ଯଦି ଆପଣ ଏକାକୀ ରହିବାକୁ ପସନ୍ଦ କରୁଛନ୍ତି ତେବେ ଆପଣ ଯେତେ ଶୀଘ୍ର ପାରୁଛନ୍ତି ନିଜର ଏହି ଅଭ୍ୟାସ କୁ ପରିବର୍ତନ କରି ନିଅନ୍ତୁ l କାହିଁକି ନ ଏହି ଏକାକୀ ରହିବା ଆପଣଙ୍କ ସ୍ୱାସ୍ଥ୍ୟ କୁ ଓ ମାନସିକ ଚାପ କୁ ଦ୍ବିଗୁଣିତ କରିଦେଇ ପାରେ l ଏହା ଆମେ କହୁ ନାହୁଁ, ଏହା ଅଧ୍ୟୟନ ରୁ ଜଣା ପଡିଛି l ଏକାକୀ ରହିବ ଆପଣଙ୍କ ଜୀବନକୁ ସେତିକି ପ୍ରଭାବିତ କରିଥାଏ ଯେତିକି ନିଶା ଦ୍ରବ୍ୟ ସେବନ ଦ୍ୱାରା ହୋଇଥାଏ l ୟୁଏସ ସର୍ଜନ ଜର୍ଣ୍ଣାଲ ର ଗୋଟିଏ ନୂତନ ଅଧ୍ୟୟନ ଅନୁସାରେ ପୃଥିବୀ ରେ ବର୍ତମାନ ଏକାକୀ ରହିବା ଗୋଟିଏ ମହାମାରୀ ହୋଇ ଯାଇଛି l ଏହା ଏଭଳି ମହାମାରୀ ଯେଭଳି ଗୋଟିଏ ଦିନରେ ୧୫ଟି ସିଗାରେଟ ପୀଇବା ସହିତ ସମାନ ଅଟେ l
ଏକାକୀ ରହିବ ଦ୍ୱାରା ହୋଇ ପାରନ୍ତି ଅନେକ ଗୁଡିଏ ରୋଗର ଶିକାର –
ଆଜି କଲି ଅନେକ ଲୋକସନକୁ ଆମେ ଯେଉଁ ଦେଖୁଛୁ ଏକୁଟିଆ ରହୁଛନ୍ତି, ଏଥିପାଇଁ ଅନେକ ମାତ୍ରାରେ ଦାୟୀ କରୋନା , ଏହାପରେ ସନ୍ତାନ ମାନେ ଦାୟୀ, ଏହାପରେ ନିଜର ବ୍ୟବହାର ଯାହାକି ଆପଣଙ୍କୁ ସମ୍ପର୍କୀୟ ଙ୍କ ଠାରୁ ଦୁରେଇ ରଖିଥାଏ l ଷ୍ଟଡି ରୁ ଜଣା ପଡିଛି ଯେ ଏକାକୀ ରହିବ ସବୁଠୁ ବଡ କଷ୍ଟ ଦାୟକ l ଏହି ଷ୍ଟଡି ରେ କୁହାଯାଇଛି ଯେ ସନ୍ତାନ ମାନେ ନିଜ ପିତାମାତା ଙ୍କୁ ୬୦ ବର୍ଷ ପରେ ନିଜ ସହିତ ରଖିବା ଜରୁରୀ ଓ ସେମାନଙ୍କୁ କିଛି ନା କିଛି କାର୍ଯ୍ୟ ବ୍ୟସ୍ତ ମଧ୍ୟରେ ରଖିବା ଆବଶ୍ୟକ l
-ଏକାକୀ ରହିବ ଦ୍ୱାରା ହୃଦୟ ରୋଗର ୨୯ ପ୍ରତିଶତ ବିପଦ ବଢିଥାଏ l
– ହାର୍ଟ ଷ୍ଟ୍ରୋକ ବିପଦ ୩୨ ପ୍ରତିଶତ ବଢିବାର ସମ୍ଭାବନା ରହିଥାଏ l
– ବୟସ୍କ ମାନେ ଏକାକୀ ରହିବ ଦ୍ୱାରା ସେମାନଙ୍କ ମଧ୍ୟରେ ମତିଭ୍ରମ ହେବାର ସମ୍ଭାବନା ୫୦ ପ୍ରତିଶତ ଦେଖିବାକୁ ମିଳିଥାଏ l
– ଏକାକୀ ରହିବ ଦ୍ୱାରା ସମୟ ପୂର୍ବରୁ ମୃତ୍ୟୁ ର ଆଶଙ୍କା ୩୦ ପ୍ରତିଶତ ଅଧିକ ବୃଦ୍ଧି ହୋଇଥାଏ l
– ବ୍ୟକ୍ତି ଅବସାଦ, ଚିନ୍ତା, ମନ ଭାରାକ୍ରାନ୍ତ ୭୦ ପ୍ରତିଶତ ବଢି ଯାଇଥାଏ, ଯାହାକି ସମସ୍ତ ରୋଗର ମୁଖ୍ୟ କାରଣ ଅଟେ l
ଆଧୁନିକ ଜିବନର ବିଶେଷତା ଏକାକୀ ରହିବା ନୁହେଁ –
ଆମେରିକାନ ଜର୍ଣ୍ଣାଲ ରେ ପ୍ରକାଶିତ ଷ୍ଟଡି ଅନୁସାରେ ଆଜିକାଲି ର ଯୁବପିଢ଼ି ସୋସିଆଲ ମିଡ଼ିଆର ବ୍ୟବହାର ନିଜର ସମ୍ପର୍କ କୁ ବଢାଇବା ଭଳି କାର୍ଯ୍ୟରେ ଲଗାଉଛନ୍ତି l ଅନେକ ସମୟରେ ଯୁବକ ମାନେ ନିମ୍ନ ଗୁଣବତା ଭଳି ସମ୍ପର୍କ ର ସଂସ୍ପର୍ଶ ରେ ଆସି ଥାଆନ୍ତି l ଆଜିକାଲି ପ୍ରାୟ ସମସ୍ତ ଆୟୁ ବରଂ ର ଲୋକେ ସୋସିଆଲ ମିଡିଆରେ ମଗ୍ନ ରହି ପରିଜନ ଙ୍କ ସହିତ ଖୁବ କମ ସମୟ ଅତିବାହିତ କରୁଛନ୍ତି l ଏହି ଷ୍ଟଡି ରେ ଜଣା ପଡିଥିଲା ଯେ ୧୫-୨୪ ଆୟୁ ବର୍ଗ ପିଲାମାନେ ସାମାଜିକ ସମ୍ପର୍କ ସୋସିଆଲ ମିଡିଆରେ ବଢାଇବାକୁ ପସନ୍ଦ କରୁଛନ୍ତି l ଆଜିର ବଡ ଆସୁବିଧାର କାରଣ ଆଧୁନିକ ସମାଜ ମଧ୍ୟ କିଛି ମାତ୍ରାରେ ଦାୟୀ l
– ତେଣୁ ନିଜକୁ ଏଥିରୁ ବାହାର କରିବା ପାଇଁ ନିଜ ପ୍ରିୟଜନ ଙ୍କ ସହିତ ସମୟ ଅତିବାହିତ କରିବା l
– ଆଧ୍ୟାତ୍ମିକ ଚିନ୍ତନ କରିବା ଓ ସଂଗୀତ ଇତ୍ୟାଦି ଶୁଣିବା l
– ବଗିଚା ରେ କିଛି ସମୟ ବିତାନ୍ତୁ l