Odisha news

ଆଜି ହେଉଛି ବୈଶାଖ ଅମାବାସ୍ୟା : ବୈଶାଖ ଅମାବାସ୍ୟାର କଣ ରହିଛି ପୌରାଣିକ ମହତ୍ୱ ଓ ଏହିଦିନ କେଉଁସବୁ କାର୍ଯ୍ୟ କରିବା ଜରୁରୀ

0

ବୈଶାଖ ମାସ ହେଉଛି ହିନ୍ଦୁ ବର୍ଷର ଦ୍ଵିତୀୟ ମାସ, ମାନ୍ୟତା ଅନୁସାରେ ବୈଶାଖ ମାସରୁ ହିଁ ତ୍ରେତେୟା ଯୁଗର ଆରମ୍ଭ ହୋଇଥିଲା l ତେଣୁ ବୈଶାଖ ମାସର ଧାର୍ମିକ ମହତ୍ୱ ବଢ଼ିଯାଇ ଥାଏ l  ଏହିଦିନ ଧର୍ମ-କର୍ମ, ସ୍ନାନ-ଦାନ ଓ ପିତୃ ପୁରୁଷ ଙ୍କୁ ପିଣ୍ଡଦାନ ର ମହତ୍ୱ ବଢି ଯାଇଥାଏ l ୨୦ ଅପ୍ରେଲ ୨୦୨୩ ରେ ବୈଶାଖ ଅମାବାସ୍ୟା ପଡୁଛି l  ଏହିଦିନ ପିତୃପୁରୁଷ ଙ୍କୁ ପିଣ୍ଡଦାନ କରିବା ଖୁବ ଶୁଭ ଅଟେ l ଏହାଦ୍ୱାରା ପିତୃପୁରୁଷ ଙ୍କ କୃପା ଲାଭ ହୋଇଥାଏ l ତେବେ ଆସନ୍ତୁ ଜାଣିବା ଆଜିର ଦିନରେ ପିଣ୍ଡଦାନ କରିବାର ମହତ୍ୱ କଣ ରହିଛି l  ବୈଶାଖ ଅମାବାସ୍ୟା ଦିନ ନଦୀ, ଜଳାଶୟ କିମ୍ବା କୁଣ୍ଡ ଆଦିରେ ସ୍ନାନ କରିବା ଖୁବ ଶୁଭ ଅଟେ l ଆଜିର ଦିନରେ ସୂର୍ଯ୍ୟଦେବ ଙ୍କୁ ଅର୍ଘ୍ୟ ଦେବା ପରେ ପ୍ରବାହିତ ଜଳ ରେ ରାଶି ପ୍ରବାହିତ କରିବା ଖୁବ ଶୁଭ ଅଟେ l  ଏହାଦ୍ୱାରା ପିତୃପୁରୁଷ ଙ୍କ ଆତ୍ମା ଶାନ୍ତ ହୋଇଥାଏ l  ଆଜିର ଦିନରେ ଓସ୍ତ ବୃକ୍ଷରେ ଜଳ ଓ ରାଶି ଅର୍ପଣ କରିବା ଶୁଭ ଅଟେ l

ବୈଶାଖ ଆବାବାସ୍ୟା ର ପୌରାଣିକ କଥା –
ପ୍ରାଚୀନ କାଳରେ ଧର୍ମ ବର୍ଣ ନାମକ ଜଣେ ବ୍ରାହ୍ମଣ ଥିଲେ l  ସେ ଜଣେ ଧାର୍ମିକ ବ୍ୟକ୍ତି ଥିଲେ,  ଓ ରୁଷି ମୁନୀଙ୍କ ଆଦର ସମ୍ମାନ କରୁଥିଲେ l  ଏକଦା ସେ ଜଣେ ମହାତ୍ମା ଙ୍କ ମୁଖରୁ ଭଗବାନ ବିଷ୍ଣୁ ଙ୍କ ମହିମା ଶୁଣିଲେ, ସେ ଜାଣି ପାରିଲେ ଯେ ବିଷ୍ଣୁ ଙ୍କ ନାମ ସ୍ମରଣ ରୁ ପୁଣ୍ୟ ଆଉ କୌଣସି କାର୍ଯ୍ୟରେ ନାହିଁ l ଧର୍ମବର୍ଣ୍ଣ ଏହି କଥାକୁ ଗ୍ରହଣ କରି ସାଂସାରିକ ଜୀବନ ଛାଡିଦେଲେ l

ଏକଦା ଧର୍ମବର୍ଣ୍ଣ ଭ୍ରମଣ କରିକରି ପିତୃଲୋକ ରେ ପହଁଚିଲେ l ସେଠାରେ ସେ ପିତୃପୁରୁଷ ଙ୍କର ଅନେକ କଷ୍ଟ ଦେଖିଲେ l ପିତୃପୁରୁଷ ସେଠାରେ ତାଙ୍କୁ କହିଥିଲେ ଯେ ସେମାନଙ୍କ ର ଏଭଳି ଅବସ୍ଥା ତାଙ୍କର ସନ୍ୟାସ କାରଣରୁ ହୋଇଛି l କାହିଁକି ନା ତାଙ୍କ ପାଇଁ ବର୍ତମାନ କେହି ପିଣ୍ଡଦାନ କଲାଭଳି ନାହାନ୍ତି l ପିତୃପୁରୁଷ ତାଙ୍କୁ କହିଥିଲେ ଯେ ତମେ ଫେରି ଯାଇ ଗୃହସ୍ଥ ଜୀବନ ଆରମ୍ଭ କର , ସନ୍ତାନ ସନ୍ତତି କର ଓ ବିଧିବିଧାନ ଭାବରେ ବୈଶାଖ ମାସରେ ଆମକୁ ପିଣ୍ଡଦାନ କରିବା ଦ୍ୱାରା ଆମକୁ ସମସ୍ତ କଷ୍ଟରୁ ମୁକ୍ତି ମିଳିବ l

ଧର୍ମବର୍ଣ୍ଣ ତାଙ୍କୁ ବଚନ ଦେଲେ କି ସେ ତାଙ୍କ କଥା ମନେବି ଓ ନିଜର ବଚନ ରକ୍ଷା କରିବେ l ଏହାପରେ ଧର୍ମବର୍ଣ୍ଣ ସନ୍ୟାସୀ ଜୀବନ ତ୍ୟାଗ କରିଥିଲେ l ଏହାପରେ ସେ ପୁନର୍ବାର ସାଂସାରିକ ଜୀବନ ଆପଣାଇ ଥିଲେ ଓ ବୈଶାଖ ମାସରେ ବିଧିବିଧାନ  ଭାବରେ ପିଣ୍ଡଦାନ କରି ନିଜ ପିତୃପୁରୁଷ ଙ୍କୁ ମୁକ୍ତି ଦେଇଥିଲେ l

Leave A Reply