲେଖିଛନ୍ତି l ମୁସରଫ ପାକିସ୍ତାନ ରାଷ୍ଟ୍ରପତି ପଦରେ ଥିବା ବେଳେ ଏହି ପୁସ୍ତକ ଲେଖିଥିଲେ l

Nalco

Comments are closed.